ଓଡ଼ିଆ ସିରିଏଲ ଅଭିନେତ୍ରୀ ରୁଦ୍ରୀ ଜସମିନଙ୍କ ପରିବାର ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ – ତାଙ୍କ ମା ଓ ଭାଇ ଙ୍କୁ ଏବେ ଦେଖନ୍ତୁ ଆପଣ ଜାଣିପାରିବେ..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ବିଶେଷ ଖବର ବିଷୟରେ।ତେବେ ସମ୍ପୁର୍ଣ୍ଣ ଖବର ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର।ଆପଣ ମାନେ ନିଶ୍ଚିତ ଭାବରେ ମାୟା ଧାରାବାହିକ ଦେଖିଥିବେ ଏବଂ ମାୟା ଧାରାବାହିକରେ ଅଭିନୟ କରିଥିବା ରୁଦ୍ରୀଙ୍କୁ ତ ନିଶ୍ଚୟ ଭାବରେ ଜାଣିଥିବେ।ଲିଡ଼ ନାୟିକା ଭାବରେ ବେଶ ଖୁସି ଚାହୁଁଛନ୍ତି ରୁଦ୍ରୀ।ଲୋକ ମାନେ ମଧ୍ୟ ବହୁତ ପସନ୍ଦ କରୁଛନ୍ତି ତାଙ୍କ ଅଭିନୟକୁ।କାରଣ ତାଙ୍କ ଅଭିନୟ ଏତେ ମନ ମୁଗ୍ଧକର ଥାଏଯେ ଦର୍ଶକ ମାନଙ୍କ ହୃଦୟରେ ତାହା ଏକ ଅଲଗା ସ୍ଥାନ ସୃଷ୍ଟି କରିପାରିଥାଏ।

ଏପରି କହିବାକୁ ଗଲେ ରୁଦ୍ରୀଙ୍କ ଫ୍ୟାନ ବେଶ କାହିଁକି କମ?ଜି ସାର୍ଥକର ଏକ ଧାରାବହିକରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ ହିରୋଇନର ସାନ ଭଉଣୀ ଭୂମିକାରେ।ଏହା ପରେ ସେ ମାୟା ଧାରାବାହିକରେ ସାଜିଗଲେ ହିରୋଇନ।ଏବଂ ଏହା ସହିତ ନିଜର ଅଭିନୟ ବଳରେ ଲୋକଙ୍କର ଖୁବ ଭଲ ପାଇବା ସାଉଁଟିଥିଲେ।ଏବେ ରୁଦ୍ରୀ ଜସମିନ ତାଙ୍କର ଯୁକ୍ତ ଦୁଇ ବିଜ୍ଞାନର ଦ୍ୱିତୀୟ ବର୍ଷରେ ପାଦ ଦେଇଛନ୍ତି।ଜସମିନ ଏବେ ଯୁକ୍ତ ଦୁଇ ବିଜ୍ଞାନ ପଢୁଛନ୍ତି।ଏବଂ ସେ ଭୁବନେଶ୍ୱରରୁ ହିଁ ସୁଟିଙ୍ଗ ସେଟକୁ ଯାଆନ୍ତି।

ଜସମିନ ତାଙ୍କ ପରିବାରରେ ଗୋଟେ ବଡ଼ ଝିଅ ଏବଂ ତାଙ୍କ ତଳେ ଦୁଇ ଭାଇ ଅଛନ୍ତି।ସେଥିପାଇଁ ଜସମିନ ଟିକେ ଲାଡ଼ଲି।ଏବଂ ତାଙ୍କ ବାପା ମାଆ ଜସମିନଙ୍କୁ ବହୁତ ଭଲ ପାଆନ୍ତି।କାରଣ ଜସମିନ ତାଙ୍କ ଘରେ ଗୋଟିଏ ଝିଅ।ଏଥିପାଇଁ ତାଙ୍କୁ ପରିବାରରେ ଅଧିକ ଆଦର କରାଯାଇଥାଏ ଏବଂ ଭଲ ପାଇବା ଦିଆଯାଇ ଥାଏ।ଜସମିନ ଏହା ମଧ୍ୟ କହିଛନ୍ତି ତାଙ୍କ ମାମୁ ଘରେ କୌଣସି ପୁଅ ନଥିବାରୁ ତାଙ୍କ ମାମୁ ଘରେ ମଧ୍ୟ ବହୁତ ଭଲ ପାଆନ୍ତି ବୋଲି ସେ ଏକ ଇଣ୍ଟରଭିଉରେ କହିଥିଲେ।

ଏହା ସହିତ ଜସମିନଙ୍କ ଓଡିଶୀ ନୃତ୍ୟ ପ୍ରତି ଛୋଟ ବେଳୁ ରୁଚି ଥିଲା।ସେ ଓଡିଶୀରେ ନୃତ୍ୟ କରନ୍ତି ଏବଂ ଏହା ସହିତ ସେ ଅଭିନୟ ଜଗତକୁ ଆସିବା ପାଇଁ ମଧ୍ୟ ସୁଯୋଗ ଖୋଜୁଥିଲେ।ପ୍ରଥମେ ଜି ସାର୍ଥକରେ ସରଗମ ଧାରାବାହିକ ରେ ତାଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିଲା।

ଏହାପରେ ତାରଙ୍ଗ ଟିଭିରେ ହେଉଥିବା ମାୟା ଧାରାବାହିକରେ ସେ ଇଣ୍ଟରଭିଉ ଦେଇ ପ୍ରବେଶ କରିଥିଲେ ଲିଡ଼ ନାୟିକା ଭାବରେ।କମ ସମୟ ମଧ୍ୟରେ ସେ ପାଲଟି ଗଲେ ଷ୍ଟାର।ଜସମିନ ଏବେ ବହୁତ ଖୁସି ଅଛନ୍ତି କାରଣ ସେ କମ ବୟସରେ ଷ୍ଟାର ପାଲଟିଯାଇଛନ୍ତି।

ତାଙ୍କର ଭବିଷ୍ୟତରେ ମଧ୍ୟ କିଛି ବଡ଼ କରିବାକୁ ଆଶା ଅଛି।ମାୟା ଧାରାବାହିକରେ ତାଙ୍କର ଆକ୍ଟିଙ୍ଗ ଲୋକଙ୍କୁ ବହୁତ ପସନ୍ଦ ଅସିଛି।ଏଥିରେ ଜସମିନଙ୍କ କ୍ୟାରେକ୍ଟରକୁ ସେ ବହୁତ ଭଲ ଭାବରେ ନିଭାଇ ଛନ୍ତି ଏବଂ ତାଙ୍କର ଇନୋସେଣ୍ଟ ଲୂକ ତାଙ୍କ ଅଭିନୟରେ ଚାରଚାନ୍ଦ ଲଗାଇଦେଇଛି।

Leave a Reply

Your email address will not be published. Required fields are marked *