Vastu ବିଚାର – ଘର ଆଗରେ ଏହି ଚମତ୍କାରୀ ଗଛ ଉଠିବା ବହୁତ ଶୁଭ ହୋଇଥାଏ,ଏହି ଗଛ ଉଠିବ ମାତ୍ରେ ଜାଣିବେ ମା ଲକ୍ଷ୍ମୀ ଆସିଲେ ଆପଣଙ୍କ ଘରକୁ

Spread the love

ସାଙ୍ଗମାନେ ଗଛ ପତ୍ର ଓ ବନସ୍ପତି ଦ୍ୱାରା ଆମକୁ ଜୀବନରେ ଉପଯୋଗ ପ୍ରତ୍ୟେକ ବସ୍ତୁ ମିଳିଥାଏ।ଆମର ଜୀବନ ବୃକ୍ଷ ଲତା ଉପରେ ନିର୍ଭର କରିଥାଏ କାରଣ ବୃଷ ଠାରୁ ଆମକୁ ପ୍ରାଣ ବାୟୁ ଅମ୍ଳଜାନ ମିଳିଥାଏ।ଚାରା ଓ ହରା ଭରା ବୃକ୍ଷ ଲତା ଆମର ବାତା ବରଣକୁ ସୁଦ୍ଧ ରଖିବା ସହିତ ଆମ ମସ୍ତିଷ୍କକୁ ମଧ୍ୟ ଶାନ୍ତ ରଖିଥାଏ।ବୃକ୍ଷ ଲତାରୁ ବାହାରୁଥିବା ସକାରତ୍ମକ ଉର୍ଜାରେ ଆଖ ପାଖର ନକରାତ୍ମକ ଉର୍ଜା ବି ଶେଷ ହୋଇଯାଏ।

ବାସ୍ତୁ ଶାସ୍ତ୍ରରେ ମଧ୍ୟ ବୃକ୍ଷ ଲତାର ଅନେକ ମହତ୍ୱ କୁହାଯାଇଛି ବାସ୍ତୁ ଶାସ୍ତ୍ରରେ ବି ଅନେକ ଗଛ ଲତା ଅଛି ଯାହା ଆମ ପାଇଁ ବହୁତ ଶୁଭ ହୋଇଥାଏ ଓ ଯାହା ଆମ ପାଇଁ ଆମର ଘରେ ଲଗାଇଥାଉ।ଏଥି ମଧ୍ୟରୁ କିଛି ଗଛ ଆମ ଘରର ସାମ୍ନାରେ ଆପେ ଆପେ ଉଠିଯାଏ।ଏହା ଆମ ଘରକୁ ସୁଖ ସମୃଦ୍ଧି ଓ ଶାନ୍ତି ଆସିବାର ସଙ୍କେତ ଦେଇଥାଏ।

ଏପରି ଗଛ ଘରେ ହେଲେ କେବଳ ଆମର ବର୍ତ୍ତମାନ ହିଁ ନୁହଁ ବରଂ ଭବିଷ୍ୟତ ବି ସୁନ୍ଦର ହୋଇଯାଏ।ତାହା ସହ କିଛି ଏପରି ଗଛ ପତ୍ର ଥାନ୍ତି ଯାହା ଆମ ଜୀବନ ଉପରେ ନକରାତ୍ମକ ପ୍ରଭାବ ପକାଇଥାନ୍ତି।ଏଥିପାଇଁ ଏହି ଗଛ ପତ୍ରକୁ ଆପଣଙ୍କ ଘରେ କଦାପି ଲଗାଇବା ଉଚିତ ନୁହେଁ।ସର୍ବପ୍ରଥମ ତୁଳସୀ ଗଛ।ତୁଳସୀ ଗଛକୁ ଧାର୍ମିକ ଆଧ୍ୟାତ୍ମିକ ଦୃଷ୍ଟିରୁ ଅତ୍ୟନ୍ତ ଶୁଭ ଓ ପବିତ୍ର ଗଛ ମନାଯାଇଥାଏ।

ହିନ୍ଦୁ ଶାସ୍ତ୍ର ଅନୁସାରେ ସବୁ ହିନ୍ଦୁ ଘରେ ତୁଳସୀ ଗଛ ଲାଗିବା ଉଚିତ।ତୁଳସୀ ଗଛ ମାଆ ଲକ୍ଷ୍ମୀଙ୍କ ପ୍ରତିକ ହୋଇଥାଏ ଓ ଏହା ଭଗବାନ ବିଷ୍ଣୁଙ୍କୁ ଅତ୍ୟନ୍ତ ପ୍ରିୟ।ତୁଳସୀ ଗଛରୁ ବାହାରୁଥିବା ସକାରତ୍ମକ ଉର୍ଜାରେ ଆମ ଜୀବନ ମଧ୍ୟ ସକାରତ୍ମକ ହୋଇଯାଏ।ଘରେ ଅଗଣାରେ ରଖାଯାଇଥିବା ତୁଳସୀ ଗଛ ଘରେ ଅସୁଭ ଶକ୍ତିକୁ ପ୍ରବେଶ କରିବାକୁ ଦିଏ ନାହିଁ।

ଦ୍ୱିତୀୟରେ ବେଲ ଗଛ।ଯେଉଁ ଘରେ ବେଲ ଗଛ ଥାଏ ସେହି ଘରର ଵ୍ୟକ୍ତି ସର୍ବଦା ସୁଖୀ ରହିଥାନ୍ତି ବେଲ ଗଛକୁ ଆପଣ ପ୍ରଥମେ ଏକ କୁଡ଼ିଆରେ ଲଗାଇ ତାକୁ ବଗିଚାରେ ଲଗାଇପାରିବେ।ଏହି ଗଛ ବଢି ବଢି ବହୁତ ବଡ଼ ହୋଇଯାଏ ଓ ଆମକୁ ଛାୟା ପ୍ରଦାନ କରିଥାଏ।ଏହି ଗଛ ଭଗବାନ ଶିବଙ୍କ ଅତ୍ୟନ୍ତ ପ୍ରିୟ।ତୃତୀୟ ଲେମ୍ବୁ ଗଛ।ତନ୍ତ୍ର ମନ୍ତ୍ରରୁ ବଞ୍ଚିବା ପାଇଁ ଲେମ୍ବୁର ଉପଯୋଗ କରାଯାଇଥାଏ।

ଲେମ୍ବୁ ତାର ଆଖ ପାଖରେ ଥିବା ଖରାପ ଶକ୍ତିକୁ ନିଜ ଭିତରକୁ ଟାଣି ଦିଏ।ଏହା ଦ୍ୱାରା ଘରକୁ କାହାର ଖରାପ ନଜର ଲାଗେନାହିଁ ଓ ଏହା ଦ୍ବାରା ଘରର ବାତା ବରଣ ସୁଧ ହୁଏ।ଚତୁର୍ଥରେ ଅରକଖ ଗଛ।ଏହାକୁ ମଧ୍ୟ ଶୁଭ ଧାରା ଯାଏ ଓ ଏହାର ଫୁଲକୁ ଭଗବାନ ଶିବଙ୍କୁ ଅର୍ପଣ କରାଯାଇଥାଏ।ଏହାପରେ କଦଳୀ ଗଛ।ଘରର ସାମ୍ନାରେ କଦଳୀ ଗଛ ରହିଲେ ଘରେ ମାତା ଲକ୍ଷ୍ମୀଙ୍କ କୃପା ପଡିଥାଏ।ଏହାପରେ ହେଉଛି ଅଁଳା ଗଛ।ଏହା ରହିବା ଦ୍ୱାରା ଘରେ ସମସ୍ତିଙ୍କର ସ୍ୱାସ୍ଥ୍ୟ ସବୁବେଳେ ଭଲ ରହିଥାଏ।ହଳଦିକୁ ମଧ୍ୟ ପବିତ୍ର ବିଶ୍ୱାସ କରାଯାଏ।ପୂଜା ପାଠରେ ବ୍ୟବହାର କରାଯାଇଥାଏ।

Leave a Reply

Your email address will not be published. Required fields are marked *