ଆଇସିଉ ଭେଣ୍ଟିଲେଟରରେ ଜୀବନ ପାଇଁ ସଂଘର୍ଷ କରୁଛନ୍ତି ଓଡ଼ିଶାର ୧୩ ବର୍ଷର ପୁଅ Tushar Ranjan,ଓଡ଼ିଶାବାସୀ ତାଙ୍କୁ ସାହାଯ୍ୟ କରନ୍ତୁ ଦୟାକରି

Spread the love

ଇଏ ହେଉଛନ୍ତି ତୁଷାର ରଞ୍ଜନ ସା ,ବୟସ ୧୩ ବର୍ଷ ସେ ଘି ଶିଶୁମନ୍ଦିରରେ ୮ ମ ଶ୍ରେଣୀରେ ପାଠ ପଢୁଥିଲେ।ତାଙ୍କ ବାପା ଜଣେ ଖେଳ ଶିକ୍ଷକ ଅଟନ୍ତି,ବାପା ଗିରିସଙ୍କର ସେ ହେଉଛନ୍ତି ଏକମାତ୍ର ପୁଅ।ଘର ବରଗଡ଼ ବିଜେପୁର ଜୋଖିପାଲି ଗ୍ରାମରେ।ଘରେ ସବୁକିଛି ଖୁସିରେ ଚାଲିଥିଲା ଓ ପରିବାରରେ ଖୁସିଥିଲା, ବାପାଙ୍କ ସହ ପ୍ରତିଦିନ ସ୍କୁଲ ଯାଉଥିଲେ ତୁଷାର ଏହା ସହ ସେ ଭଲ ପାଠ ମଧ୍ୟ ପଢୁଥିଲେ।ସବୁ କିଛି ଖୁସିରେ ଠିକ ଚାଲିଥିଲା ହେବେ ହଠାତ ତାଙ୍କୁ ଗତ ୨ ତାରିଖ ଦିନ ଜ୍ଵର ହୋଇଥିଲା।

ବିତିଥିବା ଦୁଇ ତିନିଦିନ ମଧ୍ୟରେ ସ୍ୱାସ୍ଥ୍ୟ ଭଲ ହେବା ପରିବର୍ତେ ଦିନକୁ ଦିନ ଖରାପ ହେବାରେ ଲାଗିଥିଲା ତାଙ୍କ ସ୍ୱାସ୍ଥ୍ୟ ଓ ସେ ଗୁରୁତର ହୋଇପଡିଥିଲେ।ଏହା ପରେ ଗତ ୫ ତାରିଖ ଦିନ ତାଙ୍କୁ ବୁଲା ମେଡିକାଲରେ ଭର୍ତି କରାଯାଇଥିଲା ଯେଉଁଠି ଜଣାପଡିଥିଲା ତୁଷାରଙ୍କର ଅକ୍ସିଜେନ ଲେବୁଲ ୮୦ ତଳକୁ ଖସିଆସିଛି।ଯାହା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡିଥିଲେ କାରଣ ସାଧାରଣ ଜ୍ଵରରେ ଅକ୍ସିଜେନ ଲେବୁଲ ଏତେ କମିଯିବ ଓ।

ତୁଷାର ଗୁରୁତର ହୋଇଯିବେ ବୋଲି କେହି ଭାବିନଥିଲେ।ବୁଲା ମେଡିକାଲରେ ଚିକିତ୍ସାର ଭଲ ସୁବିଧା ନଥିବାରୁ ତାଙ୍କୁ ୬ ତାରିଖ ଦିନ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଗଲା।କଟକ ବଡ଼ ମେଡିକାଲରେ ଆଇସିୟୁ ଭେଣ୍ଟିଲେଟର ନମିଳିବା ଦ୍ଵାରା ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲକୁ ନିଆଗଲା।ସେଠାରେ ହୋଇଥିବା ସିଟିସ୍କାନର ରିପୋର୍ଟ ଅନୁସାରେ ତୁଷାରଙ୍କର ଫୁସଫୁସ ୭୨% ନଷ୍ଟହୋଇଯାଇଛି।

ଫୁସଫୁସ ଏଭଳି ନଷ୍ଟହୋଇଯିବା ଦେଖି ଡାକ୍ତରଙ୍କ ଠୁ ଆରମ୍ଭ କରି ପରିବାର ଲୋକେ ପ୍ରଥମେ ଆଶଙ୍କା କରିଥିଲେକି ତୁଷାର କରୋନାରେ ଆକ୍ରାନ୍ତ ହୋଇଛନ୍ତି କିନ୍ତୁ କୋଭିଡ-୧୯ ରିପୋର୍ଟ ନେଗେଟିଭ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।ତୁଷାର କରୋନାରେ ଆକ୍ରାନ୍ତ ନହୋଇ ମଧ୍ୟ ତାଙ୍କ ଫୁସଫୁସ ୭୨ ପ୍ରତିଶତ କିପରି ନଷ୍ଟ ହେଲା ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ।

ଏହା ପରେ ଜଣାପଡିଥିଲା ଗୋଟେ ବିଷାକ୍ତ ପୋକ କାମୁଡିବାରୁ ତୁଷାର ଆଜି ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି।ଡାକ୍ତରଙ୍କ କହିବା ଅନୁସାରେ ଗାଈ ଗୋରୁଙ୍କ ଦେହରେ ଲାଗୁଥିବା ଟିଙ୍କଭଳି ଏକ ବିଷାକ୍ତ ପୋକ କାମୁଡିବା ଦ୍ଵାରା ତାଙ୍କ ଶରୀରର ରକ୍ତ ବିଶୁଦ୍ଧ ହୋଇ ତାଙ୍କ ଫୁସଫୁସ ୭୨% ନଷ୍ଟ ହୋଇଯାଇଛି।ତୁଷାରଙ୍କ ଅକ୍ସିଜେନ ମାତ୍ରା ବଢ଼ାଇବା ପାଇଁ ଲାଗିଛନ୍ତି ଡାକ୍ତର କିନ୍ତୁ ଏବେ ପର୍ଯ୍ୟନ୍ତ କୌଣସି ଉପକାର ମିଳିପାରି ନାହିଁ

ଅନେ ଅତ୍ୟାଧୂନିକ ଚିକିତ୍ସା ପାଇଁ ୭-୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଓ ଆଗାମୀ ୨-୪ ଦିନ ବହୁତ ଗୁରୁତ୍ୱପୂର୍ଣ୍ଣ।ସେପଟେ ତୁଷାରଙ୍କ ବାପା ଗତ ୨ ଦିନ ମଧ୍ୟରେ ଦେଢ଼ ରୁ ଦୁଇ ଲକ୍ଷ ଟଙ୍କା ତୁଷାରଙ୍କ ଚିକିତ୍ସାରେ ଖର୍ଚ୍ଚ କରିସାରିଲେଣି।ସେଥିପାଇଁ ଏବେ ତାଙ୍କ ବାପା ତୁଷାରଙ୍କୁ ବଞ୍ଚାଇବା ପାଇଁ ସରକାରଠୁ ଆରମ୍ଭ କରି ବନ୍ଧୁ ବାନ୍ଧବ ସମସ୍ତଙ୍କୁ ଗୁହାରି କରିସାରିଛନ୍ତି।

କିନ୍ତୁ ଏତେ ଟଙ୍କା ସଂଗ୍ରହ କରିପାରୁନାହାନ୍ତି ଶେଷରେ ବାଧ୍ୟହୋଇ ଓଡିଶା ବାସୀଙ୍କୁ ତାଙ୍କ ପୁଅର ଜୀବନ ବଞ୍ଚାଇବା ପାଇଁ ଅନୁରୋଧ କରିଛନ୍ତି।ଯଦି କୌଣସି ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଫୋନ ପେ , ଗୁଗୁଲ ପେ ବା ଡାଇରେକ୍ଟ ବ୍ୟାଙ୍କକୁ ପଇସା ପଠେଇପାରିବେ।ତାଙ୍କ ଫୋନ ପେ, ଗୁଗୁଲ ପେ ନମ୍ବର:୭୭୫୦୮୯୭୪୫୩ଆକାଉଣ୍ଟ ନମ୍ବର-୩୦୫୪୧୭୪୦୬୫୦ ଆଇଏଫସି କୋଡ଼-SBIN0018479

Leave a Reply

Your email address will not be published. Required fields are marked *