ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା – ଏପରି ଭାବେ ୬୪ ହଜାର ୫ ଶହ ଟଙ୍କାର ଲାଭ ପାଇ ପାରିବେ ଆପଣ – ଏବେ ଦେଖନ୍ତୁ କିପରି ଆବେଦନ କରିବେ..

Spread the love

ସାଙ୍ଗମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପୁଣି ଥରେ ଆରମ୍ଭ ହୋଇ ସାରିଛି।ଆପଣ ଯଦି ଜଣେ କୃଷକ ଏବଂ ଚାଷ କାମ କରନ୍ତି ତେବେ ଆପଣ ଚାହିଁଲେ ପ୍ରଧାନମନ୍ତ୍ରୀ କୃଷକ ଯୋଜନାରେ ରେଜିଷ୍ଟ୍ରେସନ କରିପାରିବେ।ଏଥିପାଇଁ ଆପଣ କିପରି ଅପ୍ଲାଇ କରିବେ ଏହାର ପ୍ରୋସେସ କଣ ଏବଂ ଏଥିପାଇଁ କେଉଁସବୁ ଡ଼କ୍ୟୁମେଣ୍ଟ ଦରକାର ତାହା ସବୁ ଆମେ ସମ୍ପୂର୍ଣ୍ଣ ଡିଟେଲସରେ ଜାଣିବା।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ଏହାସ ପୂର୍ବରୁ ପ୍ରଥମେ ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ ଫସଲ ଯୋଜନା କଣ?ସାଙ୍ଗମାନେ ଆପଣ ଜାଣିଥିବେ ଆପଣ ଯେପରି ଆପଣଙ୍କ ବାଇକ କିମ୍ବା କାରର ଇନ୍ସୁରାନ୍ସ କରୁଛନ୍ତି ଠିକ ସେହି ପରି ଆପଣ ଏଥିରେ ଆପଣଙ୍କ ଫସଲର ଇନ୍ସୁରାନ୍ସ କରିବେ।କୌଣସି ବାତ୍ୟା ବନ୍ୟା ,କୀଟ ପତଙ୍ଗ ଆଦିରେ ନଷ୍ଟ ହୋଇଯାଏ ତେବେ ଆପଣ ଇନ୍ସୁରାନ୍ସ କରିପାରିବେ।କିନ୍ତୁ ଏହା ପୂର୍ବରୁ ଆପଣଙ୍କୁ ଦେଖିବାକୁ ପଡିବ ଆପଣ କେତେ ଜମିରେ କେତେ ଇନ୍ସୁରାନ୍ସ କରିପାରିବେ ଏବଂ ଇନ୍ସୁରାନ୍ସ ପାଇଁ ଆପଣଙ୍କୁ କେତେ ଟଙ୍କା ଜମା କରିବାକୁ ପଡିବ?ଏବଂ ସରକାର କେତେ ଜମା କରିବେ?

ଏହା ଜାଣିବାପାଇଁ ପ୍ରଥମେ ଆପଣ ନିଜ ମୋବାଇଲ କିମ୍ବା କମ୍ପ୍ୟୁଟରରେ ବ୍ରାଉଜରରେ ଗୁଗୁଲରୁ ସର୍ଚ୍ଚ କରନ୍ତୁ ପି ଏମ ବି ଏଫ ୱାଇ।ଏହାପରେ ପ୍ରଥମ ୱେବସାଇଟରେ କ୍ଲିକ କରନ୍ତୁ।ଏହାପରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ୱେବସାଇଟ ଖୋଲିଯିବ।ଏଥିରେ ଆପଣ ଅପ୍ଲାଇ ମଧ୍ୟ କରିପାରିବେ ଏବଂ କେତେ ଜମିରେ କେତେ ଟଙ୍କା ଦରକାର ତାହା ଜାଣିପରିବେ।ଏଥିପାଇଁ ଇନ୍ସୁରାନ୍ସ କାଲକୁଲେଟର ଉପରେ କ୍ଲିକ କରନ୍ତୁ।

ପ୍ରଥମେ ଋତୁ ଚୟନ କରନ୍ତୁ।ଜେପରି ଏବେ ଖରିଫ ଫସଲ ଚାଲିଛି ଏବେ ତାହା ଚୟନ କରନ୍ତୁ।ଏହାପରେ ବର୍ଷ ଚୟନ କରନ୍ତୁ।ଏହାପରେ ସ୍କିମରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କ୍ଲିକ କରନ୍ତୁ।ଏହାପରେ ଆପଣଙ୍କ ରାଜ୍ୟ ଓଡିଶା ଚୟନ କରନ୍ତୁ ଏବଂ ତାହାପରେ ଜିଲ୍ଲା।ତାହାପରେ କେଉଁ ଫସଲ ତାହା ଚୟନ କରନ୍ତୁ ଏବଂ ଶେଷରେ ଆପଣଙ୍କ କେତେ ଜମି ଅଛି ତାହା ଚୟନ କରି କାଲକୁଲେଟରେ କ୍ଲିକ କରନ୍ତୁ।

ଏହାପରେ ଆସିଯିବ ଇନ୍ସୁରାନ୍ସର ସମ୍ପୂର୍ଣ୍ଣ ତଥ୍ୟ।ଏହାକୁ ଆପଣ ପଢି ଜାଣିପାରିବେ ଅପଣ କେତେ ଟଙ୍କା ଜମା କରିବେ ସରକାର କେତେ ଟଙ୍କା ଜମା କରିବେ ଏବଂ ଆପଣଙ୍କୁ କେତେ ଟଙ୍କା ମିଳିବ ଓ କେଉଁ କମ୍ପାନୀ ଇନ୍ସୁରାନ୍ସ ଦବ ତାହା ଆପଣ ପଢି ଜାଣିପାରିବେ।ଏହା ଆପଣଙ୍କ ଜମି ଉପରେ ନିର୍ଭର କରେ ଆପଣଙ୍କୁ କେତେ ଟଙ୍କା ଦେବାକୁ ପଡିବ ଏବଂ ସରକାର କେତେ ଜମା କରିବେ।ଏହା ସହିତ କେତେ ଟଙ୍କା ମିଳିବ।

ଯଦି ଆପଣ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅପ୍ଲାଇ କରିବାକୁ ଚାହୁଁଛନ୍ତି ତେବେ ଆପଣ ସେହି ସାଇଟରେହିଁ ଜାଣିପାରିବେ ଆପଣଙ୍କୁ କିପରି ଅପ୍ଲାଇ କରିବାର ଅଛି ଏବଂ ତାହାର ସମ୍ପୂର୍ଣ୍ଣ ତଥ୍ୟ ଓ ଏହା ସହିତ କେଉଁସବୁ ଡ଼କ୍ୟୁମେଣ୍ଟ ଦରକାର।

Leave a Reply

Your email address will not be published. Required fields are marked *