Lally କହିଲେ ହାତ ଧୋଇବାକୁ ଯେଉଁ ପାଣି ଦିଆ ଯାଇଥିଲା ତାକୁ ମୁଁ ପିଇ ଦେଲି,ମୋତେ ଖାଡ଼ି ଦେଖିଲେ ମଧ୍ୟ ମୁଁ ବହୁତ…

Spread the love

ମୁଁ ମୋର ଖାଇଲି ଆଉ ଖାଇ ସାରି ସେ ଲେମ୍ବୁ ପାଣିକୁ ପିଇ ଦେଲି। ଆଉ ପଚାରିଲି ହାତ କୋଉଠି ଧୋଇବି।ସ୍ଵାମୀ କହିଲେ ଯେଉଁ ଲେମ୍ବୁ ପାଣି ଥିଲା ତାକୁ କଣ କଲୁ କି।ମୁଁ କହିଲି ତାକୁ ମୁଁ ପିଇ ଦେଲି।ସେ କହିଲେ ଏଥି ପାଇଁ ମୁଁ ତତେ କୁଆଡେ ଆଣେ ନାହିଁ। ଏମିତି ମୁଁ ମୋ ସ୍ବାମୀଙ୍କ ପଛରେ ଚାଲିଲି।ସେ କହିଲେ ଏମିତି କଣ ହେଉଛୁ।ମୁଁ କହିଲି ହାତ ଧୋଇ ହେବି।

ଏହା ପରେ ସେ ଗୋଟିଏ ଆଉ ଲେମ୍ବୁ ପାଣି ମଗେଇଲେ ସେଥିରେ ମୁଁ ହାତ ଧୋଇଲି।ଏହା ପରେ ସେ ମତେ ଟିଶୁ ଦେଲେ। ସେତେବେଳେ ଟିସୁ ବି କଣ ମୁଁ ଜାଣି ନଥିଲି।ଏବେ ଯେଉଁ ଦେଖୁଛ ଚଇନି ଚିକଣ ହୋଇ ଯିଏ ଠିଆ ହୋଇଛି ସେ ପୁରା ଅଲଗା ଥିଲା ଆଗରୁ।ସେ କହିଲେ ଏଇଠି ଟିସୁ ଅଛି ହାତ ପୋଛ।

ମୁଁ କହିଲି ଏଇଆକୁ ଏମିତି ମୁଁ ୫ଟା ମୋ ବ୍ୟାଗରେ ରଖିଛି। ମୁଁ ଭାବୁଛି ଏଟା ରୁମାଲ ଫ୍ରିରେ ମିଳୁଛି।ସମସ୍ତେ କୁହନ୍ତି ଝିଅ ପିଲା ଜନ୍ମ ହେଲେ ବାହା ହେବାକୁ ପଡ଼େ।ଏବେ ଆପଣ ବାହା ହୋଇଛନ୍ତି।ତେବେ ବାହା ହେବା ପରେ ଝିଅ ମାନେ କେତେ ଖୁସି ଥାଆନ୍ତି।କଣ କହିବି ତମେ ବାହା ହୋଇଛ କି।

ବାହା ହୋଇ ନାହିଁ।ବାହା ହୋଇ ଯାଅ ଜାଣି ପାରିବ ଲାଇଫରେ ଦୁଃଖ କଣ ଖୁସି କଣ। ସତ କଥା କହିବାକୁ ଗଲେ ବାହା ହେବା ଯେତିକି ଭଲ ସେତିକି ମଧ୍ୟ ଖରାପ।ମୁଁ କହୁନି କି ବାହା ହୁଅ ନାହିଁ।ବାହା ହୁଅ।ଆମେ ଏବେ ଯେମିତି ପସ୍ତେଇ ହେଉଛି ତମେ ହେବ ନହେଲେ କେମିତି।ଆମେ ଦେଖିବୁ ପୁଣି।

ବାହା ହୁଅ।ବାହା ହେଲେ ଭଲ। ଲାଇଫରେ ଗୋଟିଏ ଜୀବନ ସାଥୀ ମିଲି ଯିବ।ତେବେ ଆପଣଙ୍କ ଜୀବନ ସାଥୀ କେଉଁ ଭଳି ଆଉ ଆପଣଙ୍କୁ କେଉଁ କେଉଁ ଜାଗା ବୁଲିବାକୁ ନେଇଛନ୍ତି। ମୋ ଜୀବନ ସାଥୀ ମାଛ ବଜାର, ପରିବା ବଜାର ବୁଲେଇ ନେଇଛନ୍ତି।ମୁଁ କହେ ତମେ ତ ଯିବ ତାକୁ ଆଣି କରି ଆସିବ ମୁଁ କାହିଁକି ଯିବି।

ସେ କହିବେ ବସ ନହେଲେ ମତେ ଶୀତ ଲାଗିବ। ମୁଁ ପ୍ରକୃତରେ କୋଉ କଳାକାର କି ବାହା ହୋଇ ନାହିଁ। ମୋ ସ୍ବାମୀ ଜଣେ ଘରୋଇ ପିଲା। ସେ ମତେ କହିଲେ ବାହାଘରକୁ ଏତେ ବର୍ଷ ହେଲାଣି କୋଉ ଗୋଟିଏ ରେଷ୍ଟୁରାଣ୍ଟରେ ଖାଇବା। ମୋ ମନ ସେତେବେଳେ ବହୁତ ଖୁସି। ଯାହା ହେଉ ଏତେ ଦିନ ପରେ ସ୍ଵାମୀ ନେବା ଖୁଏଇବା ପାଇଁ।

ଏମିତି କିଛି ଲାଲି କହିଥିଲେ।

Leave a Reply

Your email address will not be published. Required fields are marked *