ପଞ୍ଚମ ହାରକୁ ଅଟକାଇପାରିଲେନି କେଏଲ ରାହୁଲ, ରାଗିଯାଇ କହିଲେ କିଛି ଏପରି ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।

Spread the love

ଆଇପିଏଲ ୨୦୨୦ ରେ ଆଉ ଏକ ବଡ଼ ମ୍ୟାଚ ହାଇଦ୍ରାବାଦ ଓ ପଞ୍ଜାବ ଭିତରେ ଦୁବାଇ ଷ୍ଟାଡିୟମରେ ଖେଳାଗଲା।ଯେଉଁ ମ୍ୟାଚରେ ହାଇଦ୍ରାବାଦ ୬୯ ରନରେ ବିଜୟ ହାସଲ କରିଛି।ଏହି ମ୍ୟାଚରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଙ୍ଗ କରିବା ଦ୍ୱାରା ଜନୀ ବେୟରଷ୍ଟୋ ଓ ଡେଭିଡ଼ ୱାନରଙ୍କ ଧୂଆଁଧାର ବ୍ୟାଟିଙ୍ଗ ଦେଖିବାକୁ ମିଳିଲା। ଡେଭିଡ଼ ୱାନରଙ୍କ ମାତ୍ର ୩୭ ବଲରେ ନିଜର ଅଧଶତକ ପୁରା କରିଥିଲେ ଜେବେକି ବେୟରଷ୍ଟୋ ମାତ୍ର ୨୫ ବଲରେ ନିଜର ଅଧଶତକ ପୁରା କରିଦେଇଥିଲେ।୧୬ ଓଭର ପର୍ଯ୍ୟନ୍ତ ଦୁହେଁ ଆଉଟ ହୋଇନଥିଲେ।୧୬୦ ରନ ପର୍ଯ୍ୟନ୍ତ ହାଇଦ୍ରାବାଦର ଗୋଟେ ବି ଉଇକେଟ ଆଉଟ ହୋଇନଥିଲା। ୱାନରଙ୍କ ୫୦ ରନ ଓ ବେୟରଷ୍ଟୋଙ୍କ ୯୭ ରନ ଦ୍ଵାରା ପଞ୍ଜାବକୁ ୨୦୨ ରନର ଲକ୍ଷ ମିଳିଲା।

ପାହାଡ଼ ଭଳି ଲକ୍ଷର ପିଛା କରିବାକୁ ଯାଇ ପଞ୍ଜାବର ଆରମ୍ଭ ବହୁତ ପ୍ରେସରରେ ରହିଲା। ମାତ୍ର ୨ୟ ଓଭରରେ ପଞ୍ଜାବର ଧୂଆଁଧାର ଖେଳାଳୀ ମୟଙ୍କ ଅଗ୍ରୱାଲ ରନ ଆଉଟ ହୋଇଗଲେ ତାହା ପୁଣି ରାହୁଲଙ୍କ ଯୋଗୁ। ଏହା ପରେ ରାହୁଲ ମଧ୍ୟ ଆଉଟ ହୋଇଗଲେ। ରାହୁଲ ମାତ୍ର ୧୧ ରନ ହିଁ କରିପାରିଲେ।ଏହା ପରେ ନିକୋଲାସ ପୁରନ ୭୭ ରନର ଏକ ବଡ଼ ପାରି ଖେଳିଥିଲେ କିନ୍ତୁ ତଙ୍କ ସହ ଅନ୍ୟ କୌଣସି ଖେଳାଳି ଭଲ ଖେଳିପାରିଲେ ନାହିଁ। ଯାହା ଦ୍ୱାରା ପଞ୍ଜାବ ଟିମ ଚାହିଁକିବି ଏହି ମ୍ୟାଚ ଜିତିପାରିଲା ନାହିଁ। ମାତ୍ର ୧୭ ଓଭରରେ ପୁରା ପଞ୍ଜାବ ଟିମ ଅଲଆଉଟ ହୋଇଗଲା। ଏହା ଯୋଗୁ ପଞ୍ଜାବକୁ ୬୯ ରନ ରେ ହାରିବାକୁ ପଡିଲା।

ପଞ୍ଜାବ ଟିମ ଅଟେ ବଡ଼ ରନ ଅନ୍ତରରେ ହାରିବା ପରେ ଦଳର ଅଧିନାୟକ କେଏଲ ରାହୁଲ ଜମାବି ଖୁସି ନାହାଁନ୍ତି।ଆପଣଙ୍କୁ କହିରଖିବୁ ପଞ୍ଜାବ ଟିମ ଏହି ଆଇପିଏଲ ୬ ଟି ମ୍ୟାଚ ଖେଳିଛି ଯେଉଁଥିରେ ତାକୁ ୫ ଟି ମ୍ୟାଚରେ ହାରିବାକୁ ପଡିଛି ଓ ଏବେ ହାଇଦ୍ରାବାଦ ସହିତ ଏତେ ବଡ଼ ହାର ପାଇବା ପରେ ରାହୁଲ ରାଗିବା ସ୍ୱାଭାବିକ।ରାହୁଲ କହିଛନ୍ତି ଏହାତ ସତ କି ୨୦୨ ରନ କୌଣସି ଛୋଟ ରନ ନୁହେଁ।ଏହା ପରେ ଯଦି ପୁରା ଟିମ ଭଲ ପ୍ରଦର୍ଶନ କରିଥାନ୍ତା ଓ ଆରମ୍ଭରୁ ମଝବୁତ ଖେଳିଥାନ୍ତା ଓ ନିକୋଲାସ ପୁରନଙ୍କ ସାଥ କେହିବି ଦେଇଥାନ୍ତା ଆମେ ଏହି ମ୍ୟାଚ ଜିତିପାରିଥାନ୍ତେ।

ରାହୁଲ ପୁଣି କହିଛନ୍ତି ଏଥିପାଇଁ ମୁଁ କେବଳ ଜଣଙ୍କୁ ଦୋଷ ଦେଉନାହିଁ ପୁରା ଟିମ ଏହି ହାର ପାଇଁ ଦାୟୀ। ମୁଁ ମଧ୍ୟ ଦାୟୀ କାରଣ ଆରମ୍ଭରୁ ମୁଁ ଓ ମୟଙ୍କ ମଧ୍ୟ ରନ କରିପାରିଲୁ ନାହିଁ ଯାହା ଦ୍ୱାରା ଟିମ ଉପରେ ଅଧିକ ପ୍ରେସର ଆସିଗଲା। ଏହା ପରେ ଆଉ କୌଣସି ବ୍ୟାଟ୍ସମ୍ୟାନ ପୁରନଙ୍କ ଛଡା ଭଲ ଖେଳିପାରିଲେ ନାହିଁ। ମୟଙ୍କଙ୍କ ରନ ଆଉଟ ଆମକୁ ଏକ ବଡ଼ ଝଟକା ଦେଲା। ଏହି ମ୍ୟାଚରେ ବୋଲିଙ୍ଗ ମଧ୍ୟ ଖରାପ ରହିଲା ୧୬୦ ରନ ପର୍ଯ୍ୟନ୍ତ ହାଇଦ୍ରାବାଦର କୌଣସି ଉଇକେଟ ମଧ୍ୟ ଗଲାନି।ରବି ବିଶୋଇ ଭଲ ବୋଲିଙ୍ଗ ପ୍ରଦର୍ଶନ କରିଛନ୍ତି।ଆଗକୁ ଆମକୁ ନିଜ ବ୍ୟାଟିଙ୍ଗ ଓ ବୋଲିଙ୍ଗ ଭଲ କରିବାକୁ ପଡିବ ।ଏହା ସହ ରାହୁଲ ରାଗରେ ଥିଲା ଭଳି ଲାଗିଲା।ଯେଉଁ ଟିମ ୬ ମ୍ୟାଚରୁ ୫ ଟି ମ୍ୟାଚ ହାରିଥିବ ତାର ଅଧିନାୟକ ରାଗିବା ସ୍ୱାଭାବିକ।

Leave a Reply

Your email address will not be published. Required fields are marked *