ଦୁଃଖ ଖବର – ଏବେ ଏବେ ଏହି ବଡ ବେଙ୍ଗଲୀ ବରିଷ୍ଠ କଳାକାର ଙ୍କ ପରଲୋକରେ ସିନେମା ଜଗତରେ ଖେଳିଯାଇଛି ଶୋକର ଛାୟା – ସାରା ସିନେମା ଜଗତରେ ଶୋକର ଛାୟା

ବନ୍ଧୁମାନେ ଏହି ଦୁଇ ବର୍ଷ ହେବ ସିନେମା ଜଗତକୁ ଏକ ରୁ ଏକ ଦୁଃଖଦ ଖବର ମିଳି ଚାଲିଛି।ହିନ୍ଦୀ ସିନେମା ଜଗତରେ ଇର୍ଫାନ ଖାନ, ଶୁଶାନ୍ତ ସିଂହ ରାଜପୁତ ଓ ଋଷି କପୁର ଭଳି ତାରକା ଆଉ ଆମ ଗହଣରେ ନାହାନ୍ତି।ତେବେ ଓଡ଼ିଆ ସିନେ ଜଗତରେ ମଧ୍ୟ ସେହିଭଳି ଅଭିନେତା ବିଜୟ ମହାନ୍ତି ଓ ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ଭଳି ଅଭିନେତାଙ୍କୁ ଆମେ ଆଜି ବି ମନେ ପକାଉଛୁ।ତେବେ ଗୋଟେ କଳାକାରର ଜୀବନ ଓ କ୍ୟାରିୟର ଲମ୍ବା ନୁହଁ ବଡ଼ ହେବା ଦରକାର।ଏହି କଳାକାର ସଭିଙ୍କର ଏକ ରୁ ଏକ ଅବଦାନ ଆଜି ତାଙ୍କୁ ଆମ ମଧ୍ୟରେ ଜୀବିତ ରଖିଛି।ମନୁଷ୍ୟ ଜୀବନ ସାଧାରଣତଃ ସାରୁ ପତ୍ରର ପାଣି ପରି।ଯେପରି କିଏ ଜଣେ ସାରୁ ପତ୍ରରେ ପାଣି ରଖି ଛାଡ଼ି ଦେଇଛି।

ସେହି ପାଣି ସବୁବେଳେ ଚହଲି ଥାଏ।କେତେବେଳେ ପାଣି କେଉଁ ଦିଗରେ ଗଡିଯିବ ଏହା କାହାରି ହାତରେ ନାହିଁ।ମନୁଷ୍ୟ ଜୀବନ ମଧ୍ୟ ଠିକ ସେହିପରି।କେତେବେଳେ କାହାର କଣ ହେବ ତାହା କହିହେବ ନାହିଁ।ଯଦି ମୃ-ତ୍ୟୁ ହେବାର ଥିବ ତେବେ ତାହାକୁ କେହି ଅଟକାଇ ପାରିବେ ନାହିଁ।କାରଣ ମୃ-ତ୍ୟୁ କାହାକୁ ଅପେକ୍ଷା କରେନି।ସେ ଯେତେ ବଡ଼ ଲୋକ ହେଉନା କାହିଁ ଜୀବନର ଯୁଦ୍ଧରେ କେବେ ସମୟ ଆସିଲେ ସେ ହାରି ଯାଇଥାଏ।

ତେବେ ଜଣେ ସାଧାରଣ ଲୋକର ମୃ-ତ୍ୟୁ ହେଇଥିଲେ ତାଙ୍କର ଚିହ୍ନା ପରିଚୟ ଓ ନିଜ ଲୋକମାନେ ହିଁ ଲୁହ ଗଡ଼ାଇଥାଆନ୍ତି ଓ ଦୁଃଖ ପ୍ରକାଶ କରିଥାନ୍ତି।କିନ୍ତୁ ଜଣେ କଳାକାର ମରିଲେ ତାର ସବୁ ପ୍ରଶଂସକମାନେ ସମସ୍ତେ ଦୁଃଖ ପ୍ରକାଶ କରିଥାନ୍ତି।କାରଣ ତାଙ୍କର ପ୍ରଶଂସକମାନଙ୍କ ମଧ୍ୟରେ ସେ ନିଜର ଏକ ଛାପ ଛାଡ଼ିଦେଇ ଯାଇଥାନ୍ତି।ଯଦି ଟିଭିରେ ତାଙ୍କର କିଛି କାର୍ଯ୍ୟକ୍ରମ ଦେଖିଥାଉ ସେତେବେଳେ ଆମେ ଏହା ଭାବି ମନ ଦୁଃଖ କରିଥାଉ କି ଆଗକୁ ଆଉ ଏମାନଙ୍କୁ ଦେଖିବାକୁ ମିଳିବନି।

ତେବେ ଅଭିନେତା ତଥା ନିର୍ଦ୍ଦେଶକ ବୁଦ୍ଧଦେବ ଦାସଙ୍କର ମୃ-ତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହେଇଥିଲା।ଦୀର୍ଘଦିନ ଧରି ତାଙ୍କର ସ୍ୱାସ୍ଥ୍ୟବସ୍ଥା କିଛି ଠିକ ନଥିଲା।ତେବେ ସେ କଲିକତାରେ ଥିବା ନିଜ ବାସଭବନରେ ରହି ଚିକିତ୍ସିତ ହେଉଥିଲେ।ତେବେ ସେଠାରେ ସେ ନିଜର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।ସୂଚନା ଅନୁସାରେ ଏହି ଅଭିନେତା ବହୁତ ଦିନ ଯାଏଁ ଡାଇଲିଶିସରେ ଥିଲେ।ତାଙ୍କର ବୃକକ ସହ ଅନ୍ୟ ଅନେକ ରୋଗ ଉପୁଜି ଯାଇଥିଲା।ସେ ୫ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି।ତେବେ ଏହି ପ୍ରସିଦ୍ଧ ସିନେମା ନିର୍ମାତାଙ୍କ ପରଲୋକରେ ସିନେମା ଜଗତରେ ଖେଳିଯାଇଛି ଶୋକର ଛାୟା।ଅନେକ କଳାକାର ଶୋକ ପ୍ରକାଶ କରିଛନ୍ତି।ତେବେ ଆମେ ବି ଭଗବାନଙ୍କ ନିକଟରେ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଅଛୁ।

Leave a Reply

Your email address will not be published. Required fields are marked *