ତଣ୍ଟିରେ ମାଛର କଣ୍ଟା ଲାଗିଗଲେ (Unstuck) କଣ କରିବେ,ତୁରନ୍ତ ଏହି ପଦକ୍ଷେପ ନିୟନ୍ତୁ ସଂଗେ ସଂଗେ ଏହି କଷ୍ଟ ରୁ ମିଳିବ ମୁକ୍ତି…

Spread the love

ମାଛର କଣ୍ଟା ଏମିତିରେ ବହୁତ ସାଧାରଣତଃ ଦେଖାଯାଏ।ଯଦି ଆମେ ଏହାର କାରଣ ଜାଣିବାକୁ ଚେଷ୍ଟା କରିବା ତେବେ ଏହାର କାରଣ ହେଉଛି ଆପଣ ବହୁତ ଜଲଦି ଖାଦ୍ୟ ଖାଇଥାନ୍ତି ନଚେତ ଖାଇବା ବହୁତ ସ୍ୱାଦିଷ୍ଟ ହୋଇଥାଏ ତେବେ ରୋଗୀ ଏହାକୁ ବହୁତ ତର ତର ହୋଇ ଖାଇଥାଏ ଏବଂ କଣ୍ଟା ଲାଗିଗଲା ପରେ ଆମକୁ ଜଣାପଡେ ଯେ ତଣ୍ଟି ରେ କଣ୍ଟା ଲାଗିଯାଇଛି । ଦ୍ୱିତୀୟ କଥା ଯଦି ମଣିଷ ଏକା ସାଙ୍ଗରେ ବହୁତ ପରିମାଣ ରେ ଖାଇଦିଏ ତାହେଲେ ମଧ୍ୟ ଏହା ହେଇଥାଏ।

ଯେତେବେଳେ କଣ୍ଟା ଲାଗିଯାଏ ତାପରେ ଏହା ଜଣାପଡେ।ବହୁତ ଲୋକ ଏମିତି ହେବା ପରେ ତଣ୍ଟି ରୁ କଣ୍ଟାକୁ ବାହାର କରିବା ପାଇଁ ତଣ୍ଟି ରେ ଆଙ୍ଗୁଠି ପୁରାନ୍ତି କଣ୍ଟାକୁ ବାହାର କରିବା ପାଇଁ କିନ୍ତୁ ଏହା ବହୁତ ଭୁଲ ଜିନିଷ ଅଟେ।କାହିଁକି ନା କଣ୍ଟା କାଢ଼ିବା ପାଇଁ ଆଙ୍ଗୁଠି ପସେଇଲେ ୯୯% ପ୍ରତିଶତ ନା ମିଳିପାରେ। ହେଲେ ଆଙ୍ଗୁଠି ପସେଇବା ଦ୍ବାରା ଏହା ଅଧିକ ଘା ହେଇଯାଏ।

ଏବଂ କିଛି ଲୋକ ଭାବନ୍ତି ଯେ ବାନ୍ତି କରିଦେବା ଦ୍ୱାରା ଏହା ବାହାରିଯାଏ ଏବଂ ସେ ତଣ୍ଟି ରେ ଆଙ୍ଗୁଠି ପୁରାଇ କଣ୍ଟା ବାହାର କରିବାକୁ ଚେଷ୍ଟା କରେ । ଯଦି ଗୋଟେ ଥରକରେ ବାନ୍ତି ହେଇଗଲା ତାହାଲେ ଠିକ୍ ଅଛି ନହେଲେ ନା ବାହାରିବା ପର୍ଯ୍ୟନ୍ତ ରୋଗୀ ଏହାକୁ କାଢ଼ିବାକୁ ଚେଷ୍ଟା କରେ।ଯାହା ଘା କରିଦିଏ।

ଏହା ଦ୍ୱାରା କଣ୍ଟା ସହଜ ରେ ବାହାରେ ନାହିଁ ଏବଂ ତଣ୍ଟି ରେ କଣ୍ଟା ହେବାର ସମ୍ଭାବନା ବଢ଼ିଜାଏ।କିଛି ସମୟରେ ଯେତେବେଳେ ଛୋଟ କଣ୍ଟା ଲାଗିଥାଏ ଆପଣ ଖାଦ୍ୟ ଖାଇଦେଲା ପରେ ସେ କଣ୍ଟା ଭିତରକୁ ପସିଜାଏ ଏବଂ ସେ ହଜମ ହୋଇଯାଏ ନଚେତ ତାହା ମଳ ଦ୍ୱାର ବାଟେ ବାହାରିଯାଏ।

ସେତେବେଳେ ଆପଣଙ୍କୁ କିଛି ଚିନ୍ତା କରିବା ଦରକାର ନାହିଁ ଯେଉଁ ସମୟରେ ଏହା ଏମିତି କରିବା ଦ୍ୱାରା ବାହାରେ ନାହିଁ ତେବେ ଆପଣ ଏହାକୁ ଆଙ୍ଗୁଠି ପୁରାଇ ବାହାର କରିବାକୁ ଚେଷ୍ଟା କରନ୍ତୁ ନାହିଁ।ଯଦି ଏହା ନ ବାହାରୁଚି ତେବେ ଆପଣ ଡାକ୍ତରଙ୍କ ପାଖକୁ ଯାଆନ୍ତୁ ଏବଂ ଏହାକୁ ଦେଖାନ୍ତୁ।

ଡାକ୍ତର ଦେଖିଲା ପରେ କେଉଁ ଜାଗାରେ ଆପଣଙ୍କର କଣ୍ଟା ଲାଗିଛି ସେ ତାକୁ ବାହାର କରି ଆପଣଙ୍କର ଚିକିତ୍ସା କରନ୍ତି।ତେବେ ଡାକ୍ତରଙ୍କ ପରାମର୍ଶ ବିନା କୌଣସି ମେଡିସିନ ଖାଆନ୍ତୁ ନାହିଁ।ତାଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରନ୍ତୁ ଏବଂ ସତର୍କତା ଅବଲମ୍ବନ କରନ୍ତୁ।ଡାକ୍ତର ଯେମିତି କହିବେ ସେମିତି ହିଁ କରନ୍ତୁ।

Leave a Reply

Your email address will not be published. Required fields are marked *