ଓଡ଼ିଶାର ସୁନାମଧନ୍ୟ ଗାୟିକା ଇରା ମହାନ୍ତିଙ୍କ ଜୀବନୀ – ଏବେ କିପରି ଅଛନ୍ତି ଓ ତାଙ୍କ ପରିବାର ରେ କିଏ କିଏ ଅଛନ୍ତି ଆସନ୍ତୁ ଜାଣିବା..

Spread the love

ସାଙ୍ଗମାନେ ଆଜି ଆମେ ଜାଣିବା ଓଡ଼ିଆ ଫିଲ୍ମ ଜଗତର ଜଣେ ଜଣେ ପ୍ରଚ୍ଛଦପଟ ଗାୟିକାଙ୍କ ବିଷୟରେ।ସେ ତାଙ୍କ ଜୀବନରେ ବହୁ ଓଡ଼ିଆ ଫିଲ୍ମରେ ନିଜ କଣ୍ଠ ପ୍ରଦାନ କରିଛନ୍ତି।ସେ ତାଙ୍କ ପିଲାଦିନୁ ଅଭିନୟ ଓ ଗୀତ ପ୍ରତି ରୁଚି ରଖିଥିଲେ।ସେ ଏକ ନାଚୁରାଲ ପ୍ରତିଭା ଥିଲେ।ଆପଣ ମାନେ ହୁଏତ ତାଙ୍କୁ ଅନେକ ଓଡ଼ିଆ ଫିଲ୍ମରେ ଦେଖିଥିବେ।ସେ ତାଙ୍କ ସ୍ଵରରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଉଥିଲେ।ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ପ୍ରଶଂସକ ଥିଲେ।ଆଜି ମୁଁ ଆପଣ ମାନଙ୍କୁ କହିବି ତାଙ୍କର ସମ୍ପୂର୍ଣ୍ଣ ଜୀବନୀ ବିଷୟରେ।

ଓଡ଼ିଶାର ଭୁବନେଶ୍ବରଠାରେ ଜନ୍ମିତ ଜଣେ ଓଡ଼ିଆ ପ୍ରଛଦପଟ ଗାୟିକା। ଇରା ମହାନ୍ତିଙ୍କ ଭଲ ନାମ ହେଉଛି ମଧୁମିତା ମହାନ୍ତି। ବାପା ଜୀତେନ୍ଦ୍ର ମହାନ୍ତି ଓ ମାତା କଳ୍ପନା ମହାନ୍ତି। ବେଶ୍‌ ଛୋଟ ଇରା ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ। ମେଲୋଡି ମଞ୍ଚରୁ ଆରମ୍ଭ କରିଥିଲେ ଗୀତ ଗାଇବା।ସମସ୍ତଙ୍କ ପାଖେର ସେ ମେଲୋଡ଼ି କ୍ବିନ ଭାବରେ ବେଶ ଜଣାଶୁଣା।ସେ ମେଲୋଡି ପରେପରେ ଫିଲ୍ମ ମାନଙ୍କରେ ଗାଇବା ଆରମ୍ଭ କଲେ।ତାହା ତାଙ୍କୁ ପ୍ରସିଦ୍ଧି ଆଣି ଦେଲା।ସେ ତାଙ୍କ ମାତାଙ୍କ ପ୍ରୋତ୍ସାହିତରେ ଗୀତ ଗାଇବା ଆରମ୍ଭ କରିଥିଲେ।

ସେ ଖୋର୍ଦ୍ଧାର ବାସିନ୍ଦା ଅଟନ୍ତି।ସେ ବିଜେବି ମହାବିଦ୍ୟାଳୟରେ ପାଠ ପଢିଥିଲେ।ସେ ବିଜେବିରେ ପାଠ ପଢ଼ିବୋବେଳ ସେ ସଂଗୀତ ଶିକ୍ଷାକୁ ନିଜର ଏକ ବିଷୟ ଭାବେ ନେଇଥିଲେ।ତାଙ୍କ ମା ତାଙ୍କୁ ଗୀତ ଗାଇବା ପାଇଁ ଉତ୍ସାହିତ କରିଥିଲେ।ସେ ବାଳକୃଷ୍ଣ ଦାସଙ୍କୁ ନିଜ ଗୁରୁ ବୋଲି ମାନନ୍ତି।ସେ ବହୁ କମ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ।ଖାଲି ଓଡ଼ିଶାରେ ନୁହେଁ ନିଜ ପ୍ରତିଭାକୁ ସାରା ଭାରତବାସୀଙ୍କୁ ଜଣାଇବା ପାଇଁ ସେ ଜି ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ସାରେଗାମାପା ରିଆଲିଟି ସୋ ରେ ମଧ୍ୟ ସେ ଭାଗ ନେଇଥିଲେ।

ତାଙ୍କ ଗୀତ ଭିତରେ ମୋ ଦୁନିଆ ତୁ ହି ତୁ,ମତେ ବୋହୂ କରି ନେଇଯା,ଆସିବୁ କେବେ ସାଜି ମୋ ରାଣୀ ଆଦି ଫେମସ ଅଟେ।ଏହା ବ୍ୟତୀତ ସେ ମୋ କୋଳ ତୋ ଝୁଲନା ଫିଲ୍ମରେ ଅଭିନୟ ମଧ୍ୟ କରିଥିଲେ।ସେ ତାଙ୍କ ଜୀବନରେ ନିଜ ଗୀତ ପାଇଁ ବହୁ ପୁରସ୍କାର ଓ ଆୱାର୍ଡ଼ ପାଇଛନ୍ତି।ସେ ଫିଲ୍ମ ଗୀତ ଛଡ଼ା ଅନେକ ଭଜନରେ ମଧ୍ୟ ନିଜ କଣ୍ଠ ଦାନ କରିଛନ୍ତି।ସେ ଲତା ମଙ୍ଗେସକରଙ୍କୁ ତାଙ୍କ ରୋଲ ମଡେଲ ବୋଲି ମାନନ୍ତି।ଓଡ଼ିଆ ଗୀତ ଜଗତରେ ଇରା ବହୁତ ନା କମାଇଛନ୍ତି।ସେ ତାଙ୍କ ଜୀବନରେ ବହୁତ ବଡ଼ ଷ୍ଟାର ମାନଙ୍କ ସହିତ କାମ କରିଛନ୍ତି।ସେ ବହୁତ ପ୍ରଶଂସକ ମାନଙ୍କ ପ୍ରଶଂସା ମଧ୍ୟ ସାଉଁଟି ଛନ୍ତି।

Leave a Reply

Your email address will not be published. Required fields are marked *