ହୁମାନ ସାଗର ଙ୍କ ମା କହିଲେ ମୋ ପୁଅ 50 ଟା ସ୍ତ୍ରୀ ରଖିବ,ତା ଇଚ୍ଛା ହେଲେ ସେ ମନ ଇଚ୍ଛା..

Spread the love

ଓକିଲ କହୁଛନି ହ୍ୟୁମାନ ସାଗରଙ୍କ ମାଆ ଚାହୁଁଛନ୍ତି ଯେ ଆମ ପୁଅ ୫୦ ଟା ସ୍ତ୍ରୀ ରଖିବ ଆଉ ମଦ ଖାଇ ଗଡିବ। ଆମେ ତମ ସହିତ ସମାଧାନ କରିବୁ। ଡାଉରି ପାଇଁ ତାଙ୍କୁ ବହୁତ ନିର୍ଯାତନା କରାଯାଇଛି ଆଉ ତାଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ବହୁତ ବାଧ୍ୟ କରା ଯାଇଛି ହେଲେ ସେ ଧର୍ମ ପରିବର୍ତ୍ତନ କରିବା ପାଇଁ ମନା କରିବାର

ତାଙ୍କୁ ଜୀବନରୁ ମାରି ଦେବା ପାଇଁ ଉଦ୍ୟମ କରାଗଲା ଆଉ ସେ ତା ଝିଅକୁ ମଧ୍ୟ ଭଲ ପାଏନା,ତାର ଜଉ ସାନ ଝିଅ ରହିଛି ସେ ତାକୁ ଭଲ ପାଏ ନାହିଁ କାରଣ ଝିଅ କାହିଁକି ହେଲା ପୁଅ କଣ ପାଇଁ ହେଲା ନାହିଁ ବୋଲି।କାହା କାହାକୁ ନିର୍ଯାତନା ଦେଇଛନ୍ତି? ଓକିଲ କହୁଛନ୍ତି ମା ଏବଂ ଝିଅକୁ ନିର୍ଯାତନା ଦେଇଛି।

ତାଙ୍କର ବାପା ମା ଥିଲେ ସନ ସାଇନ ମେଡିକାଲରେ ସେଇଠି ଝିଅ ଜନ୍ମ ହେଇଥିଲା ହେଲେ ଝିଅ କଣ ପାଇଁ ଜନ୍ମ ହେଲା ପୁଅ କାହିଁକି ଜନ୍ମ ହେଲା ନାହିଁ ସେଇଥିପାଇଁ ବୋଲି ସେ ଦି ଜଣ ଯାକୁ ନିର୍ଯାତନା ଦେଇଛି।ହ୍ୟୁମାନ ସାଗର ହଉଛି ଗୋଟେ ଖ୍ରୀଷ୍ଟିଆନ ପିଲା।ହେଲେ ସେ ଆଗରୁ କଣ ପାଇଁ ଅଭିଯୋଗ

କରୁନଥିଲେ ଏବେ କଣ ପାଇଁ ଏସବୁ ଜିନିଷ ଅଭିଯୋଗ କରୁଛନ୍ତି?ଓକିଲ କହୁଛନ୍ତି ଶୁଣନ୍ତୁ ଲଭ ହଉଛି ଏମିତି ଗୋଟେ ଜିନିଷ ଯାହାର ଅର୍ଥ ଆଜି ଯାଏଁ ମୁଁ ପାଇ ପାରି ନାହିଁ। ୟେ ହଉଛି ଗୋଟେ ହିନ୍ଦୁ ବ୍ରାହ୍ମଣ ଘରର ଝିଅ ଆଉ ସିଏ ହଉଛି ଗୋଟେ ଖ୍ରୀଷ୍ଟିଆନ ଘରର ପୁଅ ଆଉ ତାଙ୍କର ଲଭ ହେବାରୁ ଦି ଜଣଙ୍କ

ମଧ୍ୟରେ ବାହାଘର ହେଲା ଆଉ ତାଙ୍କର ସେଇ ବାହାଘରଟା ବାଲେଶ୍ଵରରେ ରେଜିଷ୍ଟର ଅଫିସରେ ହେଲା କାରଣ ଝିଅର ବାପା ସେତେବେଳେ ବାଲେଶ୍ଵରରେ ରହୁଥିଲେ।ସେମାନେ ବାହାଘର ହେଇଗଲେ ହେଲେ ବାହାଘର ହେବାର ମାନେ ନୁହେଁ ଯେ ଧର୍ମ ପରିବର୍ତ୍ତନ କରିବା ଦରକାର।ସେମିତି କିଛି ନାହିଁ।

ଝିଅ ହଉଛି ହିନ୍ଦୁ ବ୍ରାହ୍ମଣ ଘରର ଆଉ ପୁଅ ହଉଛି ଖ୍ରୀଷ୍ଟିଆନ ଆଉ ସେମାନେ ହଉଛନ୍ତି ପୁରୀର ବାସିନ୍ଦା।ସାର ଆପଣ ଏବେ କଣ ଚାହୁଁଛନ୍ତି? କଥାଟା ସମାଧାନ ହେଇଯାଉ ବୋଲି ଚାହୁଁଛନ୍ତି ନା ଆଉ କଣ ଚାହୁଁଛନ୍ତି? ଓକିଲ କହୁଛନ୍ତି ଭଲ କଥା ଯଦି ସମାଧାନ ହେଇଯିବ ତାହେଲେ ବହୁତ ଭଲ।

ହ୍ୟୁମାନ ସମାଧାନର ବାଟ ଖୋଜି ପାଉ ନାହିଁ ଆମେ ବହୁତ ଚେଷ୍ଟା କରିଛୁ ତାକୁ ବୁଝେଇବା ପାଇଁ ତା ପରିବାର ଲୋକ ସମସ୍ତେ ବୁଝେଇଛନ୍ତି ହେଲେ ସେ ବୁଝି ପାରୁନି। ରିପୋର୍ଟକୁ ନେଇ ପ୍ରସ୍ତୁତ।

Leave a Reply

Your email address will not be published. Required fields are marked *