ରାମାୟଣରେ ହନୁମାନ ଚରିତ୍ରରେ ଅଭିନୟ କରିଥିବା ଅଭିନେତାଙ୍କୁ କିପରି ଅଭିନୟ ମିଳିଥିଲା?ଏବେ କିପରି ଅଛନ୍ତି ଜାଣିରଖନ୍ତୁ ତାଙ୍କ ବିଷୟରେ

Spread the love

ରମାନନ୍ଦ ସାଗରଙ୍କର ରାମାୟଣ ସମସ୍ତ ଭାରତ ବାସୀଙ୍କ ମନରେ ଗଭୀର ଛା ଛାଡ଼ି ଯାଇଛି।ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ନିଜର ଚରିତ୍ରକୁ ବହୁତ ଭଲଭାବରେ ବହନ କରିଥିଲେ।ଯେତେବେଳେ ଆମେ ରାମ ଓ ଲକ୍ଷ୍ମଣଙ୍କ ବିଷୟରେ ଆଲୋଚନା କରିଥାଉ ସେତେବେଳେ ରମାନନ୍ଦ ସାଗରଙ୍କର ରାମାୟଣରେ ଅଭିନୟ କରିଥିବା ଅଭିନେତାଙ୍କ ଚେହେରା ଆମ ସମ୍ମୁଖକୁ ଆସିଯାଇଥାଏ।ଏହି ଭଳି ଏକ ଚରିତ୍ର ବହନ କରିଥିଲେ ଦାରା ସିଂ।ସେ ଏହି ରାମାୟଣରେ ହନୁମାନ ହୋଇଥିଲେ।

ଦାରା ସିଂଙ୍କ ପୁରା ନାମ ଦିଲଦାର ସିଂ ରନ୍ଧୱା ଅଟେ।ରମାନନ୍ଦ ସାଗରଙ୍କର ପୁଅଙ୍କ କହିବା ଅନୁସାରେ ସେ ଯେତେବେଳେ ଏହି ଅଭିନୟ ପାଇଁ କାଷ୍ଟିଂ କରୁଥିଲେ ସେହି ସମୟରେ କେବଳ ଜଣଙ୍କ ନାମ ତାଙ୍କ ମୁଣ୍ଡରେ ହନୁମାନ ଅଭିନୟ ପାଇଁ ଆସିଥିଲା ସେହି ନାମଟି ହେଉଛି ଦାରା ସିଂ।ରମାନନ୍ଦ ସାଗର ଦାରା ସିଂ ଙ୍କୁ ଫୋନ କଲେ ଓ କହିଥିଲେ ଦାରା ତୁମେ ମୋର ନୂଆ ଟିଭି ସିରିଆଲରେ ହନୁମାନଙ୍କ ଅଭିନୟ କରୁଛ। ଦାରା କହିଥିଲେ ମୁଁ ବର୍ତ୍ତମାନ ୬୦ ବର୍ଷ ବୟସର ଆପଣ ଅନ୍ୟ କୋଉ ଯୁବ ଅଭିନେତାଙ୍କୁ ସମ୍ପର୍କ କରନ୍ତୁ।

ରମାନନ୍ଦ ସାଗର କହିଥିଲେ ତୁମେ ହେଉଛ ହନୁମାନ ତୁମେ କିଛି ମଧ୍ୟ କରିପାର।ତେଣୁ ତୁମେ ଏହି ଅଭିନୟ ନିଶ୍ଚିତ ରୂପେ କରିବ।ଏହାପରେ ସେ ରମାନନ୍ଦ ସାଗରଙ୍କର କଥାକୁ ମନା କରି ପାରିନଥିଲେ ଓ ଏହି ଅଭିନୟରେ ଅଭିନୟ କରିବାକୁ ରାଜି ହୋଇଥିଲେ।ଏହାପରେ ସେ ନିଜର ଅଭିନୟ କୁ ଏପରି ଭାବରେ ବହନ କରିଥିଲେ ଯାହା ସମସ୍ତଙ୍କ ମନରେ ରହିଗଲା।ଏହି କିଛି ଦିନ ତଳେ ତାଙ୍କ ପୁଅ କହିଥିଲେ କି ତାଙ୍କ ପିତାଙ୍କ ଶେଷ ଇଚ୍ଛା ଥିଲା କି ସେ ରାମାୟଣକୁ ଆଉ ଥରେ ଦେଖିବା।

ଆଜି ଦାରା ସିଂ ଆମ ଗହଣରେ ନାହାନ୍ତି ସତ ହେଲେ ତାଙ୍କ ଅଭିନୟ ଏହି ସମସ୍ତଙ୍କ ମନରେ ରହିଛି।ଆମେ ସମସ୍ତେ ଜାଣିଛୁ ଦାରା ସିଂ ତିନି ଥର ହନୁମାନ ଅଭିନୟରେ ଅଭିନୟ କରି ସାରିଛନ୍ତି।ସେ ପ୍ରଥମେ ୧୯୭୬ ମସିହାରେ ହନୁମାନ ଅଭିନୟରେ ପ୍ରଥମେ ଏକ ଫିଲ୍ମ ରେ ଅଭିନୟ କରିଥିଲେ।ଏହାପରେ ସେ ସମସ୍ତଙ୍କୁ ନିଜର ପ୍ରତିଭା ଦେଖାଇ ଥିଲେ।ଏହିଠାରେ ସେ ପ୍ରଥମ ଥର ହନୁମାନ ଅଭିନୟରେ ଦର୍ଶକଙ୍କ ସମ୍ମୁଖକୁ ଆସିଥିଲେ।ଦର୍ଶକ ମାନେ ତାଙ୍କୁ ସେବେ ଠାରୁ ହନୁମାନ ବୋଲି ଭାବି ନେଇଥିଲେ।କାରଣ ସେହି ସମୟରେ ମଧ୍ୟ ସେ ନିଜର ଅଦ୍ଭୁତ ଅଭିନୟର ପ୍ରଦର୍ଶନ କରିଥିଲେ।

ଏହାପରେ ସେ ରମାନନ୍ଦ ସାଗରଙ୍କର ରାମାୟଣରେ ହନୁମାନ ଚରିତ୍ରରେ ଅଭିନୟ କରିଥିଲେ।ଏହା ପରେ ସେ ମହାଭାରତରେ ଅଳ୍ପ କିଛି କ୍ଷଣ ପାଇଁ ହନୁମାନ ଅଭିନୟରେ ଦର୍ଶକଙ୍କ ସମ୍ମୁଖକୁ ଆସିଥିଲେ।ଏହି ସମସ୍ତ ଅଭିନୟ ମଧ୍ୟରୁ ସେ ରମାନନ୍ଦ ସାଗରଙ୍କର ରାମାୟଣରେ କରିଥିବା ଅଭିନୟ ସମସ୍ତ ଦର୍ଶକଙ୍କ ପ୍ରିୟ ହୋଇ ରହିଛି।ସେ ନିଜର ଅଭିନୟ ମାଧ୍ୟମରେ ଭାରତର ସମସ୍ତ ଲୋକଙ୍କ ମନରେ ନିଜର ଛାପ ଛାଡ଼ି ଯାଇଛନ୍ତି।ଯେପର୍ଯ୍ୟନ୍ତ ସମସ୍ତେ ରାମାୟଣକୁ ମନେ ରଖିଥିବେ ସେ ପର୍ଯ୍ୟନ୍ତ ସମସ୍ତେ ଦାରାଙ୍କୁ ମନେ ରଖିବେ।ସେ ମୃତ୍ୟୁ ପରେ ମଧ୍ୟ ଆମର ହୋଇଯାଇଛନ୍ତି।

Leave a Reply

Your email address will not be published. Required fields are marked *