ଯଦି ଆପଣ ଠାକୁର ପୂଜା ପାଇଁ ଅଗାଧୁଆ ଫୁଲ ତୋଳୁଛନ୍ତି ତେବେ Be Careful,ନହେଲେ ଆପଣଙ୍କର ହେଇପାରେ ସର୍ବନାଶ,ଫୁଲ ତୋଳିବାର ନିୟମ ଜାଣିରଖନ୍ତୁ

Spread the love

ସାଙ୍ଗମାନେ ଭଗବାନଙ୍କୁ ପ୍ରସନ୍ନ କରି ତାଙ୍କର କୃପା ପାଇବା ପାଇଁ ଆମେ ମାନେ ପ୍ରତିଦିନ ଫୁଲ ତୁଳସୀ ଓ ବେଲ ପତ୍ର ଇତ୍ୟାଦି ତୋଳି ଭଗବାନଙ୍କୁ ଅର୍ପଣ କରିଥାଉ।ଯଦି ତାହା ସବୁ ଆମେ ନୀତିନିୟମ ଅନୁସାରେ ନ କରିବା ତାହେଲେ ଭଗଵାନ ସେ ସବୁକୁ ଗ୍ରହଣ କରିନଥାନ୍ତି।ପ୍ରସନ୍ନ ହେବ ବଦଳରେ କୋପ କରିଥାନ୍ତି।ଆମର ସବୁ ପୂଜା ଅର୍ଚ୍ଚନା ବ୍ୟର୍ଥ ଯାଇଥାଏ।ଆଜି ଆମେ ଜାଣିବା କିଛି ନିୟମକୁ ଯାହା ଦ୍ଵାରା ଭଗଵାନ ଆମର ସବୁ ବସ୍ତୁକୁ ଶ୍ରଦ୍ଧାର ସହ ଗ୍ରହଣ କରିବେ।

ଅନେକ ମୁନି ଋଷି ମାନେ କହି ଯାଇଛନ୍ତି କି ଫୁଲକୁ ଅଗାଧୁଆରେ ତୋଳିବା ଭଲ ହୋଇଥାଏ।ଏହା ସହ ଆହୁରି କେତେ ଜଣ କହି ଯାଇଛନ୍ତି କି ଗାଧେଇ କରି ତୋଳିବା ଭଲ ହୋଇଥାଏ।ସାଙ୍ଗମାନେ ଏହା ମାନେ ରଖନ୍ତୁ କି ଫୁଲକୁ କେବେ ହେଲେ ଚୋରି କରି ଆଣିବା ଉଚିତ ନୁହେଁ।ବିନା ଅନୁମତିରେ କାହାରି ଫୁଲ ଗଛରୁ ଫୁଲ ତୋଳିବା ଶାସ୍ତ୍ର ବିରୋଧୀ ଅଟେ।

ଆପଣ ମଧ୍ୟ ଗଛକୁ ପ୍ରଣାମ କରି ଗଛକୁ ଅନୁରୋଧ କରନ୍ତୁ। ତା ପରେ ଯାଇ ଫୁଲ ତୋଳନ୍ତୁ।ଫୁଲ ତୋଳିବା ସମୟରେ ଚପଲ ପିନ୍ଧି କରି ଫୁଲ ତୋଳିବା ବା ତେଲ ଲଗାଇ ଫୁଲ ତୋଳିବା ବାରଣ ରହିଅଛି।ଅଗାଧୁଆରେ ଫୁଲ ତୋଳି ପାରିବେ କିନ୍ତୁ ହାତ ପାଦ ମୁଁହ ଆଗ ଧୋଇ ନେବେ।ରାତ୍ରି ସମୟରେ ପିନ୍ଧିଥିବା ବସ୍ତ୍ରକୁ ଖୋଲି ଧୁଆ ବସ୍ତ୍ର ପିନ୍ଧି ଫୁଲ ତୋଳିବା ଶାସ୍ତ୍ରରେ ବର୍ଣିତ ଅଛି।

ଏହା ସହ ସୂର୍ଯ୍ୟପରାଗ,ଚନ୍ଦ୍ର ଗ୍ରହଣ ଓ ଶୁଦ୍ଧି କ୍ରିୟା ବେଳେ ଅଗାଧୁଆରେ ଫୁଲ ତୋଳିବା ବାରଣ ଅଛି।ଅନେକ ଲୋକ ପୂର୍ବ ଦିନ ଫୁଲ ତୋଳି ରଖି ଥାଆନ୍ତି ଓ ପର ଦିନ ତାକୁ ଅର୍ପଣ କରିଥାନ୍ତି।ଏହା ମଧ୍ୟ ଶାସ୍ତ୍ର ବିରୋଧୀ ଅଟେ।କାରଣ ଫୁଲ ଦିନକ ପରେ ବାସୀ ହୋଇଯାଏ।ବାସୀ ଫୁଲ ଭଗବାନଙ୍କୁ ଅର୍ପଣ କରାଯାଏ ନାହିଁ।

ତୁଳସୀ ପତ୍ରକୁ କେବେ ବି ନଖ ଲଗାଇ ତୋଳିବେ ନାହିଁ।ଏହା ଦ୍ଵାରା ତୁଳସୀ ଦେବୀଙ୍କୁ କଷ୍ଟ ହୋଇଥାଏ।ତେଣୁ ହାତର ଟିପରେ ତୁଳସୀକୁ ତୋଳନ୍ତୁ।ତୁଳସୀକୁ ଚପଲ କିମ୍ୱା ଅର୍ଦ୍ଧ ବସ୍ତ୍ର ପିନ୍ଧି ତୋଳନ୍ତୁ ନାହିଁ।ତୁଳସୀ ପତ୍ରକୁ ଅର୍ପଣ କରିବା ପୂର୍ବରୁ ଏହାକୁ ପାଣି କିମ୍ୱା ଗଙ୍ଗା ଜଳରେ ପକେଇ ପାଣି ଲଗା ତୁଳସୀ ଭଗବାନଙ୍କୁ ଅର୍ପଣ କରିବା ଉଚିତ।

ବେଲ ପତ୍ରକୁ ମଧ୍ୟ ଅର୍ପଣ କରିବା ପୂର୍ବରୁ ଏହାକୁ ପାଣି କିମ୍ୱା ଗଙ୍ଗା ଜଳରେ ପକାଇ ଏହାର ନାଶି ଛିଡାଇ ସେଥିରେ ଚନ୍ଦନର ଲେପ ଲଗାଇ ପାଣି ଲାଗିଥିବା ବେଲ ପତ୍ରକୁ ଭଗବାନଙ୍କୁ ଅର୍ପଣ କଲେ ଭଗଵାନ ଅତି ପ୍ରସନ୍ନ ହୋଇଥାନ୍ତି ଏବଂ କୃପା ମଧ୍ୟ କରିଥାନ୍ତି।ସାଙ୍ଗମାନେ ଏହା ଥିଲା ଫୁଲ,ବେଲ ପତ୍ର ଓ ତୁଳସୀ ପତ୍ର ଅର୍ପଣ କରିବାର କିଛି ନିୟମ।

Leave a Reply

Your email address will not be published. Required fields are marked *