ଆସନ୍ତୁ ଜାଣିବା ହଳଦୀର ଔଷଧୀୟ ଗୁଣ ବିଷୟରେ।

Spread the love

ଆମେ ପ୍ରତ୍ୟେକ ଦିନ ହଳଦୀ ବ୍ୟବହାର କରିଥାଉ।ପ୍ରତ୍ୟେକ ଦିନ ଆମେ ବିଭିନ୍ନ ଖାଦ୍ୟରେ ହଳଦୀ ବ୍ୟବହାର କରିଥାଉ ଓ ତାକୁ ଖାଇଥାଉ।ହଳଦୀ ବିନା କୌଣସି ବି ଖାଦ୍ୟ ସୁଆଦିୟା ଲାଗିନଥାଏ।ଏହା ଛଡା ହଳଦୀର ଆହରି ଅନେକ ଗୁଣ ରହିଛି ।ହଳଦୀକୁ ବିଭିନ୍ନ ରୋଗରେ ଔଷଧ ରୂପେ ବ୍ୟବହାର କରାଯାଏ।ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ହଳଦୀର ଔଷଧୀୟ ଗୁଣ ସବୁ ବିଷୟରେ।

୧-ପେଟ ରୋଗ- ପେଟ ଫମ୍ପା ବା ପୁରାତନ ଝାଡା ରୋଗରେ ଗିଲାସେ ଘୋଳ ଦହିରେ ହଳଦୀ ମିଶାଇ ପିଇବା ଦ୍ୱାରା ଉପକାର ମିଳିଥାଏ।ଯଦି ଘୋଳ ଦହି ନମିଳିବ ତେବେ ପାଣିରେ ମଧ୍ୟ ହଳଦୀ ମିଶାଇ ପିଇ ପାରିବା ।କିନ୍ତୁ ଘୋଳ ଦହି ବେସି ଲାଭଦାୟକ ହୋଇଥାଏ।

୨-କୃମି- ୨୦ ଟୋପା କଞ୍ଚା ହଳଦୀ ରସରେ ଚୁମୁଟେ ଲୁଣ ମିଶାଇ ନିୟମିତ ଖାଇବା ଦ୍ଵାରା କୃମି ଦୋଷ ଭଲ ହୋଇଥାଏ।

୩-ଚର୍ମ ରୋଗ-ଯାଦୁ, କାଛୁ କୁଣ୍ଡିଆରେ ହଳଦୀ ରସ ଲଗାଇଲେ ବା ହଳଦୀରସରେ ମହୁ ମିଶାଇ ଖାଇବା ଦ୍ଵାରା ଭଲ ହୋଇଥାଏ।

୪-ମିଳିମିଳା- ଚମଚେ ହଳଦୀର ଚମଚେ ମହୁ ଓ ଅଳ୍ପ କଲରା ପତ୍ର ରସ ମିଶାଇ ଖାଇଲେ ଉପକାର ମିଳିଥାଏ।

୫-ପିତ୍ତ କୁଣ୍ଡିଆ- ଯେଉଁ ମାନବିକ ପିତ୍ତ ପାଇଁ କୁଣ୍ଡେଇ ହୋଇ ଦେହରେ ଫଳି ଯାଉଛି ସେମାନେ ସମାନ ପରିମାଣର ହଳଦୀ ଓ ଲିମ୍ବ ପତ୍ର ବାଟି ଦେହରେ ଲଗାଇ କିଛି ସମୟ ପରେ ଗାଧୋଇବା ଦ୍ଵାରା ଭଲ ହୋଇଥାଏ।

୬-ଶ୍ରୀ ବୃଦ୍ଧି- ପ୍ରତ୍ୟେକ ଦିନ ଏକ ଚାମଚ କଞ୍ଚା ହଳଦୀ ରସ ପିଇବା ଦ୍ୱାରା ଚର୍ମ ରୋଗ ଭଲ ହେବା ସହିତ କୃମି ଦୋଷ ଭଲ ହୋଇଥାଏ।

୭-କଫ ଥଣ୍ଡା- ଏକ କପ ଗରମ ଖୀରରେ ଏକ ଚାମଚ ହଳଦୀ ମିଶାଇ ଦିନକୁ ଦୁଇ ତିନିଥର ପିଇବା ଦ୍ୱାରା କଫ ବହାରିଯାଇଥାଏ ଯେଉଁ ମାନଙ୍କୁ ଅଧିକ ଥଣ୍ଡା ଦ୍ଵାରା ନାକ ବନ୍ଦ ହୋଇଯାଇଥାଏ ଖଣ୍ଡ ହଳଦୀ କୁ ପୋଡି ତା ଧୂଆଁ ଶୁଙ୍ଘିବା ଦ୍ଵାରା ନାକ ଖୋଲିଯାଇ ଆରାମ ଲାଗିଥାଏ।

୮-ଶ୍ୱାସ- ପ୍ରତ୍ୟେକ ଦିନ ଖୀରରେ ଏକ ଚାମଚ ହଳଦୀ ଗୁଣ୍ଡ ମିଶାଇ ପିଇବା ଦ୍ୱାରା ଭଲହୋଇଥାଏ।

୯-ରକା- ରକା, ବଥା, ବା ଫୁଲା ସ୍ଥାନରେ ହଳଦୀ ବଟା ଓ ଲୁଣ ଲଗାଇବ ଦ୍ଵାରା ଭଲ ହୋଇଥାଏ।

୧୦- ହାଡ଼ ଭଙ୍ଗା- କୌଣସି ହାଡ଼ ଭାଙ୍ଗିଯାଇଥିଲେ ସେହି ସ୍ଥାନରେ ହଳଦୀ ବଟା ଓ ଚୁନ କୁ ମିଶାଇ ଭଲସେ ବାନ୍ଧି ଦେବା ଦ୍ଵାରା କିଛି ଦିନରେ ଆରାମ ମିଳିବା ସହ ହାଡ଼ ମଧ୍ୟ ଯୋଡି ହୋଇଯାଇଥାଏ।

୧୧- ବଥ-ବଥ ଉପରେ ହଳଦୀ କୁ ବାଟି ଲଗାଇବା ଦ୍ଵାରା ବଥ ଶୀଘ୍ର ପାଚି ଯାଇଥାଏ ଓ ଭଲ ହୋଇଯାଇଥାଏ।

୧୨ – ବିଷ ପାନ- ଯଦି କୌଣସି ବ୍ୟକ୍ତି ବିଷ ଖାଇଥାଏ ହଳଦୀ ସହିତ ଗାଈ ଘିଅ ମିଶାଇ ଖାଇବା ଦ୍ଵାରା ବିଷ ନଷ୍ଟ ହୋଇଯାଇଥାଏ।

୧୩-ମେହ ଓ ପ୍ରମେହ-ପ୍ରତ୍ୟେକ ଦିନ ଚମଚେ ହଳଦୀ ଗୁଣ୍ଡରେ ୧୦ ଟୋପା ବର କ୍ଷୀର ମିଶାଇ ଖାଇବା ଦ୍ଵାରା ଭଲ ହୋଇଥାଏ।

୧୪- ଆୟୁ ବୃଦ୍ଧି- ପ୍ରାଥମାଷ୍ଟମୀ ଦିନ ଜ୍ୟେଷ୍ଠ ପୁତ୍ରକୁ ହଳଦୀ ବଟା ଲଗାଇ ଗାଧୋଇ ଦେବା ଦ୍ଵାରା ଆୟୁ ବୃଦ୍ଧି ହୋଇଥାଏ।

୧୫-ଦୃଷ୍ଟି- ପିଲାଙ୍କୁ ଦୃଷ୍ଟି ହୋଇଥିଲେ ହଳଦୀ ମନ୍ତ୍ରଣ କରି ଲଗାଇ ଗାଧୋଇଦେବା ଦ୍ଵାରା ଦୃଷ୍ଟି କଟିଯାଇଥାଏ

Leave a Reply

Your email address will not be published. Required fields are marked *