ହ୍ୟୁମାନ ସାଗରଙ୍କ ଜୀବନୀ କାହାଣୀ – କିପରି ହେଲେ ଓଡ଼ିଶାର ସବୁଠୁ ବଡ ସିଙ୍ଗର – କାହିଁକି ଧୋକା ଗୀତ ଗାଉଛନ୍ତି ଜାଣିଲେ ଆପଣ ମଧ୍ୟ ଚମକିବେ

Spread the love

ହ୍ୟୁମାନ ସାଗର ଓଡ଼ିଶାର ଅରିଜିତ ସିଂ ଭାବରେ ଜଣା ଶୁଣା।ସେ ଛୋଟ ବେଳୁ ସଂଗୀତରେ ରୁଚି ରଖିଥିଲେ।ସଙ୍ଗୀତ ଯେପରି ତାଙ୍କର ଗୋଟେ ଭଲ ବନ୍ଧୁ ଭାବରେ ଛୋଟ ବେଳୁ ତାଙ୍କ ସହ ରହି ଆସିଛି।ଧୀରେ ଧୀରେ ବଡ଼ ହେବା ସହ ସଂଗୀତ ମଧ୍ୟ ତାଙ୍କ ସହ ଧୀରେ ଧୀରେ ବଡ଼ ହୋଇଥିଲା।ସେ ସବୁବେଳେ ନିଜ ସହ ସଙ୍ଗୀତକୁ ନେଇ ଆଗକୁ ଚାଲିଥିଲେ।ସେ ତୃତୀୟ ଶ୍ରେଣୀରେ ପାଠ ପଢୁଥିବା ବେଳେ ସଙ୍ଗୀତ ଶିଖିବା ଆରମ୍ଭ କରିଥିଲେ।ଏହାପରେ ସେ ପାଠ ପଢାରେ ବ୍ୟସ୍ତ ରହିବା ସହ ସଂଗୀତ ଓ ତାଙ୍କ ମଧ୍ୟରେ କିଛି ଅଳ୍ପ ଦୂରତା ଆସିଯାଇଥିଲା

ଏହାପରେ ସେ ଡାକ୍ତରୀ ପାଠକୁ ଅଧାରେ ଛାଡ଼ିଦେଇ ସଙ୍ଗୀତ ସହ ଆଗକୁ ବଢ଼ିବାକୁ ନିଷ୍ପତି ନେଇଥିଲେ।ଏହା ଥିଲା ତାଙ୍କ ଜୀବନର ସବୁଠୁ ବଡ଼ ନିଷ୍ପତି।ଏହା ପରେ ସେ କେବେ ପଛକୁ ଫେରି ଚାହିଁ ନାହାଁନ୍ତି।ସେ ସଙ୍ଗୀତର ସହ ଅନେକ ଆଗକୁ ଆସି ସାରିଛନ୍ତି ଓ ସଙ୍ଗୀତ ତାଙ୍କୁ ଏପରି ପରିଚୟ ଦେଇଛି ଯାହା ହୁଏତ ଅନ୍ୟ କିଛି ଦେଇ ପାରି ନଥାନ୍ତା।ସେ ଛୋଟବେଳୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ ଓ ସେତେବେଳେ ତାଙ୍କ ଗୁରୁ ଥିଲେ ଶୁଭ୍ରାଂଶୁ ମିଶ୍ର।ଯିଏକି ତାଙ୍କର ପ୍ରଥମ ଗୁରୁ ଥିଲେ।

ସଙ୍ଗୀତ ପ୍ରତି ତାଙ୍କର ଏତେ ଭଲପାଇବା ଥିଲା ଯାହା ଫଳରେ ସେ ପିଲାବେଳୁ ଅନେକ ପ୍ରତିଯୋଗୀତାରେ ଭାଗ ନେବା ସହ ଅନେକ ପୁରସ୍କାର ମଧ୍ୟ ଜିତିଛନ୍ତି।ତାଙ୍କର ପରିବାରରେ ପ୍ରାୟତଃ ସମସ୍ତେ ସଙ୍ଗୀତ ପ୍ରେମୀ ଅଟନ୍ତି।ତାଙ୍କର ଜେଜେବାପା ଅନେକ ସମ୍ବଲପୁରୀ ସଙ୍ଗୀତର ନିର୍ଦ୍ଦେଶନା ଦେଇଛନ୍ତି।ଏହା ସହିତ ସେ ନିଜ ଜେଜେବାପାଙ୍କ ଠାରୁ ମଧ୍ୟ ଅନେକ କିଛି ଶିକ୍ଷା କରିଛନ୍ତି।ସେ ପିଲାବେଳୁ ଏପରି ସଙ୍ଗୀତ ଗାଉଥିଲେ ଯେପରି ଜଣେ ବିଶିଷ୍ଟ ସଂଗୀତଜ୍ଞ ଗାଇ ଥାଆନ୍ତି।ସେ ନିଜର କଳା ମାଧ୍ୟମରେ ଛୋଟବେଳୁ ସମସ୍ତଙ୍କୁ ଆକର୍ଷିତ କରିପାରିଥିଲେ।ତେବେ କିଛି ଦିନ ତଳେ ତାଙ୍କ ବାପା ଙ୍କ ମୃତ୍ୟୁ ହେଇଥିଲା

ତାଙ୍କର ମାତା ଜଣେ ସଙ୍ଗୀତଜ୍ଞ ଅଟନ୍ତି।ତାଙ୍କ ବାପା ମଧ୍ୟ ଜଣେ ଅଲ ଇଣ୍ଡିଆ ରେଡିଓର ଗାୟକ ଥିଲେ।ତାଙ୍କର ସଙ୍ଗୀତ ପ୍ରତି ଏତେ ଆଗ୍ରହ ଥିଲା ଯେ ସେ ନିଜର ଡାକ୍ତରୀ ପାଠ ପଢା ପ୍ରଥମ ବର୍ଷରୁ ହିଁ ଛାଡ଼ି ଦେଇଥିଲେ ଓ ସେ ଚାଲି ଆସିଥିଲେ ସଙ୍ଗୀତର ଦୁନିଆକୁ।ଏହାପରେ ସେ ଓଡ଼ିଶାରେ ହେଉଥିବା ଭଏସ ଅଫ ଓଡିଶା ପ୍ରତିଯୋଗୀତାରେ ବିଜୟୀ ମଧ୍ୟ ହୋଇଥିଲେ।ଏହାପରେ ସେ ସମଗ୍ର ଓଡ଼ିଶାରେ ପରିଚିତ ହୋଇଯାଇଥିଲେ।ଏହାପରେ ସେ ଅଭିଜିତ ମଜୁମଦାରଙ୍କ ନିର୍ଦ୍ଦେଶନାରେ ତାଙ୍କର ପ୍ରଥମ ଗୀତ ଗାଇଥିଲେ।

ଏହାପରେ ସେ ନିଜର ବାନ୍ଧବୀ ଯିଏକି ତାଙ୍କର ପିଲାବେଳର ବନ୍ଧୁ ଥିଲେ ତାଙ୍କୁ ସେ ବିବାହ କରିଥିଲେ।ଏହାପରେ ସେ ଗଜଲ ଗଜଲ ଗୀତ ପାଇଁ ଶ୍ରେଷ୍ଠ ଗାୟକ ପୁରସ୍କାର ପାଇଥିଲେ।ଏହାପରେ ସେ ହିନ୍ଦୀ ଆଲବମରେ ମଧ୍ୟ ଗୀତ ଗାଇଛନ୍ତି।ତାଙ୍କ ଗୀତ ସମସ୍ତ ଓଡ଼ିଶାର ଲୋକଙ୍କୁ ବହୁତ ପସନ୍ଦ।ସମସ୍ତେ ତାଙ୍କ ଗୀତ ସହିତ ତାଙ୍କୁ ମଧ୍ୟ ବହୁତ ପସନ୍ଦ କରିଥାନ୍ତି।ସେ ଅନେକ ଗୀତ ଗାଇ ସାରିଲେଣି ଯାହା ସମସ୍ତଙ୍କର ପ୍ରିୟ ଓ ସମସ୍ତେ ତାଙ୍କୁ ତାଙ୍କର ଗୀତ ପାଇଁ ଅନେକ ସ୍ନେହ ଓ ଭଲପାଇବା ଦେଇଥାନ୍ତି।

Leave a Reply

Your email address will not be published. Required fields are marked *