ଜଣେ ମା ନିଜ ବର୍ଷକର ଛୁଆ କୁ ଭଙ୍ଗା ଘରେ (OLD HOME) ଛାଡି ଦେଇ ଚାଲିଗଲା – ଆଉ ଯେବେ ଫେରିଲା ୧୦ ବର୍ଷ ପରେ ଯାହା ହେଲା ଜାଣିଲେ କାନ୍ଦି ପକେଇବେ ଆପଣ

Spread the love

ଗୋଟେ ଛୋଟ ଛୁଆ ଜନ୍ମ ହେବାପରେ ତାକୁ କେବଳ ତାକୁ ତା ମାଆର ଲଲନ ପାଳନର ଅଵଶ୍ୟକତା ଥାଏ।ପ୍ରକୃତରେ ଏକ ମାଆ ମଧ୍ୟ ନିଜ ସନ୍ତାନକୁ ଗୋଟିଏ ମୁହୂର୍ତ୍ତ ମଧ୍ୟ ନ ଦେଖି ରହି ପାରେ ନାହିଁ।କିନ୍ତୁ ସବୁ ସନ୍ତାନର ଭାଗ୍ୟ ଏକାଭଳି ନୁହେଁ।ସବୁ ଛୁଆଙ୍କୁ ନିଜ ମାଆର ଭଲ ପାଇବା ମିଳେ ନାହିଁ।ଆଜି ଆମେ ସେହିପରି ଏକ ଛୋଟ ଛୁଆର କାହାଣୀ ବିଷୟରେ ଜାଣିବା।ଏପରି ଏକ ମାଆ ଯିଏ ନିଜର କୁନି ସନ୍ତାନକୁ ଏକ ବିରଳ ଜାଗାରେ ଥିବା ବନ୍ଦ ଘରେ ଏକୁଟିଆ ଛାଡି ଚାଲିଗଲା।ତାହା ପରେ ଯାହା ହେଲା ସବୁ ମାଆ ମାନଙ୍କ ଆଖିରୁ ଲୁହ ଝରିଯିବ।

ଋଷିଆର ୟେସଲାମ ସହରର ଲୋକ ମାନେ ଏହି ଘଟଣାକୁ କେବେହେଲେ ଭୁଲି ପାରିବେ ନାହିଁ।କାରଣ ଏହି ଘଟଣାକୁ ଶୁଣିଲେ ଆଜିବି ସେମାନଙ୍କ ଲୋମ ଟାଙ୍କୁରି ଯାଏ।ତେବେ ଆଜି ଆମେ ସେହି କାହାଣୀ ବିଷୟରେ ଜାଣିବା।ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

କାହାଣୀ ଆରମ୍ଭ ହୁଏ ଏକ ମାଆ ତାର କୁନି ଝିଅକୁ ଯାହାର ବୟସ ମାତ୍ର ଏକ ବର୍ଷରୁ ମଧ୍ୟ କମ ତାକୁ ଏକ ସୁନସାନ ଇଲାକାରେ ଥିବା ଏକ ଭଙ୍ଗା ଘରେ ଏକୁଟିଆ ଛାଡିଦେଇ ଚାଲିଗଲା।ଦଶ ବର୍ଷପରେ ସେଜେବେ ଫେରିଲା ତାକୁ ସେଠାରେ ଯାହା ମିଳିଲା ସେ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା।ଏକ ଦିନ ଜଣେ ବ୍ୟକ୍ତି ସେହି ବନ୍ଦ ଥିବା ଘର ଦେଇ ସେହି ବାଟରେ ଯାଉଥିଲା।ତାକୁ ସେହି ଘର ମଧ୍ୟରୁ ଏକ କୁନି ଛୁଆର କାନ୍ଦିବାର ଶବ୍ଦ ଶୁଣାଗଲା।

ସେ ଏହାକୁ ଗୁରୁତ୍ୱ ନଦେଇ ତାର କାମକୁ ଚାଲିଗଲା।ଏହାପରେ ତାକୁ ଦୁଇ ତିନି ଥର ସେହି ଛୁଆର କାନ୍ଦିବାର ଶବ୍ଦ ଶୁଣାଗଲା।ଜେବେବି ସେ ସେହି ଘର ପାଖର ରାସ୍ତା ଦେଇ ଯିବା ଆସିବା କରେ ତାକୁ ସେହି ଛୁଆର କାନ୍ଦିବାର ଶବ୍ଦ ଶୁଣାଯାଏ।ତାକୁ ଏହା ଆଶ୍ଚର୍ଯ୍ୟ ଲାଗୁଥିଲା ନା ସେ କାହାକୁ ସେହି ଘରୁ ଆସିବାର ଦେଖିଚି ନା ଯିବାର ଦେଖିଚି।ଏହାପରେ ସେ ସେହି ଛୁଆର ଚିନ୍ତା କରି ତୁରନ୍ତ ପୋଲିସକୁ ଜଣାଇ ଦେଲା।

ହେଲେ ଦୁର୍ଭାଗ୍ୟ ବଶତଃ ପୋଲିସକୁ ସେଠାରେ କିଛି ମିଳିଲା ନାହିଁ।ପୋଲିସ ଯେତେବେଳେ ସେହି ଘରର ଆଉ ଭିତରକୁ ଗଲେ ସେ ଯାହା ଦେଖିଲେ ତାଙ୍କ ହୃଦୟ ଥରି ଉଠିଲା।ସେମାନେ ଦେଖିଲେ ଭୂମିରେ ଧୂଳି ଧୂସର ହୋଇ ଏକ କୁନି ଛୁଆଟିଏ ସୋଇଛି।ଏହା ମଧ୍ୟ ଜଣାପଡିଲା ସେହି ଛୁଆଟି ୬ ଦିନ ହେବ କିଛି ଖାଇନି।ଏହା ଭଗବାନଙ୍କ ଚମତ୍କାର ଠାରୁ କମ ନୁହଁ।ଯେ ସେହି କୁନି ଛୁଆଟି ଏତେଦିନ ନଖାଇ ବଞ୍ଚିଛି।

ଏହାର ଛାନ ବିନ ପରେ ପୋଲିସ ସେହି ଛୁଆ ବିଷୟରେ ଜାଣିପାରିଲା।ସେହି ଛୁଆର ନାମ ଲିଜା ଛାୟା।ହେଲେ ତାର ମାଆ ବାପାଙ୍କ ବିଷୟରେ ଜଣାପଡିଲା ନାହିଁ।ଏବଂ ତାହାର ଅବସ୍ଥା ବହୁତ ଖରାପ ଥିଲା।ଏଥିପାଇଁ ତାକୁ କିଛି ଦିନ ଡକ୍ଟରଖାନାରେ ରଖା ଗଲା।ସେହି ହସ୍ପିଟାଲକୁ ଜଣେ ମହିଳା ତାଙ୍କ ପୁଅର ଚିକିତ୍ସା ପାଇଁ ସେଠାକୁ ଆସିଥିଲେ।ହେଲେ ସେହି ସମୟରେ ସେହି ମହିଳାଙ୍କୁ ପାଖ ରୁମରୁ ଏକ ଛୁଆର କାନ୍ଦିବାର ଶବ୍ଦ ଆସିଲା।

ଯେତେବେଳେ ସେହି ମହିଳା ନର୍ସକୁ ଏହି କଥା ପଚାରିଲେ।ତାହାପରେ ନର୍ସ ସବୁ କଥା କହିଲେ।ସବୁ କଥା ଜାଣିସାରିବା ପରେ ସେହି ମହିଳା ବହୁତ ଦୁଃଖ ପ୍ରକାଶ କଲେ ଏବଂ ସେହି କୁନି ଝିଅକୁ ପାଳିବାକୁ ନିଷ୍ପତ୍ତି ନେଲେ।ସେ ସବୁ ଦିନ ତା ପାଇଁ ଖେଳନା ଏବଂ ଡ୍ରେସ ଅଣନ୍ତି।କିଛି ଦିନ ପରେ ସେ ଜାଣିବାକୁ ପାଇଲେ ତାହାକୁ ଏକ ଅନାଥ ଆଶ୍ରମକୁ ପଠାଇଦିଆ ଯାଇଛି।ହେଲେ ସେ ସେହି କୁନି ଝିଅକୁ ବହୁତ ଭଲ ପାଉଥିଲେ।

ଏଥିପାଇଁ ସେ ତାକୁ ଅନାଥ ଆଶ୍ରମରୁ ତାକୁ ଆଣିଦେଲେ।ତାକୁ ଆଇନ ଅନୁସାରେ ନିଜର ସନ୍ତାନ କରିଲେ।ତାକୁ ସେତିକି ଭଲ ପାଇଲେ ଯେତିକି ସେ ନିଜର ପୁଅକୁ କରୁଛନ୍ତି।ସେ ଜେବେ ବଡ଼ ହେଲା ତାକୁ ଚାଳିବାରେ ବହୁତ କଷ୍ଟ ହେଉଥିଲା।ଏଥିପାଇଁ ତାକୁ ଏକ ଡ୍ୟାନ୍ସ ସ୍କୁଲରେ ଭର୍ତ୍ତି କରିଲେ।ଏହାପରେ ବହୁତ ଜଲ୍ଦି ସେ ନିଜ ଗୋଡ଼ରେ ଚାଲିବାକୁ ଲାଗିଲା।

ତାର ଶରୀରର ରଙ୍ଗ ଶ୍ୟାମଳ ଥିଲା ଏଥିପାଇଁ ତାକୁ ସ୍କୁଲରେ ସମସ୍ତେ ତାକୁ ଚିଡାଉଥିଲେ।ତାକୁ ମହିଳା ଜଣଙ୍କ ବୁଝାଇଲେ ଅନ୍ୟର କଥାରେ ଧ୍ୟାନ ନ ଦେବାକୁ।ଆଜି ଲିଜା ଜଣେ ନାବାଳିକା।ଏବଂ ସେ ଏକ ପ୍ରସିଦ୍ଧ ମଡେଲ ଅଟନ୍ତି।ସେ ବଡ଼ ବଡ଼ କମ୍ପାନୀ ସହିତ କାମ କରନ୍ତି।ଏହାର ଖବର ଯେବେ ତାର ପ୍ରକୃତ ମାଆ ନ୍ୟୁଜରେ ଶୁଣିଲେ ସେ ତୁରନ୍ତ ଲିଜା ସହ ସମ୍ପର୍କ କରିବାକୁ ଚେଷ୍ଟା କରିଲେ।କିନ୍ତୁ ଲିଜା ଆଜି ତାର ପ୍ରକୃତ ମାଆର ଚେହେରାକୁ ଦେଖିବାକୁ ଚାହୁଁନି।

Leave a Reply

Your email address will not be published. Required fields are marked *