ଏହି ୮ଟି ପଶୁପକ୍ଷୀ ଆପଣଙ୍କୁ କରିବେ ଧନୀ, କରନ୍ତୁ ଏହି ଉପାୟ – ଏ ବିଷୟରେ ୧ ପ୍ରତିଶତ ଲୋକ ଜାଣିଥିବେ

Spread the love

ଏହିମାନେ ଆପଣଙ୍କୁ କରିଥାନ୍ତି ଧନୀ ଗାଈ, କୁକୁର, ପାରା, କାଉ, ଓ ଜନ୍ଦା ପିମ୍ପୁଡି।ତେବେ ଆସନ୍ତୁ ଜାଣିବା କେମିତି ଓ କଣ କରିବା ଦ୍ୱାରା ସମସ୍ତ ଦୁଃଖ ଦୂର ହେବା ସହିତ ଧନର ଅଭାବ ରହିବନାହିଁ।ଆମର ପୂର୍ଵ ପୁରୁଷ ମାନେ ଏମାନଙ୍କୁ ଖାଦ୍ୟ ଦେଇଥାନ୍ତି ଓ ସେବା ମଧ୍ୟ କରିଥାନ୍ତି।ବିଶେଷ କରି ଶ୍ରାଧ ଓ ପୂଜା ସମୟର ଅର୍ପଣ ଯଦି ଏମାନେ ଖାଇଦେଇଥାନ୍ତି କୁହାଯାଏ ତାହାକୁ ପିତୃପୁରୁଷ ପାଇଯାଇଛନ୍ତି।କେହି ମାନୁ ଅବା ନମାନୁ ଏହାର ପ୍ରଭାବ ଆମ ଉପରେ ପଡିଥାଏ।ଯଦି ସଦ ଭାବନା ସହକାରେ ଏହି କାଯ୍ୟ କରାଯାଇଥାଏ ତେବେ ଏହା ନିଶ୍ଚିତ ଭଲ ଫଳ ଦେଇଥାଏ।

୧- କାଉ- କାଉ ମଣିଷର ଏକ ବନ୍ଧୁ ଅଟେ କାରଣ ସେ ପରିବେଶ ସଫା ସୁତୁରା ରଖିଥାଏ।ଏହା ସହିତ କାଉ ଶନିଦେବଙ୍କ ବାହାନ ଅଟେ।କୁହାଯାଇଛି ଯଦି କାଉକୁ ଖାଇବାକୁ ଦେଇ ସନ୍ତୁଷ୍ଟ କରିଦିଅ ସ୍ୱୟଂ ଶନିଦେବ ପ୍ରସନ୍ନ ହୋଇଥାନ୍ତି।ତେଣୁ ପ୍ରତ୍ୟେକ ଦିନ କାଉକୁ କ୍ଷୀରି, ପୁରୀ, ମିଠା, ରୁଟି , ଚାଉଳ ଆଦି କହିବାକୁ ଦେବା ବିଧି ଶାସ୍ତ୍ରରେ ମଧ୍ୟ କୁହାଯାଇଛି।ଏମାନେ ସନ୍ତୁଷ୍ଟ ହେବା ଦ୍ଵାରା ଆମକୁ ପୁଣ୍ୟ ମିଳିଥାଏ ଓ ଆମର ସବୁ ଅଶୁବିଧା ଦୂର ହୋଇଥାଏ।ଘରେ ଧନ ମଧ୍ୟ ବଢିଥାଏ।

୨-କଳା କୁକୁର- କଳା କୁକୁର ହେଉଛି କାଳ ଭୈରବଙ୍କର ବାହାନ।ଯଦି କଳା କୁକୁରକୁ ଖାଇବାକୁ ଦିଆଯାଏ ତେବେ ବହୁତ ଶୁଭଫଳ ମିଳିଥାଏ।ପ୍ରତ୍ୟେକ ଶନିବାର ବା ଅମାବାସ୍ୟା ଦିନ ଯଦି କଳା କୁକୁରକୁ ରୁଟି, ଗୁଡ଼ ,ବିସ୍କୁଟ ଆଦି ଖାଇବାକୁ ଦିଆଯାଏ ତେବେ ଶନିଦେବ ପ୍ରସନ୍ନ ହୋଇଥାନ୍ତି।ଯଦି ତେଲରେ ସେକା ରୁଟି କଳା କୁକୁରକୁ ଖାଇବାକୁ ଦେବେ ତେବେ ଶନି, ରାହୁ, କେତୁ ସନ୍ତୁଷ୍ଟ ହେବେ।ଏହା ଦ୍ଵାରା ଆପଣଙ୍କ ଘର ସୁଖ ଶାନ୍ତିରେ ପୁରୀ ଯିବ।ଓ ଆପଣଙ୍କ ଘରେ କୌଣସି ସମସ୍ୟା ହେଁବନି ଓ ଧନର ଅଭାବ ରହିବନାହିଁ।

୩-ଜନ୍ଦା ପିମ୍ପୁଡି- ଜନ୍ଦା ପିମ୍ପୁଡି ହେଉଛନ୍ତି ପରିଶ୍ରମୀ ଯିବ ସେମାନେ ଆମ ନଜରକୁ ଆସିଲେ ଆମେ ଅଣଦେଖା କରିଦେଇଥାଉ।ଅବା ପାଦରେ ଦଳିଦେଇଥାଉ କିନ୍ତୁ ଶାସ୍ତ୍ରରେ କୁହାଯାଇଛି ଯଦି ଏମାନଙ୍କୁ ଚିନି ,ଗୁଡ଼ ଆଦି ଖାଇବାକୁ ଦିଆଯାଏ ତେବେ ଭାଗ୍ୟ ପରିବର୍ତ୍ତନ ହୋଇଥାଏ।ଯାହା ଦ୍ୱାରା ଆପଣଙ୍କ ସମସ୍ତ ଅଶୁବିଧା ଦୂର ହେବା ସହ ଭଲ ସମୟ ଆସିଥାଏ।ଓ ସବୁ ଗ୍ରହ ଦୋଷ ମଧ୍ୟ କଟିଥାଏ।

୪-ପାରା- ପାରା ସାଧାରଣତ ଦୁଇପ୍ରକାର ହୋଇଥାନ୍ତି ଦେଉଳିଆ ପାରା ଓ ଧଳା ପାରା।ତେବେ ପାରା ଯେଉଁ ରଙ୍ଗର ବା ଯେଉଁ ପ୍ରକାରର ହେଉନା କାହିଁକି ସେ ମଣିଷର ବନ୍ଧୁ ହୋଇଥାଏ।ପାରା ମାତା ଲଷ୍ମୀଙ୍କର ପ୍ରିୟ ହୋଇଥାନ୍ତି ।ତେଣୁ ଘରେ ପାରା ଆସି ରହିବା ଦ୍ଵାରା ଧନ ବୃଦ୍ଧି ହୋଇଥାଏ।

୫-ଗାଈ- ଗାଈ ଏଥିପାଇଁ ପୂଜନୀୟ ଅଟେ କି ସେ କ୍ଷୀର ଦେଇଥାଏ।ସେ ଏଥିପାଇଁ ପୂଜନୀୟ କାରଣ ସେ ଅତ୍ୟନ୍ତ ପବିତ୍ର।ତାର ମଳ ମୂତ୍ର ପବିତ୍ର ଅଟେ।ଗାଈର କ୍ଷୀର ,ଘିଅ ଆଦିକୁ ଅମୃତ ସହିତ ତୁଳନା କରାଯାଇଥାଏ।ଗାଈର ଶରୀରରେ ସମସ୍ତ ଦେବତା ବାସ କରିଥାନ୍ତି।ଯଦି କୌଣସି ସ୍ଥାନରେ ଘର କରିବାକୁ ଚାହୁଁଛନ୍ତି ସେହି ସ୍ଥାନରେ ୧୫ ଦିନ ଗାଈ ବାଛୁରୀ ବାନ୍ଧିଦେବା ଦ୍ଵାରା ସେହି ସ୍ଥାନ ପବିତ୍ର ହୋଇଯାଇଥାଏ। ତେଣୁ ପ୍ରତ୍ୟେକ ଦିନ ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

୬-ମାଛ – ମାଛ ଭଗବାନ ବିଷ୍ଣୁଙ୍କର ଅବତାର ଅଟନ୍ତି ତେଣୁ ଶାସ୍ତ୍ରରେ କୁହାଯାଇଛି ଶନିବାର ଓ ରବିବାର ଦିନ ଯଦି ଛୋଟ ଛୋଟ ଅଟା ଗୁଳା ଏମାନଙ୍କୁ ଖାଇବାକୁ ଦିଆଯାଏ ଅତ୍ୟନ୍ତ ଶୁଭ ହୋଇଥାଏ।

୭-ବୃଷଭ- ବୃଷଭ ମହାଦେବଙ୍କ ବହନ ଅଟେ। ତେଣୁ ଯଦି ପ୍ରତ୍ୟେକ ଶନିବାର, ରବିବାର, ଓ ଅନ୍ୟାନ୍ୟ ଭଲ ଦିନ ମାନଙ୍କରେ ବୃଷଭକୁ ଖାଇବାକୁ ଦିଆଯାଏ ଅତ୍ୟନ୍ତ ଶୁଭ ହୋଇଥାଏ।

୮.କଇଁଛ:- ଏମାନେ ବହୁତ ଶୁଭ ହୋଇଥାନ୍ତି। ଏମାନଙ୍କୁ ଖାଇବାକୁ ଦେବା ଦ୍ଵାରା ବହୁତ ଲାଭ ହୋଇଥାଏ।

Leave a Reply

Your email address will not be published. Required fields are marked *