ଗୋଟେ ସାଧାରଣ ପିଲାର ବୁଦ୍ଧି କ୍ଷମତା କେତେ – ଏବେ ଜାଣିରଖନ୍ତୁ ଆପଣଙ୍କ ପିଲା କେତେ ବୁଦ୍ଧିମାନ ଅଟେ..

Spread the love

ସାଧାରଣତଃ ଗୋଟେ ପିଲା ସଂସାରରେ ଜନ୍ମ ନେଇଛି ମାନେ ତାର ବୁଦ୍ଧି ଅଛି।କିଛି ବର୍ଷ ତଳର ଇତିହାସକୁ ଦେଖିଲେ ଜଣାପଡେ କି ବୁଦ୍ଧି ହେଉଛି ୩ ପ୍ରକାରର।ଆମେ ଯେକୌଣସି କ୍ଷେତ୍ରରେ ଦେଖିବା ସବୁ କ୍ଷେତ୍ରରେ କେବେବି ସମାନ ବୁଦ୍ଧି ଥିବା ପିଲା ନଥାନ୍ତି। ଯଦି ଗୋଟେ ପିଲା ଆଗୁଆ ରହୁଥିବ ଆଉ ଜଣେ ନିଶ୍ଚିତଭାବେ ତାର ପଛରେ ରହୁଥିବା।ତେଣୁ ଗୋଟେ ପିଲାର ଉନ୍ନତି ନିମନ୍ତେ ଆମକୁ କଣ କଣ କରିବା ଆବଶ୍ୟକ।ଗୋଟେପିଲାର ଯଦି କୌଣସି କ୍ଷେତ୍ରରେ କିଛି ଦୁର୍ବଳତା ରହିଛି ତେବେ ଆମେ ତାର ସେହି କ୍ଷେତ୍ରରେ କେମିତି ଉନ୍ନତି ଘଟିବ ସେବିଷୟରେ ଧ୍ୟାନ ଦେବା ଦରକାର।

ପାଠପଢା କ୍ଷେତ୍ରରେ ଆମେ ଯଦି ଗୋଟେପିଲାର ଉଦାହରଣ ନେବା ତ ଆମେ ଦେଖିବାକି ଯଦି ଗୋଟେପିଲା ପାଠପଢା ଦୁର୍ବଳ ଅଛି ତେବେ ସେ ଯେମିତି ଆଶା କରୁଛି ପଢ଼ିବା ପାଇଁ ତାକୁ ସେହି ହିସାବରେ ପଢିବାକୁ ଦେବା ଆବଶ୍ୟକ।କିନ୍ତୁ ଆଜିକାଲି ଏପରି ହେଉନାହିଁ ଆଜିକାଲି ପିତାମାତା ମାନେ ପିଲାର ପାଠପଢ଼ାରେ ଉନ୍ନତି ପାଇଁ ତାଉପରେ ଅଧିକ ଭାର ଲଦି ଦେଉଛନ୍ତି।ତାକୁ ଗାଳିଦେବା ଭଳି କାର୍ଯ୍ୟ ମଧ୍ୟ ପିତାମାତା ଆଜିକାଲି କରୁଥିବାର ଦେଖୁଛେ।କିନ୍ତୁ ଏପରି କରିବା ଦ୍ବାରା କଣ ଗୋଟେ ପିଲାର ଉନ୍ନତି ହୋଇପାରିବ! ନା କେବେବି ନୁହେଁ।ପ୍ରତ୍ୟେକ ପିଲାର ମାନସିକ ଓ ଶାରିରୀକ କ୍ଷମତା ଅଲଗା।ତେଣୁ କହାଉପରେ ଅଯଥା ଚାପ ନ ପକାଇବା ଆବଶ୍ୟକ।

ପରୀକ୍ଷା ସମୟରେ ପିଲାମାନଙ୍କୁ ଚାପରେ ଦେଖିବାକୁ ମିଳୁଛି।ସେମାନଙ୍କ ଉପରେ ପରିବାରଲୋକ ଭଲ ନମ୍ବର ଆଣିବା ପାଇଁ ଚାପ ପକାଉଥିବାର ଦେଖିବାକୁ ମିଳୁଛି।ପରୀକ୍ଷା ସମୟରେ ସେମାନଙ୍କୁ ଅଧିକ ସମୟ ପଢିବାକୁ ବାଧ୍ୟ କରାଯାଉଛି ସେମାନେ ନିଜ ଅନୁସାରେ ପଢିବା ପରିବର୍ତ୍ତେ କେବଳ ଭଲ ନମ୍ବର ଆଣିବାକୁ ପଢୁଥିବାର ଆମକୁ ଦେଖିବାକୁ ମିଳୁଛି।

କିଛି ପିଲାଙ୍କର ବୁଝିବା ଶକ୍ତି ଥାଏ କିନ୍ତୁ ସେମାନେ ମନେ ରଖି ପାରନ୍ତି ନାହିଁ ସେହିପରି କିଛି ପିଲାଙ୍କର ମନେରଖିବା ଶକ୍ତି ଥାଏ କିନ୍ତୁ ସେମାନେ ବୁଝିପାରନ୍ତି ନାହିଁ ତେଣୁ ସେମାନେ ଭଲ ପ୍ରଦର୍ଶନ କରିପାରନ୍ତି ନାହିଁ।କିନ୍ତୁ ସେମାନଙ୍କ ପିତାମାତା ସେସବୁକୁ ନଦେଖି କେବଳ ପିଲାଠୁ ଭଲ ପ୍ରଦର୍ଶନର ଆଶା କରନ୍ତି।ଗୋଟେ ପିଲାର ବୁଦ୍ଧିଥିଲେ ଓ ତାକୁ ଉପଯୁକ୍ତ ସୁଯୋଗ ମିଳିଲେ ସେ ଆଗକୁ ଯାଇପାରିବ।ପିତାମାତାଙ୍କର ଭୂମିକା ପିଲାର ଉନ୍ନତି କ୍ଷେତ୍ରରେ ପ୍ରଥମ,ସେମାନେ ନିଜ ପିଲାଉପରେ ଅଯଥା ଚାପ ନପକାଇ ପିଲାର ଆବଶ୍ୟକତା ଓ ଦକ୍ଷତା ଅନୁସାରେ ପିଲାକୁ ପଠପଢ଼ାଇବା ଆବଶ୍ୟକ।କିନ୍ତୁ ଆଜିକାଲି ସେମାନେ ସେପରି ନକରି ସେମାନେ କିଛିବି ପରିସ୍ଥିତିରେ ପିଲାକୁ ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ଚାପଗ୍ରସ୍ଥ କରୁଛନ୍ତି।ସେମାନଙ୍କୁ ଧ୍ୟାନ ରଖିବା ଦରକାର କି ଏପରି କରିବା ଦ୍ବାରା ପିଲାର ଉନ୍ନତି ପରିବର୍ତ୍ତେ ଅବନତି ଦେଖାଯାଇପାରେ।

କିଛିପିଲା ଉପଯୁକ୍ତ ପରିବେଶର ନରହିପରିବାରୁ ଭଲ ପ୍ରଦର୍ଶନ କରିପାରନ୍ତି ନାହିଁ କିନ୍ତୁ ଆଉ କିଛି ପିଲାଙ୍କୁ ଉପଯୁକ୍ତ ପରିବେଶ ମିଳିବା ପରେ ମଧ୍ୟ ଭଲ ପ୍ରଦର୍ଶନ କରିପାରନ୍ତିନାହିଁ।କାରଣ ସେମାନଙ୍କ ପାଖରେ ଦକ୍ଷତାର ଅଭାବ ରହିଥାଏ ତେଣୁ ପ୍ରଥମେ ସେମାନଙ୍କର ଦକ୍ଷତାର ପରୀକ୍ଷା କରିବା ଆବଶ୍ୟକ ଓ ଦକ୍ଷତାର ପରୀକ୍ଷା କରି ସେମାନଙ୍କୁ ନିଜର ଦକ୍ଷତା ଅନୁସାରେ ପାଠ ପଢିବାକୁ ଦେବା ଆବଶ୍ୟକ।

ଏପରି ନକରିବା ଦ୍ଵାରା ପିଲା ଅଯଥା ଚାପର ଶିକାର ହେଉଥିବାର ଦେଖିବାକୁ ମିଳୁଛି।ଦକ୍ଷତା ପରୀକ୍ଷା କରିବା ପରେ ନିଜର ପରିବାର ଲୋକ ପିଲାକୁ ସାହାଯ୍ୟ କରିବା ଆବଶ୍ୟକ କି ପିଲାଟି କିପରି ଭାବରେ ନିଜର ଦୁର୍ବଳତାକୁ ଠିକ୍ କରିପାରିବ ଓ ଭଲ ପ୍ରଦର୍ଶନ କରିପାରିବ।ତେଣୁ ପିଲାକୁ ଅଯଥା ଚାପ ପକାଇବା ପରିବର୍ତ୍ତେ ପିଲାକୁ ସାହାଯ୍ୟ କରିବା ଆବଶ୍ୟକ କି କିଭଳି ଭାବରେ ସେ ନିଜର ଉନ୍ନତି କରିପାରିବ।

Leave a Reply

Your email address will not be published. Required fields are marked *