ଜଗନ୍ନାଥ ଭଜନ ଗାଇବେ ଭାଇରଲ ବୟ ତ୍ରୈଲୋକ୍ୟ ରାୟ – ଅଭିଜିତ ମଜୁମଦାରଙ୍କ ସହିତ ପୁଣି ଏକ ନୂତନ ଓଡ଼ିଆ ଭଜନ ସଙ୍ଗୀତ ଗାଇବାକୁ ଯାଉଛନ୍ତି ତ୍ରୈଲୋକ୍ୟ ରାୟ – ଏବେ ଦେଖନ୍ତୁ ଗୀତ

Spread the love

ଆମେ ସମସ୍ତେ ‘ମୁଁ ଇସ୍କୁଲରେ ପଢୁଛି ମୁଁ ପ୍ରଥମ ଶ୍ରେଣୀରେ ପଢୁଛି’ ଏହି ଗୀତକୁ ନିଶ୍ଚିତ ଭାବରେ ସୁଣିଛେ।ତେବେ ଏହି ଗୀତକୁ ଗାଇଥିଲେ ତ୍ରୈଲୋକ୍ୟ ରାୟ।ସେ ବର୍ତ୍ତମାନ ସମଗ୍ର ଓଡ଼ିଶାରେ ଚର୍ଚ୍ଚାରେ ଅଛନ୍ତି।ଏହାପରେ ସେ ‘ମୁଁ କଣ ଶୁଣିଲି କରୋନାର ତୃତୀୟ ଲହର ମାଡି ଆସୁଛି ‘ ଏହି ଭଳି ଗୋଟିଏ ପରେ ଗୋଟିଏ ସୁପରହିଟ ଗୀତ ଗାଇ ଚାଲିଛନ୍ତି ତ୍ରୈଲୋକ୍ୟ ରାୟ।ଫଳରେ ସେ ବର୍ତ୍ତମାନ ଓଡ଼ିଶାର ଏକ ବହୁ ଚର୍ଚ୍ଚିତ ନାମ ହୋଇ ସାରିଲେଣି।ସେ ଏତେ କମ ବୟସରୁ ସେ ନିଜକୁ ଏତେ ଚର୍ଚ୍ଚିତ କରାଇବାରେ ସଫଳ ହୋଇଛନ୍ତି।

ଏହାପରେ ସେ ବର୍ତ୍ତମାନ ଭଜନ ଦୁନିଆରେ ମଧ୍ୟ ପାଦ ଥାପିଛନ୍ତି।ସେ ବର୍ତ୍ତମାନ ରଥ ଯାତ୍ରା ପାଇଁ ପ୍ରସ୍ତୁତ ହୋଇଥିବା ଭଜନରେ ମଧ୍ୟ ନିଜର କଣ୍ଠ ଦାନ କରିଛନ୍ତି।ସେ ଦୁଇ କୁନି କଣ୍ଠ ଶିଳ୍ପୀ ସ୍ଥିଥି ଶର୍ମା ବିନ୍ଧାଣି ଓ ଶାଶ୍ଵତୀ ଆଚାର୍ଯ୍ୟଙ୍କ ସହିତ ମିଶି ଏକ ଭଜନ ଗାଇଛନ୍ତି ସେ।ଏହା ସହିତ ସେ ବର୍ତ୍ତମାନ ଆଗକୁ ଅନେକ ସଙ୍ଗୀତ ଗାଇବାର ସୂଚନା ମିଳୁଛି।ଆଉ କିଛି ଦିନପରେ ହେଉଛି ରଥ ଯାତ୍ରା।ସମଗ୍ର ଓଡ଼ିଶା ବର୍ତ୍ତମାନ ଜଗନ୍ନାଥ ମୟ ହୋଇସାରିଛି।ତେବେ ଏହି ରଥଯାତ୍ରାକୁ ଆଖି ଆଗରେ ରଖି ବର୍ତ୍ତମାନ ଅନେକ ଭଜନ ପ୍ରସ୍ତୁତ କରାଯାଉଛି।

ତେବେ ସେ ପ୍ରଥମ ଥରପାଇଁ ଭଜନରେ ନିଜର କଣ୍ଠ ଦାନ କରିଥିବାରୁ ବହୁତ ଖୁସି ଅଛନ୍ତି ବୋଲି କହିଥିଲେ।ଏହା ସହିତ ସେ ଆଗକୁ ମଧ୍ୟ ଏହିଭଳି ସଙ୍ଗୀତ ଓ ଭଜନ ଗାଇବେ ବୋଲି କହିଛନ୍ତି।ଏତେ କମ ବୟସରୁ ଏଭଳି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା କୌଣସି ସାଧାରଣ ବାଳକ ପକ୍ଷରେ କେବେ ମଧ୍ୟ ସମ୍ଭବ ନୁହେଁ।ସେ ନିଜର ପ୍ରତିଭା ମାଧ୍ୟମରେ ଆଜି ଓଡ଼ିଶାର ଘରେ ଘରେ ନିଜକୁ ପରିଚିତ କରିବାରେ ସଫଳ ହୋଇଛନ୍ତି।ସେ ଗାଇଥିବା ଭଜନର ପ୍ରଯୋଜକ ହେଉଛନ୍ତି ସିଭମ ଦାସ।

ତେବେ ଏହି ସମସ୍ତ ଗୀତକୁ ସମସ୍ତ ଜନତା ପସନ୍ଦ କରିବେ ବୋଲି ସମସ୍ତେ ଆଶା ରଖିଛନ୍ତି।ଏହା ସହିତ ତ୍ରୈଲୋକ୍ୟ ବର୍ତ୍ତମାନ ଅନେକ ଲୋକଙ୍କର ପ୍ରିୟ ମଧ୍ୟ ହୋଇ ପାରିଛନ୍ତି ଫଳରେ ତାଙ୍କୁ ଏହି ଭଜନରେ କଣ୍ଠ ଦାନ କରିବାର ସୁଯୋଗ ମିଳି ପାରିଥିଲା।ଏହି ସଙ୍ଗୀତ ଖୁବ ଶୀଘ୍ର ଆସିବ ବୋଲି ସିଭମ କହିଛନ୍ତି।ଏହା ସହିତ ତ୍ରୈଲୋକ୍ୟ ଏହି ଭଜନରେ କଣ୍ଠ ଦାନ କରି ଥିବାରୁ ଏହି ଭଜନ ଅଧିକ ପ୍ରସାରିତ ହେବ ବୋଲି ସମସ୍ତେ ଆଶା କରିଛନ୍ତି।ତେବେ ଏହି ସମସ୍ତ ଭଜନ ରଥଯାତ୍ରା ମଧ୍ୟରେ ପ୍ରସାରିତ ହେବ ବୋଲି ସୂଚନା ମିଳିଛି।

ବର୍ତ୍ତମାନ ଅନେକ ସଙ୍ଗୀତ କମ୍ପାନୀ ତ୍ରୈଲୋକ୍ୟଙ୍କ ସହିତ ମିଶି ଅନେକ ଗୀତ କରିବା ପାଇଁ ପ୍ରସ୍ତୁତ ଥିବା କଥା ଜଣା ପଡ଼ିଛି।ଏହା ସହିତ ଏହି ସମସ୍ତ କମ୍ପାନୀଙ୍କର ତ୍ରୈଲୋକ୍ୟଙ୍କ ପ୍ରତି ଧୀରେ ଧୀରେ ବିଶ୍ୱାସ ବଢ଼ିବାରେ ଲାଗିଛି।ତେବେ ସେ ଖୁବ ଶୀଘ୍ର ଅନେକ ସଂଗୀତରେ କଣ୍ଠ ଦାନ କରିବାକୁ ଯାଉଛନ୍ତି।ଫଳରେ ସେ ବର୍ତ୍ତମାନ ଓଡ଼ିଶାର ଜଣେ ପ୍ରସିଦ୍ଧ ସଙ୍ଗୀତ କାର ଭାବରେ ଉଭା ହୋଇ ସାରିଲେଣି।ଏହା ସହିତ ତାଙ୍କର ସଙ୍ଗୀତ ମଧ୍ୟ ଓଡ଼ିଶାର ଅନେକ ଲୋକଙ୍କୁ ପସନ୍ଦ ଆସୁଛି ଫଳରେ ତାଙ୍କ ସହିତ ଅନେକ ସଙ୍ଗୀତକାର ମିଶି ନୂତନ ସଙ୍ଗୀତ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି।

Leave a Reply

Your email address will not be published. Required fields are marked *