ଘରୁ ମୂଷା ବାହାର କରିବାର ପ୍ରାକୃତିକ ଉପାୟ,ଏହି ସରଳ ଉପାୟ କଲେ ଆପଣଙ୍କ ଘରେ କୌଣସି ମୂଷା (House Mouse) ରହିବେ ନାହିଁ

Spread the love

ମୂଷାକୁ ନକରାତ୍ମକ ଶକ୍ତିର ପ୍ରତୀକ କୁହା ଯାଇଥାଏ।ଏହା ଘରେ ରହିବା ଫଳରେ ଘରେ ଅନେକ ପ୍ରକାରର ଅସୁବିଧା ଉତ୍ପନ୍ନ ହୋଇଥାଏ।ଏହା ସହିତ ଘରେ ସର୍ବଦା ଅଶାନ୍ତି ଲାଗି ରହିଥାଏ।ସେଥିପାଇଁ ଆପଣ ଘରେ ମୂଷାକୁ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ।ଏହା ସହିତ ଯଦି ଆପଣଙ୍କ ଘରେ କୌଣସି କାରଣରୁ ମୂଷା ପ୍ରବେଶ କରିଛି ତେବେ ଆପଣ ତୁରନ୍ତ ସେହି ମୂଷକୁ ଘରୁ ବାହାର କରନ୍ତୁ।ଯେଉଁ ଘରେ ମୂଷା ରହିଥାଏ ସେହି ଘରର ଭୌତିକ ବିକାଶ ସଠିକ ଭାବରେ ହୋଇ ପାରି ନଥାଏ।ସେଥିପାଇଁ ଘରେ ମୂଷାକୁ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ।

ଘରେ ମୂଷା ରହିବା ଫଳରେ ଘରେ ପିଲା ମାନଙ୍କୁ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ।ଏହା ସହିତ ଏହି ମୂଷା ମାନେ ଆମ ଘରେ ଥିବା ସମସ୍ତ ପ୍ରକାରର ଖାଦ୍ୟକୁ ନଷ୍ଟ କରି ଦେଇଥାନ୍ତି।ଏହା ସହିତ ସେମାନେ ଆମ ଘରେ ବିଭିନ୍ନ ପ୍ରକାରର ଆବର୍ଜନା ଆଣି ଗଦା ମଧ୍ୟ କରିଥାନ୍ତି।ଘରକୁ ଅପରିଷ୍କାର କରି ଦେଇଥାନ୍ତି।ତେବେ ବଜାରରେ ବିଭିନ୍ନ ପ୍ରକାରର ଔଷଧ ମିଳୁଛି ଯାହାକୁ ବ୍ୟବହାର କରି ଘରେ ମୂଷା କମାଯାଇ ପାରିବ।

କିନ୍ତୁ ଏହାକୁ ବ୍ୟବହାର କରିବା ପରେ ମଧ୍ୟ ଘରେ ମୂଷାଙ୍କ ସଂଖ୍ୟା କମି ନଥାଏ।ତେବେ ଆମେ ବର୍ତ୍ତମାନ ଏହିପରି କିଛି ଉପଚାର ବିଷୟରେ ଆଲୋଚନା କରିବା ଯାହାକୁ ବ୍ୟବହାର କରିବା ଫଳରେ ଆପଣ ଆପଣଙ୍କ ଘରେ ମୂଷା ମାନଙ୍କ ପ୍ରକୋପ କମାଇ ପାରିବେ।ଏହି ଉପଚାର ମଧ୍ୟରେ ପ୍ରଥମେ ହେଉଛି ପେପର ମିଣ୍ଟ ତେଲ।ଏହି ତେଲର ଗନ୍ଧ ବହୁତ ଅଧିକ ହୋଇଥାଏ ତେଣୁ ଯାହାକୁ ଆପଣ ବ୍ୟବହାର କରିବା ଫଳରେ ଘରୁ ମୂଷା ମାନଙ୍କୁ ବାହାର କରି ପାରିବେ।

ଏହାକୁ ଏକ ତୁଳା ସାହାଯ୍ୟରେ ନେଇ ସେହି ସ୍ଥାନରେ ରଖି ଦିଅନ୍ତୁ ଯେଉଁ ସ୍ଥାନରେ ମୂଷାମାନେ ରହିଛନ୍ତି।ଏହାପରେ ସେମାନେ ସେହି ସ୍ଥାନ ଛାଡି ଚାଲିଯିବେ।ଏହାପରେ ଅନ୍ୟ ଏକ ଉପଚାର ହେଉଛି ଲାଲ ଲଙ୍କର ଗୁଣ୍ଡ।ମୂଷା ମାନଙ୍କର ନାକ ବହୁତ ଅଧିକ ସମ୍ବେଦନଶୀଳ ହୋଇଥାଏ।

ସେଥିପାଇଁ ଏହି ଗୁଣ୍ଡକୁ ଆପଣ ଯଦି ଅଟାରେ ମିଶାଇ ମୂଷା ରହୁଥିବା ଜାଗାରେ ରଖିଦେବେ ତେବେ ମୂଷା ଏହାକୁ ଯେତେବେଳେ ଖାଇବାକୁ ଚେଷ୍ଟା କରିବା ବା ଏହାକୁ ସେ ଯେତେବେଳେ ଶୁଙ୍ଘିବାକୁ ଚେଷ୍ଟା କରିବ ସେତେବେଳେ ସେ ଏହାର ଗନ୍ଧରେ ସେହି ସ୍ଥାନରେ ରହି ପାରିବ ନାହିଁ।ଫଳରେ ସେ ଆପଣଙ୍କ ଘର ଛାଡ଼ିବାକୁ ବାଧ୍ୟ ହେବ ଓ ସେ ଆପଣଙ୍କ ଘରୁ ବାହାରି ଚାଲିଯିବ।

ଏହାପରେ ହେଉଛି ତେଜପତ୍ର।ଏହାକୁ ମଧ୍ୟ ବ୍ୟବହାର କରି ଆପଣ ମୂଷା ମାନଙ୍କୁ ଘରୁ ବାହାର କରି ପାରିବେ।ତେବେ ଏହାକୁ ବ୍ୟବହାର କରିବା ଫଳରେ କେବଳ ମୂଷା ନୁହେଁ ଘରେ ରହୁଥିବା ଅନ୍ୟ ଜୀବ ଯେପରି ମଶା,ମାଛି ମାନେ ମଧ୍ୟ ଘରୁ ଚାଲି ଯାଇଥାନ୍ତି।ସେଥିପାଇଁ ଏହାକୁ ବ୍ୟବହାର କରିବା ଅତ୍ୟନ୍ତ ଲାଭ ଦାୟକ ଅଟେ।ତେବେ ଏହି ଉପରିସ୍ଥ ତିନୋଟି ଉପୟକୁ ବ୍ୟବହାର କରି ଆପଣମାନେ

Leave a Reply

Your email address will not be published. Required fields are marked *