ନିଜ ରିଲେସନ ବିଷୟରେ କହିଲେ Amar କହିଲେ ମୁଁ ଆଜି ସେ ମୋର ଭଲ ସାଙ୍ଗ,ତାକୁ ପାଇବା ପାଇଁ ମୁଁ…

Spread the love

ବେଳେ ବେଳେ ଗୋଟିଏ ଗୋଟିଏ ରିଲେସନ ଥାଏ ଯେଉଁଟା ରହିବା ଭଳି ନଥାଏ। ବର୍ତ୍ତମାନ ଓଡ଼ିଆରେ ମ୍ୟୁଜିକ ଭିଡିଓ ବହୁତ ଚାଲୁଛି ଆପଣ ଦେଖି ଥିବେ।ଅନେକ ଫିଲ୍ମ ହିରୋ ହିରୋଇନ୍ ଆସି ମ୍ୟୁଜିକ ଭିଡିଓ କରୁଛନ୍ତି।ଆପଣ କରିବା ପାଇଁ କେବେ ଚେଷ୍ଟା କରିଛନ୍ତି କି।ମୁଁ ବହୁତ ଚେଷ୍ଟା କରିଛି ବହୁତ ଅଫର ମଧ୍ୟ ମତେ ଆସିଛି।

ଜୀବନ ସାଥିରେ ମୋ କୋ ଆକ୍ଟର ଥିଲେ ଜେଶି। ତାଙ୍କୁ ଓ ମତେ ଏହି ଅଫର ବହୁତ ଆସିଛି।କାହିଁକି ନା ଆମେ ବେଷ୍ଟ ଯୋଡି ଥିଲୁ।ଆମକୁ ବହୁତ ଭଲ ପାଇବା ମିଳୁ ଥିଲା।କିନ୍ତୁ ସିରିଏଲ କରିବା ସମୟ ବହୁତ ଅଲଗା।ବେଳେ ବେଳେ ଏମିତି ହୁଏ କି ଆମେ ପରିବାରକୁ ମଧ୍ୟ ସମୟ ଦେଇ ପାରୁ ନାହିଁ।

ତେବେ ସମୟ ଅଭାବ ପାଇଁ ମୁଁ ଏବେ ଯାଏ କୌଣସି ମ୍ୟୁଜିକ ଭିଡିଓ କରି ନାହିଁ।ଆଉ ଯେତେ ସବୁ ଆସିଛି ମତେ ଗୀତ ଭଲ ଲାଗେ ନାହିଁ ନହେଲେ କିଛି ଗୋଟିଏ ଈଶୁ ଥାଏ ସେଥିରେ। କିନ୍ତୁ ଏବେ ମୋର ଗୋଟିଏ ମ୍ୟୁଜିକ ଭିଡିଓ ଆସିବ ନିକିତା ସହିତ।ଅମର ଆଉ ଯେଶି ଏହି ଦୁଇଟି ନାମ ମୁଁ ସବୁବେଳେ ଶୁଣେ।

ମୁଁ ନୁହେଁ ସମସ୍ତେ ସବୁବେଳେ ଶୁଣୁ ଥିବେ।ଜୀବନ ସାଥୀରୁ ଆରମ୍ଭ କରି ଅନ୍ୟ ସିରିଏଲ ଯାଏ ଲୋକ ଏହି ନାମରେ ଆଡିକ୍ଟ। ଅମର ଯୋଉଠି ଥିବେ ଜେଶୀ ସେଠୀ ଥିବେ ସେମାନେ ଏହା ଦେଖିବାକୁ ପସନ୍ଦ କରନ୍ତି।ତେବେ ବର୍ତ୍ତମାନ ଅମର ଆଉ ଜେସିଙ୍କ ମଧ୍ୟରେ ସମ୍ପର୍କ କେମିତି।କିଛି ଅଧିକ ନାହିଁ।

ପୂର୍ବରୁ ଆମେ ଯେମିତି ଥିଲୁ ସେମିତି ହିଁ ଅଛୁ।ବେଳେବେଳେ ଗୋଟିଏ ସଂପର୍କ ସକ୍ସେସ ହୁଏ ନାହିଁ।ତାର ଶେଷ ଯାଏ ଆସି ପାରେ ନାହିଁ କିଛି କାରଣ ପାଇଁ।ଆମେ ଏବେ ମଧ୍ୟ ସାଙ୍ଗ ହୋଇ ଅଛୁ।ତେବେ ଆପଣଙ୍କ ସଂପର୍କ କେତେ ବର୍ଷର ଥିଲା ଆଉ କଣ କେମିତି ଥିଲା।ତେବେ ଆମେ ଯେତେବେଳେ ଗୋଟିଏ ସିରିଏଲ

କରୁ ସେତେବେଳେ ବହୁତ ମିଶି ଯାଇ ଥିଲୁ।କାହିଁକି ନା ଆମେ ଗୋଟିଏ ବହିର ହିରୋ ହିରୋଇନ।ସେ ମଧ୍ୟ ଜଣେ ବହୁତ ବଢିଆ କଳାକାର।ସେ ମତେ ବହୁତ ସାହାର୍ଯ୍ୟ କରିଛନ୍ତି।ଆମ ଦୁଇ ଜଣଙ୍କର ଗୋଟିଏ ପ୍ରିପେୟାର ଫେଜ ଥାଏ।ସେ ମତେ ବହୁତ ସପୋର୍ଟ କରିଛନ୍ତି।ଆମ ସଂପର୍କ ସେହି ଭଳି ହୋଇଥିଲା।ଆମେ ବହୁତ ଭଲ ସାଙ୍ଗ ମଧ୍ୟ। ଏମିତି କିଛି ଅମର କହିଥିଲେ।

Leave a Reply

Your email address will not be published. Required fields are marked *