ଆସନ୍ତୁ ଜାଣିବା ବେଲଗଛ ଘରେ କେଉଁଠି ଲଗାଇଲେ ହୋଇଥାଏ ଧନର ବର୍ଷା – ନିଶ୍ଚୟ ଜାଣିରଖନ୍ତୁ

Spread the love

ଆଜି ଆମେ ଜାଣିବା ବେଲଗଛ ଗୃହର କେଉଁଠି ଲଗାଇଲେ ହୋଇଥାଏ ଧନର ବର୍ଷା। ବେଲଗଛ ଏକ ଏପରି ଗଛ ଯାହାକି ସଂସାରରେ ଦୁର୍ଲଭ ଅଟେ। ତାର ଔଷଧୀୟତା, ମୁଲ୍ୟତା ଓ ଉପକାରୀତା ପାଇଁ ତାହା ସମସ୍ତ ଦେବା ଦେବୀଙ୍କ ସହିତ ମଣିଷମାନଙ୍କର ମଧ୍ୟ ପ୍ରିୟ ଅଟେ।ପୁରାଣ ଶାସ୍ତ୍ର ଅନୁସାରେ ବେଲ ଗଛର ଜନ୍ମ ମାତା ଲଷ୍ମୀଙ୍କର ଅଂଶରୁ ହୋଇଛି ଯାହା ଆପଣମାନେ ଅଳ୍ପ ବହୁତ ଜାଣିଥିବେ। ତେବେ ଆସନ୍ତୁ ଏହା ବିଷୟରେ କିଛି ମହତ୍ୱପୁର୍ଣ କଥା।

୧-ବେଲ ଗଛରେ ସାକ୍ଷାତ ମହାଦେବ ଓ ମାତା ସତୀ ବାସ କରିଥାନ୍ତି।ଏହା ସହ ବେଲ ଗଛର ତ୍ରିଶାଖାରେ ସଖାତା ତ୍ରିଦେବ ତଥା ବ୍ରହ୍ମା, ବିଷ୍ଣୁ, ଓ ମହେଶ୍ବର ବାସ କରିଥାନ୍ତି।ତେଣୁ ସକାଳୁ ଉଠି ସର୍ବଦା ବେଲ ଗଛ ମୂଳେ ପାଣି ଦେବା ଦ୍ଵାରା ମହାଦେବ ଓ ମାତା ସତୀ ପ୍ରସନ୍ନ ହୋଇଥାନ୍ତି।ଯାହା ଦ୍ୱାରା ତାଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ସର୍ବଦା ରହିଥାଏ।ଏହା ଦ୍ଵାରା ଆପଣଙ୍କୁ ଧନବାନ ହେବାରୁ କେହି ଅଟକାଇପାରିନେବି।

୨- ବେଲ ପତ୍ର ଭଗବାନ ଶିବଙ୍କ ଛଡା ସମସ୍ତ ଦେବା ଦେବୀଙ୍କର ପ୍ରିୟ।ବେଲ ପତ୍ର ଶୁଖିଗଲେ ମଧ୍ୟ ବସି ହୋଇନଥାଏ।ଏହା ଦେହରେ ଚନ୍ଦନ ମାରି ଭଗବାନ ଶିବଙ୍କୁ ଅର୍ପଣ କଲେ ଅଶେଷ ପୁଣ୍ୟ ମିଳିଥାଏ।

୩-ବେଲ କାଠକୁ ଘୋରି ଏହାର ଚନ୍ଦନକୁ ଭଗବାନ ଶିବ ଓ ମାତା ସତୀଙ୍କୁ ଅର୍ପଣ କଲେ ତାଙ୍କ କୃପା ମିଳିଥାଏ।ଏହା ସହିତ ଏହାକୁ ନିଜ ମଥାରେ ଲଗାଇବା ଦ୍ଵାରା ସମସ୍ତ କଷ୍ଟ ଦୂର ହୋଇଥାଏ।ଏହା ସହିତ ଆପଣଙ୍କ ସମସ୍ତ ଅଶୁବିଧା ମଧ୍ୟ ଦୂର ହୋଇଥାଏ।ଆପଣ ସମସ୍ତ କାଯ୍ୟରେ ସଫଳତା ପାଇଥାନ୍ତି।ଓ ଆପଣଙ୍କର ଦିବ୍ୟ ଚେତନା ଜାଗ୍ରତ ହୋଇଥାଏ।

୪-ସୋମବାର ଦିନ ବା ଚତ୍ରୁରଦଶୀ ଦିନ ବେଲ ଗଛ ମୂଳେ ଧୁପ ଦୀପ ହେଇ ତା ଚେର ଆଣି ନାଲି ସୁତରେ ଗୁଡାଇ ଦେହରେ ଧାରଣ କରିବା ଦ୍ୱାରା ସମସ୍ତ ନକରାତ୍ମକ ଶକ୍ତି ଆପଣଙ୍କଠୁ ଦୁରେଇ ରୁହନ୍ତି।ଆପଣଙ୍କ ଉପରେ କୌଣସି ଖରାପ ଦୃଷ୍ଟି ପଡିପାରିନଥାଏ।ଏହା ସହିତ ଯେଉଁ ମାନଙ୍କ ବିବାହ ହେଇପାରୁନାହିଁ ବା ସନ୍ତାନ ହେଉନାହିଁ ସେମାନେ ଏହାକୁ ଧାରଣ କରିବା ସହିତ ଯଦି ପ୍ରତ୍ୟେକ ଦିନ ବେଲ ଗଛ ମୂଳେ ପୂଜା କରନ୍ତି ବିବାହ ଓ ସନ୍ତାନ ପ୍ରାପ୍ତି ହୋଇଥାଏ।

୫-ଯେଉଁ ମାନେ ସର୍ବଦା ଭଗବାନ ଶିବ ଓ ଦେବୀଙ୍କୁ ପୂଜା କରୁଛନ୍ତି ସେମାନେ ବେଲ ଗଛ ମୂଳେ ବସି ଭଗବାନ ଶିଵ ଓ ଦେବୀଙ୍କ ମନ୍ତ୍ର ଜପ କରିବା ଦ୍ୱାରା ବହୁତ ଶୀଘ୍ର ମନସ୍କାମନା ପୁରଣ ହୋଇଥାଏ।

୬-ଘରର ଚାରିପଟେ ବଡ଼ ବଡ଼ ଗଛ ରହିବା ଭଲ ନୁହେଁ କାରଣ ଏହାର ଛାଇ ଘରେ ପଡିବା ଦ୍ଵାରା ଅନେକ ପ୍ରକାର ବାସ୍ତୁଦୋଷ ଉତ୍ପନ ହୋଇଥାଏ।କିନ୍ତି ବେଲ ଗଛ ଏକ ଏପରି ଗଛ ଯାହା ଘରର କୌଣସି କୋଣରେ ବି ରହିପାରେ ଓ ଏହାର ଛାଇ ପଡିବା ଦ୍ଵାରା ସମସ୍ତ ବାସ୍ତୁ ଦୋଷ ଦୂର ହେବା ସହ ଖରାପ ଶକ୍ତି ଘରେ ପ୍ରବେଶ କରିପାରିନଥାନ୍ତି।

୭-ଉତ୍ତର – ପୂର୍ବ ଦିଗରେ ବେଲ ଗଛ ରହିଲେ ଧନର ଅଭାବ ରାହୀନଥାନଏ।ଘରର ପୂର୍ବ ଦିଗରେ ବେଲ ଗଛ ରହିଲେ ଗୃହରେ ଶାନ୍ତି ରହିଥାଏ।ଉତ୍ତର ଦିଗରେ ବେଲ ଗଛ ରହିଲେ ଉତ୍ତମ ସନ୍ତାନ ପ୍ରାପ୍ତି ହୋଇଥାଏ ଓ ଦକ୍ଷିଣ ଦିଗରେ ରହିଲେ ଦୃଘଟଣା ଆଦି ଦୂର ହୋଇଥାଏ।

Leave a Reply

Your email address will not be published. Required fields are marked *