ଟ୍ରକ ଡ୍ରାଇଭର Visakhapatnam ଯାଉଥିବା ବେଳେ National ହାଇୱେ ରେ ତା ସହ ଯାହା ଘଟିଲା ଜାଣିଲେ ଭୟ ରେ ତାହରିବେ ଆପଣ,କମଜୋର ଲୋକ ଦୁରେଇ ରୁହନ୍ତୁ

Spread the love

ସଙ୍ଗମାନେ ଆଜି ଆମେ ଟ୍ରକ ଡ୍ରାଇଭରଙ୍କ ପଛରେ ପଡିଯାଇଥିବା ଆତ୍ମା ବିଷୟରେ ଜାଣିବା।ଏହି ଘଟଣା ସେତେ ବେଳର ଯେତେବେଳେ ମୁଁ ଓ ଆମ ଟ୍ରକ ଡ୍ରାଇଭର ମିଶି ଟ୍ରକ ଲୋଡିଙ୍ଗ ହୋଇସାରିବା ପରେ ନ୍ୟାସନାଲ ହାଇୱେରେ ପାରଳାଖେମୁଣ୍ଡିରୁ ବିଶାଖାପାଟଣା ଯାଉଥିଲୁ।ଯିବା ବେଳେ କିଛି ଦୂରରେ ରାସ୍ତା କଡରେ ଗୋଟେ ଝିଅଟିଏ ଠିଆ ହୋଇଥିବାର ଦେଖାଗଲା।ତାର ବୟସ ପାଖାପାଖି ୧୮ରୁ ୨୦ ବର୍ଷ ଭିତରେ ହୋଇଥିବ।

ସେ ଲିଫ୍ଟ ମଗୁଥିଲା।ଡ୍ରାଇଭର ଏହି କଥା ମନା କରିଦେଲା।ମୁଁ ଗାଡିକୁ ସିଧା ନେଇ ଆସିଲି।କିଛି ବାଟ ଆଗକୁ ଯିବାପରେ ଗାଡିଟି ଧୀର ହୋଇଗଲା।ମୁଁ ଯେତେବେଳେ ତଳକୁ ଓହ୍ଲାଇ ଦେଖିଲି ଟ୍ରକର ଟାୟାର ପମ୍ପଚର ହୋଇଯାଇଥିଲା।ମୁଁ ଏହି କଥା ଯେତେବେଳେ ଡ୍ରାଇଭରକୁ କହିଲି ସେ ନିଦରୁ ସଙ୍ଗେ ସଙ୍ଗେ ଉଠିପଡ଼ି ଟାୟାର ମାରିବାକୁ ଚାଲିଗଲା।

କିଛି ସମୟ ପରେ ଏକ ଲୋକ ଆସି କହିଲା ଜଲଦି ଏଠାରୁ ଟ୍ରକ ନେଇ ଆଗକୁ ପଳେଇଯାଅ।ଏହି କଥା କହି ସେ ଆଗକୁ ଗଲା। ମୁଁ ଆଶ୍ଚର୍ଯ୍ୟ ହୋଇଗଲି।ମୋ ମନରେ ଅଳ୍ପ ଭୟର ଆଶଙ୍କା ଜାତ ହେଲା।ଡ୍ରାଇଭରକୁ ମୁଁ ଫୋନ କଲି ଯେତେବେଳେ ସେ ଯାଉଛି ବୋଲି କହି ଫୋନ କାଟିଦେଲା।ମୁଁ ଶେଷରେ ଗୀତର ସାଉଣ୍ଡ ବଢ଼େଇଦେଇ ଶେଷରେ ଗୀତ ଶୁଣିବାରେ ଲାଗିଲି।

ଆଉ ଏବେ ମୁଁ ଭୟର ବାତାବରଣ ଭିତରେ ମନକୁ ବୁଝେଇବାପାଇଁ ଗୀତ ଶୁଣୁଥାଏ ସତ କିନ୍ତୁ ମୋ ହାର୍ଟ ବିଟର ଗତି ତୀବ୍ର ହୋଇ ଚାଲୁଥାଏ।ଅଚାନକ ଟ୍ରକର ହେଡ ଲାଇଟ ଆପେ ଆପେ ଜଳିଲା ଓ ଦେଖୁ ଦେଖୁ ଟ୍ରକର ହର୍ଣ୍ଣ ମଧ୍ୟ ଆପେ ଆପେ ବାଜିବରେ ଲାଗିଲା।ମୁଁ ଡରି ଡରି ସେମିତି ଟ୍ରକ ଭିତରେ ଆଉଜି ବସିଥାଏ।କିଛି ସମୟ ପରେ ଡ୍ରାଇଭର ଆସିଲା ଓ ଟ୍ରକ ଭିତରେ ଯାହାବି କିଛି ହଉଥିଲା ତାହା ଆପେ ଆପେ ବନ୍ଦ ହୋଇଗଲା।

ମୁଁ ଡ୍ରାଇଭରକୁ ସବୁ କଥା କହିଲି।କିଛି ସମୟ ପରେ ଡ୍ରାଇଭର ଯେତେବେଳେ ବସିଲା ତାକୁ କିଏ ଜଣେ ପଛ ଆଡୁ ପାଟି କରି ଡାକିଲା।ଡ୍ରାଇଭର ପୁଣିଥରେ ତଳକୁ ଓହ୍ଲାଇ ସେହି ଶବ୍ଦର ପିଛା କରି ତଳକୁ ଓହ୍ଲାଇଲା। ମୁଁ ସେଠାରେ କିଛି ସମୟ ଡ୍ରାଇଭରକୁ ଅପେକ୍ଷା କରିବା ପରେ ଦେଖିଲି ଡ୍ରାଇଭର ଆଉ ପୁନର୍ବାର ଫେରିଲାନି।ତେଣୁ ମୁଁ ଡ୍ରାଇଭରକୁ ଫୋନ ନକରି ସିଧା ଟ୍ରକ ଷ୍ଟାର୍ଟ କରି ସେଠାରୁ ସଙ୍ଗେ ସଙ୍ଗେ ଆଗକୁ ଆସିଲି।

କିଛି ବାଟ ଆସିଲା ପରେ ଦେଖିଲି ଡ୍ରାଇଭର ରୋଡ଼ ସାଇଡରେ ଦୌଡ଼ିବାରେ ଲାଗିଛି। ମୁଁ ଆଶ୍ଚର୍ଯ୍ୟ ହୋଇଗଲି କାରଣ ଡ୍ରାଇଭର ଟ୍ରକର ପଛକୁ ଯାଇଥିଲା ସେ ଆଗକୁ ଆସିଲା କିପରି।ମୁଁ ସଙ୍ଗେ ସଙ୍ଗେ ତା ସାଇଡକୁ ଟ୍ରକ ନେଇ ତାକୁ ଭିତରକୁ ଆଣିଲି।ଏହାପରେ ଡ୍ରାଇଭର ଗାଡିକୁ ନିଜ କଣ୍ଟ୍ରୋଲକୁ ନେଇ ବହୁତ ସ୍ପୀଡ଼ରେ ଚଳେଇବାକୁ ଲାଗିଲା।ସେ କହିଲା କିଛି ସମୟ ଚୁପ ରୁହ।ଆମେ ଏହାପରେ ଏହି କଥାର ଆଲୋଚନା କାହା ସାଙ୍ଗରେ ବି କରିନୁ।ତେବେ ଏହା ଏକ କାଳ୍ପନିକ ଗଳ୍ପ ଅଟେ,ଏହାର କୌଣସି ସତ୍ୟତା ନାହିଁ ଓ ଆମେ ଏଭଳି କଥା ରେ କୌଣସି ପ୍ରକାର ବିଶ୍ୱାସ ରଖୁ ନାହୁଁ

Leave a Reply

Your email address will not be published. Required fields are marked *