ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ ଏକ ଓଡ଼ିଆ ଭୁତ କାହାଣୀ ବିଷୟରେ ଜଣେଇବି।ସାଙ୍ଗମାନେ ରଘୁର ଡିଗ୍ରୀ ସରିବା ସହ ସେ ତାର ପାଖ ଗାଁର ତିନି ସାଙ୍ଗଙ୍କ ସହିତ ସହରକୁ ଚାକିରୀ କରିବାପାଇଁ ବାହାରିଥାଏ।ସେଦିନ ଥିଲା ଅମାବାସ୍ୟା କିନ୍ତୁ ହଠାତ ରଘୁର ମାଆଙ୍କ ଦେହ ବହୁତ ଖରାପ ହୋଇଗଲା।ସେ ଆଉ ସହରକୁ ଆସି ପାରିଲା ନାହିଁ।ତାର ସାଙ୍ଗମାନେ କହିଲେ କି ସେମାନେ ମାସେ ପରେ ଘର ଓ କାମ ତକ ଶେଷ କରି ତାକୁ ସହରକୁ ନେଇଯିବେ।
ତାହାପରେ ରଘୁର ସାଙ୍ଗମାନେ ଗାଁ ବସରେ ରଘୁର ସାଙ୍ଗମାନେ ସହର ଅଭିମୁଖେ ବାହାରି ପଡିଲେ।ଦୁର୍ଭାଗ୍ୟ ବଶତଃ ଦୁଇ ଦିନ ପରେ ରଘୁ ଖବର ପାଇଲା କି ସେହି ବସର ଦୁର୍ଘଟଣା ଘଟିଛି ଓ ତାର ସାଙ୍ଗମାନଙ୍କ କିଛି ଖବର ନାହିଁ।ଏମିତି ମାସେ ବିତିଗଲା ଠିକ ମାସେ ପରେ ରଘୁର ସାଙ୍ଗମାନଙ୍କ ଫୋନ ଆସିଲା।ସେମାନେ ଠିକ ଅଛନ୍ତି ଜାଣି ରଘୁ ଖୁସି ହେଲା
ସେମାନେ ତାକୁ ସେହି ଗାଁ ବସରେ ସହରକୁ ଡାକିଲେ।ରଘୁ ଆସିଲାବେଳେ ତା ମାଆ ତା ବ୍ୟାଗରେ ଜଗନ୍ନାଥଙ୍କ ନିର୍ମାଲ୍ୟ ଆଉ ଗଙ୍ଗାଜଳ ଦେଇଥିଲେ।ରଘୁ ତାର ସାଙ୍ଗମାନଙ୍କ ସହିତ ବାହାରିଲା।ବସରେ ପାଖାପାଖି ୨୦ ଜଣ ଲୋକ କଥା ହଉଥିବା ବେଳେ ଅନ୍ୟ ୩୦ ଜଣ ଚୁପ ବସିଥିଲେ।ରାତି ଖାଇବା ପାଇଁ ସବୁ ଲୋକ ଏକ ହୋଟେଲକୁ ଗଲେ।
ରଘୁ ଖାଇବାପାଇଁ ସାଙ୍ଗମାନଙ୍କୁ ଡାକିବାରୁ ସେମାନେ ଖାଇବାକୁ ମନାକଲେ।ରଘୁକୁ ଆଶ୍ଚର୍ଯ୍ୟ ଲାଗୁଥାଏ ଯେଉଁମାନେ ବସରେ ଚୁପ ଚାପ ଥିଲେ ହୋଟେଲରେ ବି ଚୁପ ଚାପ ଥିଲେ।ରଘୁ ଖାଇବା ମଝିରେ ହୋଟେଲ କର୍ମଚାରୀ ମାନଙ୍କ ଠାରୁ ଶୁଣିଲା ଏକ ବସ ଏହି ଘାଟିରେ ଦୁର୍ଘଟଣା ହୋଇ ନିଆଁ ଲାଗିଯାଇଥିଲା ଓ ସମସ୍ତ ଯାତ୍ରୀ ଜଳି ପୋଡି ମରିଯାଇଥିଲେ।
ହେଲେ ଆଜି ଅମାବାସ୍ୟା ରାତିରେ ସେହି ବସ ଭଳି ଏକ ବସ ଆସିଛି।ବୋଧେ ଗାଡି ମାଲିକର ଆଉ ଗୋଟେ ବସ ହୋଇଥିବ।ହଠାତ ରଘୁର ଧ୍ୟାନ ହୋଟେଲ ଆଇନା ଆଡ଼କୁ ଗଲା।ଦେଖିଲା ତାର ସାଙ୍ଗମାନେ ଯେଉଠରେ ବସିଛନ୍ତି ଆଇନାରେ ସେଠି ତିନୋଟି କଙ୍କାଳ ବସିଥିବାର ଦେଖା ଯାଉଚି।ସେ ଆଇନାକୁ ଘୁରାଇ ଦେଖିଲା ବସରେ ଥିବା ସମସ୍ତ ଯାତ୍ରୀ ଓ କର୍ମଚାରୀ ପ୍ରକୃତରେ ମଣିଷ ନୁହନ୍ତି
ବସ କଣ୍ଡକ୍ଟର ଡାକୁଥାନ୍ତି ଓ ରଘୁ କେମିତି ଅନ୍ୟ ଯାତ୍ରୀଙ୍କୁ ବଞ୍ଚାଇବ ସେକଥା ଭାବୁଥାଏ।ସେ ହଠାତ ତାର ମାଆ ଦେଇଥିବା ନିର୍ମାଲ୍ୟ ଓ ଗଙ୍ଗା ଜଳକୁ ହୋଟେଲ କର୍ମଚାରୀଙ୍କ ସହିତ ମିଶି ସେ ନିର୍ମାଲ୍ୟ ଓ ଗଙ୍ଗାଜଳ ସମସ୍ତିଙ୍କ ଉପରକୁ ଛିଞ୍ଚିବାରେ ଲାଗିଲା।ଭୁତ ମାନଙ୍କ ଉପରେ ପଡିଯିବାରୁ ସେମାନେ ବିକଟାଳ ଚିତ୍କାର କରି ପାଉଁଶ ହେଇଗଲେ।
ବସ ବିନା ଡ୍ରାଇଭରରେ ହୋଟେଲ ଆଡ଼କୁ ଗଡ଼ିବାକୁ ଲାଗିଲା।ରଘୁ ଓ ହୋଟେଲ କର୍ମଚାରୀ ସବୁ ଏକା ସାଙ୍ଗରେ ନିର୍ମାଲ୍ୟ ଓ ଗଙ୍ଗାଜଳ ବସ ଉପରକୁ ଛିଞ୍ଚିଲେ।ହୋଟେଲ ମାଲିକ ଜଗନ୍ନାଥ ପ୍ରଭୁଙ୍କ ମାଳ ବସ ଉପରକୁ ଫିଙ୍ଗି ଦେବାରୁ ବସଟି ଅଦୃଶ୍ୟ ହୋଇଯାଇଥିଲା।ତେବେ ଏହା କାଳ୍ପନିକ ଗପ ଅଟେ ଏହାକୁ ସତ ନ ଭାବିବା ପାଇଁ ଅନୁରୋଧ ଆମେ ଏହାକୁ ଜାହାନି ରୂପରେ ପ୍ରକାଶ କରୁଚୁ