ଆପଣ ଘରେ ବସି ଅନଲାଇନରେ ୨୦୨୧ରେ ନିଜ ଡ୍ରାଇଭିଙ୍ଗ ଲାଇସେନ୍ସ ରିନ୍ୟୁ କିପରି କରିପାରିବେ ସମ୍ପୂର୍ଣ୍ଣ ତଥ୍ୟ ଜାଣନ୍ତୁ – RTO ଆଉ ଯିବାକୁ ପଡିବ ନାହିଁ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଆପଣ ଘରେ ବସି ନିଜର ଡ୍ରାଇଭିଙ୍ଗ ଲାଇସେନ୍ସକୁ କିପରି ରିନ୍ୟୁ କରିବେ।ଆପଣମାନେ ଘରେ ବସି ନିଜର ଡ୍ରାଇଭିଙ୍ଗ ଲାଇସେନ୍ସକୁ ରିନ୍ୟୁ କରିବା ଶିଖିଛନ୍ତି କି?ଯଦି ଶିଖି ନାହାନ୍ତି ତେବେ ଆମେ ଆଜି ଆପଣମାନଙ୍କୁ କିପରି ଆପଣ ସହଜ ଉପାୟରେ ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ରିନ୍ୟୁ କରିବେ ତାହା ଜଣାଇବୁ।ଏଥିପାଇଁ ଯେଉଁମାନେ ଶିଖିନାହାନ୍ତି ଏହି ଆର୍ଟିକିଲକୁ ଧ୍ୟାନର ସହିତ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ଯାହାଦ୍ୱାରା ଆପଣ ଏହି ପ୍ରୋସେସର ସମ୍ପୂର୍ଣ୍ଣ ତଥ୍ୟ ପାଇପାରିବେ।ତେବେ ଆସନ୍ତୁ ଜାଣିବା।

ସାଙ୍ଗମାନେ ଡ୍ରାଇଭିଙ୍ଗ ଲାଇସେନ୍ସକୁ ରିନ୍ୟୁ କରିବା ପାଇଁ ଆର ଟି ଓ ଅଫିସର ଚକର କାଟିବାର ଆଉ ଆବଶ୍ୟକତା ପଡିବ ନାହିଁ।ଆପଣ ଘରେ ବସି ଅନଲାଇନରେ ଏହାକୁ ରିନ୍ୟୁ କରିପାରିବେ।ତେବେ ଆସନ୍ତୁ ଜାଣିବା ଆପଣମାନେ କିପରି ଘରେ ବସି ଅନଲାଇନରେ ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସକୁ ରିନ୍ୟୁ କରିପାରିବେ।

ନିଜ ଡ୍ରାଇଭିଙ୍ଗ ଲାଇସେନ୍ସକୁ ରିନ୍ୟୁ କରିବାପାଇଁ ପରିବହନ ବିଭାଗର ୱେବସାଇଟ ପରିବହନ ଉପରେ କ୍ଲିକ କରନ୍ତୁ।ଏହାପରେ ସେହି ୱେବସାଇଟର ପେଜ ଖୋଲିଯିବ।ସେଠାରେ ଆପଣ ଅନଲାଇନ ଆବେଦନ ଦେଖିପାରୁଥିବେ।ଆପଣ ସେହି ଅନଲାଇନ ଆବେଦନ ଉପରେ କ୍ଲିକ କରନ୍ତୁ।ଏହାକୁ ଆପଣମାନଙ୍କୁ ମେନ୍ୟୁ ବାର ବାମପଟେ ନଜର ଆସିଯିବ।

ଏହାପରେ ଡ୍ରାଇଭିଙ୍ଗ ଲାଇସେନ୍ସକୁ ସମ୍ବନ୍ଧୀତ ସେବା ଉପରେ କ୍ଲିକ କରନ୍ତୁ।ଏହାପରେ ଆପଣଙ୍କୁ ନିଜ ରାଜ୍ୟ ଚୟନ କରିବାର ଅପସନ ଆସିବ।ଆପଣ ଯଦି ଓଡିଶା ରାଜ୍ୟର ତେବେ ଓଡିଶା ଚୟନ କରନ୍ତୁ କିମ୍ବା ଆପଣ ଯେଉଁ ରାଜ୍ୟର ଅଟନ୍ତି ସେହି ରାଜ୍ୟ ଚୟନ କରନ୍ତୁ।ଏହାପରେ ସରଭିସେଜ ଅନ ଡ୍ରାଇଭିଙ୍ଗ ଲାଇସେନ୍ସ ଉପରେ କ୍ଲିକ କରନ୍ତୁ।ଏଠାରେ ଦିଆଯାଇଥିବା ନିର୍ଦ୍ଦେଶକୁ ଭଲ ଭାବରେ ପଢନ୍ତୁ ଏହାପରେ ନେକ୍ସଟ ଅପସନ ଉପରେ କ୍ଲିକ କରନ୍ତୁ।ଏହାପରେ ଏକ ଆବେଦନ ପତ୍ର ଆପଣଙ୍କ ସାମ୍ନାକୁ ଆସିବ।

ସେହି ଆବେଦନ ପତ୍ରରେ ଆପଣ ନିଜର ବର୍ତ୍ତମାନ ଲାଇସେନ୍ସ ନମ୍ବର ଓ ପିନ କୋଡ଼ ସମେତ ଅନ୍ୟ ସୂଚନା ଭରନ୍ତୁ।ଏହାପରେ ରିନ୍ୟୁ ଉପରେ କ୍ଲିକ କରନ୍ତୁ।ନିଜ ଫଟୋ ଏବଂ ସିଗନେଚର ଅପଲୋଡ଼ କରନ୍ତୁ।ଆବଶ୍ୟକ ହେଲେ ମେଡ଼ିକାଲ ପରୀକ୍ଷଣର ସ୍ଲଟ ବୁକ କରନ୍ତୁ।ନଚେତ ସ୍କିପ କରନ୍ତୁ।

ଶେଷରେ ଡ୍ରାଇଭିଙ୍ଗ ଲାଇସେନ୍ସ ରିନ୍ୟୁ କରିବାପାଇଁ ଆପଣଙ୍କୁ ୨୦୦ ଟଙ୍କା ଭରିବାକୁ ପଡିବ।ଆପଣ ଏହା ନେଟ ବ୍ୟାଙ୍କିଙ୍ଗ, ଡେବିଟ କାର୍ଡ ବା କ୍ରେଡିଟ କାର୍ଡ କୌଣସିଭି ମାଧ୍ୟମରେ ପୈଠ କରିପାରିବେ।ତେବେ ସାଙ୍ଗମାନେ ଏଠରେ ଆମେ ଆପଣମାନଙ୍କୁ କହି ରଖୁଛୁଯେ ଯଦି ଆପଣମାନଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସର ବୈଧତା ସମାପ୍ତ ହୋଇଯାଇଥାଏ ତେବେ ଆପଣଙ୍କୁ ଫାଇନ ଭରିବାକୁ ପଡିପାରେ।ତେବେ ରିନ୍ୟୁ ପାଇଁ ଆପଣମାନଙ୍କୁ ନିମ୍ନଲିଖିତ ଡକ୍ୟୁମେଣ୍ଟର ଆବଶ୍ୟକତା ପଡିପାରେ।

ଯଥା ଆବେଦନ ପାଇଁ ଫର୍ମ ନମ୍ବର, ଦୁଇଟି ପାସପୋର୍ଟ ସାଇଜ ଫଟୋ,ବର୍ତ୍ତମାନର ଡ୍ରାଇଭିଙ୍ଗ ଲାଇସେନ୍ସ ଏବଂ ବୟସ ଓ ବାସସ୍ଥାନ ପ୍ରମାଣପତ୍ରର କପି ଦରକାର ପଡିପାରେ।ତେବେ ଆମେ ଆଶା କରୁଛୁ ଆପଣମାନେ ଘରେ ବସି ଏହି ଉପାୟରେ ଡ୍ରାଇଭିଙ୍ଗ ଲାଇସେନ୍ସକୁ ରିନ୍ୟୁ କରିପାରିବେ।

Leave a Reply

Your email address will not be published. Required fields are marked *