ପ୍ରଧାନ ମନ୍ତ୍ରୀ କିଷାନ ଯୋଜନା ୨୦୨୧ – ଚାଷୀଙ୍କ ଖାତା କୁ ପୁଣି ଆସିବ କିଷାନ ଯୋଜନା ଟଙ୍କା – ଦେଖନ୍ତୁ କେଉଁମାନେ ପାଇବେ ଏହି ୨ ହଜାର ଟଙ୍କା

Spread the love

ବନ୍ଧୁମାନେ ଏବେ ଅଳ୍ପ ଦିନ ତଳେ ହିଁ କୃଷକ ଭାଇ ମାନଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ଆସିଅଛି।ନୂଆ କିଷାନ ଯୋଜନାରେ ମୋଦି ସରକାର ଆଣି ଦେଇଛନ୍ତି ଅନେକ ନୂଆ ନିୟମ ଯାହା ଦ୍ଵାରା ଆମ ଚାଷୀ ଭାଇ ମାନେ ବହୁତ ଉପକୃତ ହେବେ।ତେବେ ଏହି ନୂଆ ନିୟମରେ କଣ କଣ ସବୁ ପରିବର୍ତ୍ତନ ହେଉଛି ତାହା ବିଷୟରେ ନଜର ପକାଇବା।ତେବେ ଆପଣ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ଯେମିତି ହେଲେ ଭଲ ଭାବରେ ପଢନ୍ତୁ ଯାହା ଦ୍ଵାରା ଆପଣ ଏହି ଯୋଜନା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ପାଇ ପାରିବେ।

ତେବେ ପ୍ରଧାନ ମନ୍ତ୍ରୀ କିଷାନ ଯୋଜନାର ନବମ କିସ୍ତିର ଟଙ୍କା ଏବେ କିଛି ଦିନ ଭିତରେ ମିଳିବାକୁ ଯାଉଛି।ତେବେ ପୂର୍ବ ସାତଟି କିସ୍ତିର ପଇସା ସେମାନଙ୍କୁ ମିଳି ଯାଇଛି ଓ ଅଷ୍ଟମ କିସ୍ତି ଏହି ମାସ ଶେଷ ସୁଦ୍ଧା ମିଳି ଯିବାର ସୂଚନା ଅଛି।ତେବେ ଏହି ଟଙ୍କା କେବେ ମିଳିବ,କାହା କାହାକୁ ମିଳିବ ଏହା ସହ କେମିତି ଏହି ଟଙ୍କାକୁ ପାଇପାରିବେ ଓ ଏଥିରେ କେତେ ଟଙ୍କା ମିଳିବ ଆପଣ ଏଠି ସବୁ ଜାଣି ପାରିବେ।ତେବେ ଆସନ୍ତୁ ଜାଣିବା।

ତେବେ ସରକାରଙ୍କର ଏହି ଉଚ୍ଚଭିଲାସୀ ଯୋଜନା ବହୁତ ଜଲଦି କାର୍ଯ୍ୟକାରୀ ହେବ ବୋଲି ଆଶା କରା ଯାଇଛି।ନିକଟରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଗଣ ମାଧ୍ୟମରେ ଏହି ଖବର ଜଣାଇ ଥିଲେ।ତେବେ ସେ ଏହା ମଧ୍ୟ କରିଛନ୍ତି କି ପ୍ରଧାନ ମନ୍ତ୍ରୀଙ୍କ ଏହି ଯୋଜନା ଦ୍ବାରା ଦେଶର ୧୦ କୋଟି କୃଷକଙ୍କୁ ଏକ ଲକ୍ଷ ସଇନ୍ତିରିଶ ହଜାର ଶହେ ବୟାନବେ କୋଟି ଟଙ୍କା ପ୍ରଦାନ କରାଯାଇଛି।

ବର୍ତ୍ତମାନ ପ୍ରଧାନ ମନ୍ତ୍ରୀ କିଷାନ ଯୋଜନାର ନବମ କିସ୍ତିକୁ ଆଣିବା ପାଇଁ ଚେଷ୍ଟା ଚଳାଇଛନ୍ତି।ତେବେ ସରକାର ଅଗଷ୍ଟ ଏକ ତାରିଖରୁ ଏହି ଯୋଜନାର ନବମ କିସ୍ତି ବଣ୍ଟନ କରିବେ।ତେବେ ଏହି ଟଙ୍କା ସିଧା କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଳାଇବ।ତେବେ ଯଦି ଆପଣ ଏହି ଯୋଜନା ପାଇଁ ପଞ୍ଜୀକୃତ ହେଇ ନାହାନ୍ତି ତେବେ ମାନେ ରଖନ୍ତୁ ଏହି ମାସ ଶେଷ ସୁଦ୍ଧା ନିଜର ପଞ୍ଜିକରଣ କାର୍ଯ୍ୟ ପୂରଣ କରନ୍ତୁ।ତେବେ ଯଦି ଏହି ମାସ ଭିତରେ ଆପଣଙ୍କର ସବୁ ପଞ୍ଜିକରଣ ପ୍ରକିୟା ସମ୍ପୂର୍ଣ୍ଣ ହେଇ ଯାଇଛି ତେବେ ଆପଣ ଏକ ଥରେ ଦୁଇଟି କିସ୍ତି ପାଇ ପାରିବେ।ପିଏମ କିଷାନ ଯୋଜନାରେ ଆବେଦନ କରିବା ପାଇଁ ଆପଣଙ୍କୁ ପିଏମ କିଷାନ ଅଫିସିଆଲ୍ ୱେବସାଇଟକୁ ଯାଇ କରି ପାରିବେ।

ଏହି ୱେବସାଇଟକୁ ଖୋଲିଲେ ଆପଣ ମୂଳ ପୃଷ୍ଠାରେ କୋଣରେ ଲେଖାଥିବା କୃଷକ ଉପରେ କ୍ଲିକ କରନ୍ତୁ।ଏହାପରେ ନୂତନ କୃଷକ ପଞ୍ଜିକରଣ ଉପରେ କ୍ଲିକ କରନ୍ତୁ।ଏହାପରେ ଆଧାର ନମ୍ବର ପ୍ରତିଛବି ପାଠ୍ୟ ପ୍ରବେଶ କରନ୍ତୁ।ଏହାପରେ ଆପଣଙ୍କ ରାଜ୍ୟ ଚୟନ କରନ୍ତୁ।ପ୍ରଧାନ ମନ୍ତ୍ରୀ କିଷାନ ଯୋଜନାରେ ପଞ୍ଜିକରଣ ପାଇଁ ସେଠାରେ ଏକ ସିଧାସଳଖ ଲିଙ୍କ ଥିବ ସେଠି କ୍ଲିକ କରନ୍ତୁ।ଏହାପରେ ସେଠି ଯାହା ସବୁ ବିବରଣୀ ମାଗିଛି ଏହାକୁ ଯତ୍ନର ସହ ପୁରା କରନ୍ତୁ।ଯଦି ଏହା କରିବାରେ ଆପଣ କିଛି ଅସୁବିଧା ଅନୁଭବ କରୁଛନ୍ତି ତେବେ ହେଲ୍ପ ଲାଇନ ନମ୍ବରରେ ପଚାରି ପାରିବେ।ତେବେ ନବମ କିସ୍ତିରେ କେତେ ଟଙ୍କା ଆସିବ ତାହା ବିଷୟରେ କିଛି ତଥ୍ୟ ଜଣା ପଡ଼ିନାହିଁ।

Leave a Reply

Your email address will not be published. Required fields are marked *