ତେବେ ବନ୍ଧୁମାନେ ଆମେ ଯେତେବେଳେ ପ୍ରଶ୍ୱାସ ନେଇଥାଉ ସେତେବେଳେ କେବଳ ଅମ୍ଳଜାନ ନୁହଁ ଏହା ସହ ଉଦଜାନ, ଯବକ୍ଷାରଜାନ, ବାଷ୍ପ ଏସବୁ ମଧ୍ୟ ଯାଇଥାଏ।ତେବେ ଏହି ସବୁ ଗ୍ୟସୀୟ ପଦାର୍ଥ ଗୁଡ଼ିକ ଆମର ବହୁତ କାମରେ ଲାଗିଥାଏ। ଯବକ୍ଷାରଜାନ ଓ ଉଦଜାନ ମିଶି ଶରୀରରେ ପୃଷ୍ଟିସାର କରିଥାଏ।ଯାହା ଆମ ଶରୀର ଗଠନରେ କାମରେ ଆସିଥାଏ।ତେବେ ଅମ୍ଳଜାନ ଆମର ସବୁଠୁ ଅଧିକ କାମରେ ଆସିଥାଏ।ଏହା ଶରୀରର ସବୁ କୋଷରେ ଥାଏ।ରକ୍ତରେ ଥିବା ହିମୋଗ୍ଲୋବିନ ସବୁ କୋଷରେ ନେଇ ଅମ୍ଳଜାନ ପହଞ୍ଚାଇ ଥାଏ।ତେବେ ଦିନରେ ଆମର ଲକ୍ଷ ଲକ୍ଷ କୋଷ ନଷ୍ଟ ହେଇ ପୁଣି ଥରେ ତିଆରି ହେଇଥାଏ।ଏହି ପ୍ରକ୍ରିୟାରେ ମଧ୍ୟ ଅମ୍ଳଜାନ ସାହାଯ୍ୟ କରିଥାଏ।ଏହା ସହ ଆମେ ନିଶ୍ବାସ ଛାଡ଼ିବା ବେଳେ ଅଙ୍ଗାରକାମ୍ଳ ସହ ଅନେକ ବିଷାକ୍ତ ଗ୍ୟାସ ଛାଡ଼ି ଦେଇଥାଉ।
ଯେତେବେଳେ ଆମେ ପ୍ରଥମେ ପ୍ରଶ୍ୱାସ ନେଇଥାଉ, ଏହା ଆମର ନାକ, ଗଳା ଓ ଶ୍ୱାସ ନଳି ଦେଇ ଫୁସଫୁସକୁ ଯାଇଥାଏ।ତେବେ ଯଦି କୋ-ଭି-ଡ ଭୂତାଣୁ ଏହା ପୂର୍ବରୁ ଆପଣଙ୍କ ଫୁସଫୁସରେ ଥାଏ।ତେବେ ଏହା ଆପଣଙ୍କ ଶରୀରର ପ୍ରତିରୋଧକାରୀ କୋଷଗୁଡ଼ିକ ଆସି ସେ ଯାଗାରେ ସେ ଭୂତାଣୁମାନଙ୍କ ସହ ମୁକାବିଲା କରିଥାନ୍ତି।ତେବେ ସେଥିପାଇଁ ଫୁସଫୁସର ସେ ଯାଗାଗୁଡ଼ିକ ଅମ୍ଳଜାନ ଗ୍ରହଣ କରିବା ପାଇଁ ଅକ୍ଷମ ଥାଏ ଓ ଏହା ସହ ବିଷାକ୍ତ ଗ୍ୟାସଗୁଡ଼ିକ ଛାଡ଼ିବାକୁ ମଧ୍ୟ ଅକ୍ଷମ ଥାଏ।ସେଥିପାଇଁ ଶରୀରରେ ଧୀରେ ଧୀରେ ଅମ୍ଳଜାନର ସ୍ତର କମି ଯାଇଥାଏ।ତେବେ ଏହା ଦ୍ଵାରା ମଣିଷ ଶରୀରର ପ୍ରତ୍ୟେକ କୋଷ ଅସୁବିଧାରେ ପଡିଥାଏ।ଶରୀର ଅଧିକ ଦୁର୍ବଳ ହେଇ ଯାଇଥାଏ।ଧୀରେ ଧୀରେ ଅବସ୍ଥା ଅଧିକରୁ ଅଧିକ ସଂକୀର୍ଣ୍ଣ ହେଇଥାଏ।
ତେବେ ଅମ୍ଳଜାନ ମାପିବା ଯନ୍ତ୍ରରେ ଆମ ଶରୀରରେ ଥିବା ଅମ୍ଳଜାନର ପରିପୃକ୍ତି ମାପିଥାଉ।ତେବେ ସାଧାରଣତଃ ଜନ୍ମ ହେଇଥିବା ପିଲାଙ୍କର ଏହା କମ ଥାଏ।ବୟସ ବଢିବା ସହ ଏହା ଧୀରେ ଧୀରେ ବଢ଼ିଥାଏ।ଏମିତି କି ଜଣେ ୭୫ ବର୍ଷ ଲୋକର ମଧ୍ୟ ଏହା ୯୫ ଉପରକୁ ରହିଥାଏ।ତେବେ ଏକ ସାଧାରଣ ଲୋକର ଏହା ୯୫ ରୁ ୯୯ ଭିତରେ ରହିଥାଏ।ତେବେ ଯଦି ଏହାର ମାତ୍ରା ଯଦି ୯୪ରୁ ତଳକୁ ଯାଇଥାଏ ତେବେ ଏହା ଏକ ଚିନ୍ତାର ବିଷୟ ହେଇଥାଏ।
ତେବେ ଯଦି ଅମ୍ଳଜାନର ପରିମାଣ କମି ଯାଇଥାଏ,ସେତେବେଳେ ପ୍ରୋନିଂ କରି ଆମେ ଏହା ନିୟନ୍ତ୍ରଣକୁ ଆଣିବା ପାଇଁ ଚେଷ୍ଟା କରିଥାଉ।ଯଦି ରୋଗୀର ଅନ୍ୟ କୌଣସି ରୋଗ ଥାଏ ତେବେ ଆପଣଙ୍କୁ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ ଅଟେ।ତେବେ ସେ ଅମ୍ଳଜାନ ମାପିବା ଯନ୍ତ୍ରରେ ଆମେ ହୃତପିଣ୍ଡର ସ୍ପନ୍ଦନ ମଧ୍ୟ ମାପି ପାରିଥାଉ।ସାଧାରଣ ଲୋକର ଏହା ୬୦-୧୦୦ ଭିତରେ ରହେ।ତେବେ ଏଥିରୁ ଅଧିକ କିମ୍ବା କମ ହେଇଥିଲେ ଏହା ଚିନ୍ତାର ବିଷୟ ହେଇଥାଏ।