ବିଜୁ ପକ୍କା ଘର ମିଳିନଥିଲେ ଆପଣ କିପରି ଏହାର ଆବେଦନ କରିପାରିବେ ?କିପରି ଘର ଲାଭ ଉଠେଇ ପାରିବେ ଜାଣିରଖନ୍ତୁ

Spread the love

ଯଦି କୌଣସି ବ୍ୟକ୍ତିଙ୍କର ଯୋଗ୍ୟତା ଥାଇ ମଧ୍ୟ ସେ ନିଜର ବିଜୁ ପକ୍କାଘର ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଥବା ସେ ନିଜର ପକ୍କାଘର ପାଇନାହାନ୍ତି ତେବେ ସେ ନିଜର ଅଭିଯୋଗ ସରକାରଙ୍କ ନିକଟରେ ଅନଲାଇନ ମାଧ୍ୟମରେ ଉପସ୍ଥାପନ କରିପାରିବେ।ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କର ଯୋଗ୍ୟତା ନଥାଇ ମଧ୍ୟ ସେମାନେ ଏହି ସୁବିଧାର ଉପଭୋଗ କରୁଛନ୍ତି କିନ୍ତୁ ଏପରି ଅନେକ ହିତାଧିକାରୀ ଅଛନ୍ତି ଯେଉଁମାନେ ଏହି ସୁବିଧା ପାଇବାର ପ୍ରକୃତ ହକଦାର ମାତ୍ର ସେମାନେ ଏହି ସୁବିଧା ସୁଯୋଗ ପାଇ ପାରୁ ନାହାଁନ୍ତି।ତେବେ ଆପଣକୁ ପ୍ରଥମ ରୁ କହିରଖୁ ଯଦି ଆପଣ ଯୋଗ୍ୟ ହିତାଧିକାରୀ ହେଇଥିବେ ତେବେ ଆପଣଙ୍କୁ ଘର ମିଳିପାରିବ ନଚେତ ଆବେଦନ କରନ୍ତୁ ନାହିଁ

ତେବେ ଆପଣ ନିଜର ଅଭିଯୋଗକୁ ଅନଲାଇନ ମାଧ୍ୟମରେ କିପରି ଉପସ୍ଥାପନ କରିବେ।ପ୍ରଥମେ ଆପଣ ଗୁଗଲକୁ ଯାଇ ସେଥିରେ ଇ ଅଭିଯୋଗ ସର୍ଚ୍ଚ କରନ୍ତୁ।ଏହାକୁ ସର୍ଚ୍ଚ କଲାପରେ ସେଠାରେ ଆସୁଥିବା ପ୍ରଥମ ଲିଙ୍କ ଉପରେ କ୍ଲିକ କରିବା ମାତ୍ରେ ଆପଣଙ୍କ ସମ୍ମୁଖରେ ଏକ ପେଜ ଖୋଲି ଯିବ।ସେଠାରେ ଲଜ ଲେଖା ଥିବା ଉପରେ କ୍ଲିକ କରି ଆଗକୁ ବଢନ୍ତୁ।ଏହାପରେ ଆପଣଙ୍କୁ ଏହା ଭାଷା ଚୟନ କରିବାକୁ କହିବା ଅର୍ଥାତ ଆପଣ ଯେଉଁ ଭାଷାରେ ଭଲ ଥିବେ ଆପଣ ସେହି ଭାଷାରେ ନିଜର ନିବେଦନ ପତ୍ର ଲେଖିପାରିବେ।

ଏହାପରେ ସେଠାରେ ଆପଣ କେଉଁ ବିଭାଗକୁ ଅଭିଯୋଗ କରିବା ପାଇଁ ଚାହୁଁଛନ୍ତି ତାହା ପଚାରିବ ଓ ଆପଣ ସେଥିରୁ ଯେଉଁ ବିଭାଗକୁ ଅଭିଯୋଗ କରିବାକୁ ଚାହୁଁଥିବେ ସେହି ବିଭାଗକୁ ଚୟନ କରନ୍ତୁ।ଏହାପରେ କିଛି ସାଧାରଣ ପ୍ରଶ୍ନର ଉତ୍ତର ଦେଇ ଆପଣ ଆଗକୁ ବଢନ୍ତୁ।ଏହାପରେ ଆପଣଙ୍କୁ ଆପଣଙ୍କ ଲିଙ୍ଗ ଆପଣଙ୍କ ଘରର ପ୍ରକୃତ ଠିକଣା ଅପଣଙ୍କ ଇମେଲ ଏଭଳି ଅନେକ ଜିନିଷ ଆପଣଙ୍କୁ ଏହି ଅଭିଯୋଗ ପତ୍ରରେ ଲେଖିବାକୁ ପଡ଼ିବ।ଏହା ପରେ ଆପଣଙ୍କୁ ଆପଣଙ୍କ ମୋବାଇଲ ନମ୍ବର ଦେବାକୁ ହେବ।

ଏହାପରେ ଆପଣଙ୍କୁ ଆପଣଙ୍କ ପରିଚୟ ପତ୍ର,ଆପଣଙ୍କ ଆଧାର ନମ୍ୱର ଏହି ସବୁକୁ ଆପଣ ନିଜର ଅଭିଯୋଗ ପତ୍ରରେ ପୂରଣ କରନ୍ତୁ।ଏହାପରେ ସେଠାରେ ଥିବା ଧଳା କୋଠରୀରେ ଆପଣ ନିଜର ସମସ୍ତ ସମସ୍ୟା ତଥା କେଉଁ କାରଣରୁ ଆପଣଙ୍କ ଘର କଟିଯାଇଛି ଆପଣ ନିଜର ସମସ୍ତ ସମସ୍ୟା ତଥା ନିଜର ଅଭିଯୋଗ ସେହି କୋଠରୀ ମଧ୍ୟରେ ପୂରଣ କରିପାରିବେ।ନିଜର ସମସ୍ତ ସମସ୍ୟା ତଥା ଅଭିଯୋଗକୁ ଗୋଟିଏ ଗୋଟିଏ କରି ଲେଖନ୍ତୁ ଏହାକୁ ଏକା ସାଙ୍ଗରେ ରଚନା ଭଳି ଲେଖନ୍ତୁ ନାହିଁ।

ଏହାପରେ ଏହାର ତଳ କୋଠରୀରେ ଆପଣ ନିଜର ଆବଶ୍ୟକତା ସମ୍ପର୍କରେ ଲେଖିବେ।ଆପଣ ନିଜର ଘରକୁ ନେଇ ଆପଣଙ୍କର କଣ କଣ ସମସ୍ୟା ରହିଛି ସେହି ସମ୍ପର୍କରେ ଆପଣ ବିସ୍ତାର ଭାବରେ ଲେଖିବେ।ଏହାପରେ ଆପଣ ନିଜର ଅଭିଯୋଗ ପତ୍ରକୁ ପଠାଇ ଦେବେ।ଏହାପରେ ଆପଣଙ୍କ ଇମେଲକୁ ଏକ ମେସେଜ ଆସିବ କି ଆପଣ ନିଜର ଅଭିଯୋଗ ପତ୍ର ସଠିକ ରୂପରେ ସରକାରଙ୍କ ନିକଟକୁ ପଠାଇ ସାରିଛନ୍ତି।ଏହାପରେ ଆପଣ ଅପେକ୍ଷା କରନ୍ତୁ କିଛି ଦିନ ପରେ ସରକାରୀ କର୍ମଚାରୀ ଆପଣଙ୍କ ଅଭିଯୋଗର ସତ୍ୟତା ପ୍ରମାଣ

Leave a Reply

Your email address will not be published. Required fields are marked *