ଓଡ଼ିଆ ହିରୋଇନ ସୁଇଟି ପଟ୍ଟନାୟକଙ୍କ ଏହି ବଡ ଓଡ଼ିଆ ଡ଼ାଇରେକ୍ଟର ଙ୍କୁ ବିବାହ କରିବା ପରେ କାହିଁକି ଫିଲ୍ମ ଦୁନିଆ ରୁ ଉଭାନ ହେଇଗଲେ – ଦେଖନ୍ତୁ କିଏ ତାଙ୍କ ସ୍ୱାମୀ

Spread the love

ବନ୍ଧୁମାନେ ଆପଣମାନେ ସବୁ ଅଭିନେତ୍ରୀ ସୁଇଟି ପଟ୍ଟନାୟକଙ୍କୁ ତ ଭଲ ଭାବରେ ଚିହ୍ନି ଥିବେ।ତେବେ ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ସୁଇଟି ପଟ୍ଟନାୟକଙ୍କ ପରିବାର ବିଷୟରେ, ତାଙ୍କ ରୁଚି ବିଷୟରେ, ତାଙ୍କ ପାଠ ପଢା ବିଷୟରେ କିଛି ଜାଣିଛନ୍ତି କି,ତେବେ ଆସନ୍ତୁ ଆଜି ଆମେ ସେହି ବିଷୟରେ ଜଣାଇବାକୁ ଯାଉଛୁ।ତେବେ ଆପଣ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।

ତେବେ ସୁଇଟିଙ୍କ ଜନ୍ମଦିନ ୩ ଡିସେମ୍ବରରେ ପାଳନ ହେଇଥାଏ।ତେବେ ସେ ନିଜ ଜନ୍ମଦିନକୁ ଖୁବ ଧୁମଧାମରେ ପାଳନ କରିଥାନ୍ତି।ଏହି ସମୟରେ ସେ ନିଜ ପରିବାର ଲୋକ ଓ ବନ୍ଧୁମାନଙ୍କ ସହ କାଟିବାକୁ ପସନ୍ଦ କରିଥାନ୍ତି।ତେବେ ସୁଇଟିଙ୍କ ଜନ୍ମ ମୟୂରଭଞ୍ଜ ଜିଲ୍ଲାର ଭଦଳାରେ ହେଇଥିଲା।ସୁଇଟି ଏହା ସହ ନିଜ ବନ୍ଧୁମାନଙ୍କ ସହ ବୁଲାବୁଲି କରିବାକୁ ଖାସ ପସନ୍ଦ କରିଥାନ୍ତି।

ସୁଇଟିଙ୍କର ବାହାଘର ୨୦୧୬ ମସିହାରେ ହେଇଥିଲା।ତାଙ୍କ ସ୍ବାମୀଙ୍କ ନାମ ଚନ୍ଦନ ମହାପାତ୍ର।ତେବେ ଚନ୍ଦନ ଜଣେ ଓଡ଼ିଆ ସିନେମା ନିର୍ଦ୍ଦେଶକ ଅଟନ୍ତି।ସେ ଭୁବନେଶ୍ବରର ବାସିନ୍ଦା ଅଟନ୍ତି।ସୁଇଟିଙ୍କର ବାପାଙ୍କ ନାମ ହରେନ ପଟ୍ଟନାୟକ ଓ ତାଙ୍କ ମାଆଙ୍କ ନାମ ହେଉଛି ଜୟନ୍ତୀ ପଟ୍ଟନାୟକ।ତେବେ ସୁଇଟି ଓ ଚନ୍ଦନଙ୍କର ଏକ ପୁଅ ଅଛି।ତାର ନାମ ରେୟାଂଶ।

ତେବେ ସୁଇଟି ମଧ୍ୟ ନିଜ ଅଭିନୟ ଜୀବନ ପ୍ରାୟ ସବୁ ଅଲଗା ଓଡ଼ିଆ ଅଭିନେତ୍ରୀଙ୍କ ଭଳି ଆଲବମରୁ ହିଁ କରିଥିଲେ।ତେବେ ପ୍ରଥମେ ସେ କିଛି ଆଲବମରେ ତାଙ୍କ ଅଭିନୟ ଦ୍ଵାରା ଲୋକଙ୍କ ମନ କିଣି ପାରିଥିଲେ।ତେବେ ସେ ଅନେକ ଗୁଡ଼ିଏ ଓଡ଼ିଆ ଆଲବମରେ ଅଭିନୟ କରି ସାରିଛନ୍ତି।ତେବେ ସେ ଆଲବମ, ଧାରାବାହିକରେ ଅଭିନୟ କରିଥିବା ସହ ଉପସ୍ଥାପିକା ଭାବରେ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି।ତେବେ ଓଡ଼ିଆ ମେଗା ଧାରାବାହିକ ମାନିନୀ ଓ ଆହୁତିରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।ତେବେ ଦୀର୍ଘ ୧୮ବର୍ଷ ହେଲା ସୁଇଟି ଅଭିନୟ କରୁଛନ୍ତି।

ତେବେ ସୁଇଟି ନିଜ ପଢ଼ାପଢ଼ି କେନ୍ଦ୍ରୀୟ ବିଦ୍ୟାଳୟ ହିନ୍ଦନରୁ ଆରମ୍ଭ କରିଥିଲେ।ତେବେ ଆପଣମାନେ ଅନେକ ଜାଣି ନଥିବେ ସୁଇଟିଙ୍କ ଏଲଏଲବି କରିଛନ୍ତି।ସେ ବାରିପଦାର ତାକାପୁରରେ ଥିବା ମୟୂରଭଞ୍ଜ ଲ କଲେଜରେ କରିଥିଲେ।ତେବେ ତାଙ୍କ ପାଖରେ ଇଂରାଜୀ ଭାଷା ସାହିତ୍ୟରେ ଏକ ମାଷ୍ଟରସ ଡିଗ୍ରୀ ଅଛି।ସେ ନିଜର ମାଷ୍ଟରସ ପାଇଁ ପଢ଼ାପଢ଼ି ଉତ୍କଳ ବିଶ୍ୱବିଦ୍ୟାଳୟରେ କରିଥିଲେ।

ତେବେ ତୁଳସୀ ଦୁଇ ପତ୍ରରୁ ବାସିବା ପରି ହିଁ ତାଙ୍କ ଭିତରର କଳାକାର ମଧ୍ୟ ବେଶୀ ଦିନ ହେଇ ଲୁଚି ରହି ପାରିନଥିଲା।ପିଲା ଦିନରୁ ହିଁ ସେ ଅଭିନୟ ପ୍ରତି ରୁଚି ରଖିଥିଲେ।ହେଲେ ସେ ପିଲାବେଳେ ଏତେ ସୁଯୋଗ ପାଇ ନଥିଲେ।ତେବେ ଭୁବନେଶ୍ୱରକୁ ଆସିବା ପରେ ସେ ନିଜର ଏହି କଳାକୁ ବ୍ୟର୍ଥ ହେବାକୁ ଦେଇ ନଥିଲେ।ଭୁବନେଶ୍ୱର ଆସିବା ପରେ ବହୁତ କଷ୍ଟ ପରେ ସେ ଗୋଟେ ଆଲବମରେ ଅଭିନୟ କରିବାକୁ ସୁଯୋଗ ପାଇଥିଲେ।ଏହାପରେ ସେ ନିଜର ଅଭିନୟ ପାଇଁ ଆଉ ପଛକୁ ବୁଲି ଦେଖିନଥିଲେ।ତେବେ ବନ୍ଧୁମାନେ ଏହା ଥିଲା ଆମ ସମସ୍ତଙ୍କର ପ୍ରିୟ ଅଭିନେତ୍ରୀ ସୁଇଟି ମହାପାତ୍ରଙ୍କ ଜୀବନୀ।

Leave a Reply

Your email address will not be published. Required fields are marked *