ଘରେ ଏହି ସମୟରେ ଝାଡୁ ଲଗାଇବା ଦ୍ଵାରା ହୋଇଥାଏ ଧନର ବର୍ଷା – ମହିଳା ମାନେ ଜାଣିରଖନ୍ତୁ

Spread the love

ମାତା ଲଷ୍ମୀ ହେଉଛନ୍ତି ଧନର ଦେବୀ। ମାତା ଲଷ୍ମୀଙ୍କର କୃପା କିଏବା ପାଇବାକୁ ଚାହିଁଥାଏ। ସମସ୍ତେ ଚାହିଁଥାନ୍ତି ମାତା ଲଷ୍ମୀ ତାଙ୍କ ଉପରେ କୃପା କରନ୍ତୁ।ହିନ୍ଦୀ ଧର୍ମରେ ଏକ ଏପରି ସମୟ ବିଷୟରେ କୁହାଯାଇଛି ଯଦି ଘରେ ସେହି ସମୟରେ ଝାଡୁ ଲଗାଯିବ ତେବେ ଘରେ ଧନର ଅଭାବ ରହିବ ନାହିଁ।ଓ ମାତା ଲଷ୍ମୀଙ୍କର କୃପା ସର୍ବଦା ସେହି ଘର ଉପରେ ରହିବ।କାରଣ ଶାସ୍ତ୍ରରେ କୁହାଯାଇଛି ସେହି ସମୟରେ ମାତା ଲଷ୍ମୀ ବସୁଧା ଉପରେ ରହିଥାନ୍ତି ଓ ଝାଡୁ ମାତା ଲଷ୍ମୀଙ୍କର ଏକ ରୂପ।ତେଣୁ ସେହି ସମୟରେ ଘରେ ଝାଡୁ ଲଗାଇବ ଦ୍ଵାରା ମାତା ଲଷ୍ମୀଙ୍କ ଘରକୁ ଆସିବାକୁ ହିଁ ପଡିଥାଏ।ଆଜି ଆମେ ଆପଣଙ୍କୁ କହିବୁ କେଉଁ ସମୟରେ ଘରେ ଝାଡୁ ଲଗାଇବା ଉଚିତ।ଏହା ସହ କଣ ଉପାୟ କରିବାକୂପଡିବ ଏବଂ କେଉଁ ସମୟରେ ଘରେ ଝାଡୁ ଲଗାଇବା ଭଲ ନୁହେଁ। ତେବେ ଆସନ୍ତୁ ଏହା ସବୁ ବିଷୟରେ ଜାଣିବା।

ସକାଳର ସମୟ ବହୁତ ଭଲ ହୋଇଥାଏ।ସକାଳର ସମୟ ବ୍ରହ୍ମ ମୁହୂର୍ତ୍ତ ହୋଇଥାଏ।ଏହି ସମୟରେ ଦେବୀ, ଦେବତା ମାନେ ବସୁଧାରେ ରହିଥାନ୍ତି।ଏହି ସମୟ ସେମାନଙ୍କ ଭ୍ରମଣର ସମୟ ହୋଇଥାଏ।ଏହି ସମୟ ସୂର୍ଯ୍ୟଙ୍କର ଉଦୟ ସମୟ ମଧ୍ୟ ଅଟେ।ତେଣୁ ସକାଳ ୪-୭ ପର୍ଯ୍ୟନ୍ତ ଭିତରେ ଝାଡୁ ଲଗାଇବା ଉଚିତ।ଗ୍ରାମ ମାନଙ୍କରେ ଏହି ଅଭ୍ୟାସ ଥାଏ ସେମାନେ ସକାଳୁ ଉଠି ନିଜ ନିତ୍ୟକର୍ମ ସାରି ଘର ସଫା କରିଦେଇଥାନ୍ତି ।ଯାହା କାରଣରୁ ଗ୍ରାମରେ ବହୁତ ସୁଖଶାନ୍ତି ରହିଥାଏ।ଅଶୁବିଧା ସହର ମାନଙ୍କରେ ହୋଇଥାଏ।କାରଣ ସହର ମାନଙ୍କରେ ଲୋକ ଡେରିରେ ଉଠିଥାନ୍ତି ଯାହା ଦ୍ୱାରା ସେମାନେ ସର୍ବଦା ଦୁଃଖରେ ରହିଥାନ୍ତି ଓ ଅଭାବ ସର୍ବଦା ଲାଗିରହିଥାଏ।ସେଥିପାଇଁ ସର୍ବଦା ଏହି ସମୟରେ ଘରେ ଝାଡୁ ନିଶ୍ଚୟ ଲଗାନ୍ତୁ ଏହା ଦ୍ଵାରା ଘରେ ଧନ ଦୌଲତର ଅଭାବ ରହିନଥାଏ।ଏହି ସମୟରେ ଯେଉଁ ଗୃହିଣୀ ଝାଡୁ ଲଗାଇଥାଏ ତାହା ଜୀବନ ସୁଖମୟ ହୋଇଯାଇଥାଏ।

ଆମ ଶାସ୍ତ୍ରରେ କେତେକ ଶୁଭ ଓ ଅଶୁଭ କଥା ବିଷୟରେ କୁହାଯାଇଛି।ଯଦି ଆପଣ ସନ୍ଧ୍ୟା ହେବାପରେ ଘରେ ଝାଡୁ ଲଗାଉଛନ୍ତି ଏହା ଦ୍ଵାରା ଆପଣ ଘରକୁ ଦୁଃଖ ଆଣିବା ସହିତ ଘରକୁ ଖରାପ ଶକ୍ତିଙ୍କୁ ଆମନ୍ତ୍ରଣ କରୁଛନ୍ତି।କେବେବି ସୂର୍ଯ୍ୟ ଅସ୍ତ ହେବା ପରେ ଝାଡୁ ଲଗାନ୍ତୁ ନାହିଁ ଏହା ଦ୍ଵାରା ମାତା ଲଷ୍ମୀଙ୍କର ଅପମାନ ହୋଇଥାଏ।କିଛି ଲୋକ ସ୍ୱପ୍ନରେ ନୂଆ ଝାଡୁ ଧରିଥିବାର ଦେଖିଥାନ୍ତି ଏହା ବହୁତ ଶୁଭ ହୋଇଥାଏ।ଏହା ଆପଣଙ୍କର ଭଲ ସମୟକୁ ସୁଚାଇଥାଏ।କେବେବି ଝାଡୁକୁ ଓଲଟା ରଖନ୍ତୁ ନାହିଁ।

ଏହା ଦ୍ଵାରା ଘରେ ଅଶୁଭ ଘଟିଥାଏ।ଯଦି ଆପଣ ଏହି ଭୁଲ କରୁଛନ୍ତି ଏହାକୁ ବଦଳାଇ ଦିଅନ୍ତୁ।ଘରୁ କୌଣସି ବ୍ୟକ୍ତି ବାହାରକୁ ଗଲା ପରେ ସାଙ୍ଗେ ସାଙ୍ଗେ ଝାଡୁ ଲଗାନ୍ତୁ ନାହିଁ ଏହା ଦ୍ଵାରା ଖରାପ ଘଟିଥାଏ।ବ୍ୟକ୍ତି ଯିବାର କିଛି ସମୟ ପରେ ଭଗବାନଙ୍କୁ ଡାକି ଝାଡୁ ଲଗାନ୍ତୁ।ଏହା ଛଡା ଝାଡୁରେ ଗୋଡ ବାଜିବା ବହୁତ ଖରାପ ଅଟେ ।ଏହା ଦ୍ଵାରା ଆପଣ ଘରର ଲଷ୍ମୀଙ୍କ ଦେହରେ ଗୋଡ଼ ମାରୁଛନ୍ତି।ଏଥିପ୍ରତି ସତର୍କ ରୁହନ୍ତୁ।

Leave a Reply

Your email address will not be published. Required fields are marked *