ଓଡ଼ିଶାର ଏହି ଜାଗାରେ ମିଳିଲା ଗନ୍ଧମାର୍ଦ୍ଧନ ପର୍ବତ ର ସନ୍ଧାନ – ଦେଖନ୍ତୁ କେଉଁ ଜାଗାରେ ଅଛି ଏହି ପର୍ବତ..

Spread the love

ବନ୍ଧୁମାନେ ଆପଣ ଜାଣିଛନ୍ତି କି ଓଡ଼ିଶାରେ ଥିବା ମଣି ନାଗ ଗୁମ୍ଫାର ରହସ୍ୟ କଣ।ଏହା ପଛରେ ଲୁଚି ରହିଛି ଅନେକ କଥା।ତେବେ ଆସନ୍ତୁ ଜାଣିବା ସେ ସବୁ ବିଷୟରେ।ତେବେ ଆପଣ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ପଢନ୍ତୁ ଆପଣ ଏହି ଜାଗାର ମହତ୍ତ୍ଵ ବିଷୟରେ ଜାଣି ପାରିବେ।ତେବେ ଏ ସବୁ ତଥ୍ୟ ଆମେ ସେଠାରେ ଥିବା ଏକ ସ୍ଥାନୀୟ ପଣ୍ଡିତଙ୍କ ଠାରୁ ଆଣି ଅଛୁ।

ତେବେ ଏହା ତ୍ରେତୟା ଯୁଗର ସମୟ।ଯେତେବେଳେ ଲଙ୍କା ନରେଶ ରାବଣ ତ୍ରିଭୁବନ ବିଜୟ କରି ସାରିଥିଲା।ସେତେବେଳେ ତାଙ୍କ ଆଗରେ କେବଳ ଜଣେ ହିଁ ଠିଆ ହେଇଥିଲା।ସେ ହେଉଛନ୍ତି ଭଗବାନ ବିଷ୍ଣୁ।ତେବେ ଭଗବାନ ବିଷ୍ଣୁଙ୍କୁ ହରାଇବା ପାଇଁ ସେ ନିଜର ସମସ୍ତ ରାକ୍ଷସ ସେନାକୁ ଏକାଠି କରିଥିଲା।ସେହି ସମୟରେ ସେ ଯେତେବେଳେ ପାତାଳକୁ ଯାଇଥିଲା ସେଠି ସେ ବଳିଙ୍କ ସହ ମିଶିଥିଲା।ତେବେ ବଳିଙ୍କୁ ସେ ନିଜ ସହ ମିଶିବାକୁ କହିଥିଲା।ତେବେ ମର୍ତ୍ତ୍ୟ ଲୋକକୁ ଆସିବା ପରେ ବଳି ଦେଖିଲେ କି ପେଣ୍ଡୁ ଭଳି ଗୋଟେ ଜିନିଷଟିଏ ରାସ୍ତାରେ ପଡ଼ିଛି,ସେହି ଗୋଟିକ ଉଠାଇବାକୁ ରାବଣକୁ କହିଥିଲେ।ତେବେ ରାବଣ ସେହି ପେଣ୍ଡୁଟିକୁ ଉଠାଇବାକୁ ଚେଷ୍ଟା କଲେ ପାରିନଥିଲେ।

ଏହା ପରେ ରାବଣ ନିଜର ସବୁ ବଳ ଲଗାଇ ସେହି ପେଣ୍ଡୁଟିକୁ ଉଠାଇବାକୁ ଚେଷ୍ଟା କରିଥିଲେ ଓ ପାରିନଥିଲେ, ଏହା କରିବା ଦ୍ୱାରା ତାଙ୍କ ମୁହଁରୁ ରକ୍ତ ମଧ୍ୟ ବାହାରିଥିଲା।ତେବେ ବଳି କହିଥିଲେ କି ଏହା ହେଉଛି ଆମ ପୂର୍ବପୁରୁଷ ହିରଣ୍ୟକଶିପୁଙ୍କର କାନରେ ପିନ୍ଧିଥିବା କୁଣ୍ଡଳ।ଯେତେବେଳେ ହିରଣ୍ୟକଶିପୁ ଛଟପଟ ହେଇଥିଲା ସେତେବେଳେ ତାର ଦୁଇଟି କୁଣ୍ଡଳ ଛିଟିକି କରି ପଡ଼ିଥିଲା ।ତେବେ ତୁ ତାଙ୍କର ଗୋଟିଏ କୁଣ୍ଡଳ ଟେକି ପାରୁନାହୁଁ ଚିନ୍ତା କର ତୁ ଯାହା ସହ ଯୁଦ୍ଧ କରିବାକୁ ଯାଉଛୁ ସେ ତାକୁ ନିଜ ଜଙ୍ଘରେ ପକାଇ ବିଦାରଣ କରିଥିଲେ, ଚିନ୍ତା କର ରାବଣ ସେ କେତେ ବଳବାନ ହୋଇଥିବେ।କୁହାଯାଏ କି ହିରଣ୍ୟକଶିପୁର ଏକ କୁଣ୍ଡଳ ପାତାଳରେ ପଡ଼ିଥିବା ବେଳେ ଅନ୍ୟ ଏକ କୁଣ୍ଡଳ ମଣି ନାଗ ଗୁମ୍ଫାରେ ପଡ଼ିଛି।

ତେବେ ଏହା ମଧ୍ୟ କୁହାଯାଏ କି ସେଠି ଯେଉଁ ପାହାଡ଼ଟି ସୃଷ୍ଟି ହେଇଛି ତାହା ଗନ୍ଧମାର୍ଦ୍ଧନ ପର୍ବତର ଏକ ଅଂଶ ଯାହା ହନୁମାନ ପର୍ବତ ନେବା ସମୟରେ ଖଣ୍ଡଟିଏ ଖସି ଯାଇଥିଲା।ତେବେ ଆଉ କେତେ ଲୋକ କହନ୍ତି କି ଏହି ପର୍ବତର କିଛି ଅଂଶ ସେ ନେଇକି ଯାଇଥିଲେ।ତେବେ ଏହି କଥାର ସତ୍ୟତା ଆଜି ଯାଏଁ କାହାକୁ ଜଣା ନାହିଁ।ତେବେ ସେହି ପାହାଡ଼ ପାଖରେ ବହୁତ ଋଷି ରହୁଥିଲେ।ସେମାନେ ଯେଉଁ ଜାଗାରେ ରହୁଥିଲେ ସେ ଜାଗାଟିର ନାମ ଋଷୀଙ୍କନଗର ଦିଆ ଯାଇଥିଲା।କିନ୍ତୁ ପରେ ଏହା ଅପଭ୍ରଂଶ ହେଇ ନାମଟି ରସିକନଗର ହେଇ ଯାଇଥିଲା।

ତେବେ ଅନ୍ୟ ଏକ କଥା ହେଉଛି ସେହି ଗୁମ୍ଫାରେ ବନବାସ ସମୟରେ ରାମ, ଲକ୍ଷ୍ମଣ ଓ ସୀତା ଏହି ଗୁମ୍ଫାରେ ଅଳ୍ପ ଦିନ ପାଇଁ ରହିଥିଲେ।ତେବେ ମା ସୀତା ସେଠି ପାଖରେ ଥିବା ଏକ ପୋଖରୀରେ ଗାଧେଇ ଥିଲେ।ତେବେ ସେଥିପାଇଁ ଆଜି ଯାଏଁ ସେ ପୋଖରୀରେ କେବେ ଦଳ ହେବାର ଦେଖା ଯାଇନାହିଁ।ତେବେ ଏହି ସବୁ ଥିଲା ମଣି ନାଗ ଗୁମ୍ଫାର ଅଜଣା କଥା।

Leave a Reply

Your email address will not be published. Required fields are marked *