ଓଡ଼ିଆ Jatra ଜଗତର ହିରୋଇନ Rinky ପଇସା ନଥିବାରୁ କେବେ ପରିବା ବିକି ଜୀବନ କାଟୁଥିଲେ ଆଉ ସବ୍ୟ ସାହାଯ୍ୟ କରିବା ପରେ ଏପରି ପୁଣି ବଦଳିଗଲା ତାଙ୍କ ଜୀବନ

Spread the love

ଏହି ମହାମାରୀ ସମୟରେ ଅନେକ ଲୋକ ସେମାନଙ୍କର ଜୀବିକା ସମ୍ପୂର୍ଣ୍ଣ ଭାବରେ ହରାଇ ସାରିଲେଣି।ଏହା ସହିତ ଏହି ମହାମାରୀ ସମୟରେ ଅନେକ ଲୋକ ସେମାନଙ୍କର ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇ ସାରିଲେଣି।ତେବେ ଏହି ମହାମାରୀ କେବଳ ଯେ ଛୋଟ ଛୋଟ ବେପାରୀ କିମ୍ବା ଅନ୍ୟ କୌଣସି ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇଛି ତାହା ନୁହେଁ ଏହା ଅନେକ ବଡ଼ ବଡ଼ କଳାକାର ମାନଙ୍କ ଉପରେ ମଧୁ ପ୍ରଭାବ ପକାଇଛି।ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତ୍ରୀ ରିଙ୍କି।

ଏହି ଅଭିନେତ୍ରୀ ଜଣଙ୍କ ଯାତ୍ରା ଦୁନିଆରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରନ୍ତି।ଏହା ସହିତ ସେ ଓଡ଼ିଆ ଯାତ୍ରା ଜଗତର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ତାଙ୍କର ଅଭିନୟ ବାସ୍ତବରେ ଅନେକ ଆକର୍ଷଣୀୟ ହୋଇଥାଏ।ଏହା ସହିତ ସେ ଜଣେ ଏପରି ଅଭିନେତ୍ରୀ ଯିଏକି ନିଜର ଅଭିନୟ ଦ୍ୱାରା ଅନେକ ଲୋକଙ୍କ ପ୍ରିୟ ଅଭିନେତ୍ରୀ ହୋଇ ପାରିଥିଲେ।ତେବେ ତାଙ୍କ ପ୍ରକୁତ ନାମ ପ୍ରତିଭା ମହାରଣା ଅଟେ ଓ ସେ ଅନେକ ସୁପରହିଟ ଯାତ୍ରା ରେ ଅଭିନୟ କରିଛନ୍ତି

ଏହା ସହିତ ତାଙ୍କର ଅଭିନୟ ବାସ୍ତବରେ ଅନେକ ଆକର୍ଷଣୀୟ ହୋଇଥାଏ।ଏହା ସହିତ ସେ ଯାତ୍ରା ଜଗତରେ ଜଣେ ଆଗ ଧାଡ଼ିର ଅଭିନେତ୍ରୀ।ତେବେ ଏହି ଅଭିନେତ୍ରୀ ନିଜର ଅଭିନୟ ଦ୍ୱାରା ନିଜର ଯେଉଁ ପ୍ରତିଷ୍ଠା ସୃଷ୍ଟି କରିଥିଲେ ତାହା ଏହି ମହାମାରୀ ସମୟରେ କୌଣସି କାର୍ଯ୍ୟରେ ଲାଗି ନାହିଁ।କାରଣ ଏହି ମହାମାରୀ ସମୟରେ ସରକାରଙ୍କ କଟକଣା ଯୋଗୁଁ ସମସ୍ତ ଜାଗାରେ ଯାତ୍ରା ବନ୍ଦ ହୋଇ ଯାଇଛି।

ଯାହା ଫଳରେ ବର୍ତ୍ତମାନ ଏହି ଯାତ୍ରା ଅଭିନେତ୍ରୀ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।ତାଙ୍କ ପାଖରୁ ତାଙ୍କର ସମସ୍ତ ସଞ୍ଚିତ ଅର୍ଥ ସମାପ୍ତ ହୋଇଯିବା ସହିତ ସେ ଆଜି ସମ୍ପୂର୍ଣ୍ଣ ଭାବରେ ଅସହାୟ ହୋଇ ପଡ଼ିଛନ୍ତି।ତେବେ ତାଙ୍କର ଏହି ଭଳି ପରିସ୍ଥିତି ସମ୍ପର୍କରେ ସେ ଅଭିନେତା ସବ୍ୟସାଚୀଙ୍କୁ ଅବଗତ କରିଥିଲେ।ଏହା ସହିତ ସେ ତାଙ୍କ ପାଖରୁ କିଛି ସାହାଯ୍ୟ କାମନା କରିଥିଲେ।

ଏହା ଫଳରେ ସେ ତାଙ୍କ ପାଖରୁ କିଛି ସାହାଯ୍ୟ ମଧ୍ୟ ପାଇବାରେ ସଫଳ ହୋଇଥିଲେ।ତେବେ ସେ ନିଜର ଅଭିନୟ ଦ୍ୱାରା ନିଜର ଯେଉଁ ପ୍ରତିଷ୍ଠା ସୃଷ୍ଟି କରିଥିଲେ ଏବେ ଏହା ସମ୍ପୂର୍ଣ୍ଣ ବେକାର ହୋଇ ଯାଇଛି।ତେବେ ତାଙ୍କର ଏହି ଅସୁବିଧା ସମୟରେ କେହି ତାଙ୍କୁ କୌଣସି ସାହାଯ୍ୟ ଦେଇ ନଥିଲେ ଯାହା ଫଳରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଅସୁବିଧାରେ ଥିଲେ।

ଶେଷରେ ସେ ଏକ ପରିବା ଦୋକାନ କରି ନିଜର ପରିବାର ଚଳାଇବା ପାଇଁ ଚିନ୍ତା କରିଥିଲେ ତେବେ ଏହା ମଧ୍ୟ ତାଙ୍କୁ ଅଧିକ ସାହାଯ୍ୟ କରି ପାରି ନଥିଲା।ଶେଷରେ ସେ ବର୍ତ୍ତମାନ ନିଜର ଗାଁକୁ ଫେରିଯିବାକୁ ଚିନ୍ତା କରିଥିଲେ କିନ୍ତୁ ତାଙ୍କର ଗ୍ରାମରେ ତାଙ୍କର କୌଣସି ଘର ନଥିବାରୁ ସେ ସେଠାରେ ଯାଇ କିପରି ରହିବେ ଏହା ଚିନ୍ତା କରି ସେ ଅନେକ ଅସୁବିଧାରେ ଅଛନ୍ତି ବୋଲି ସବ୍ୟସାଚୀଙ୍କୁ ଜଣାଇଥିଲେ।

ଏହାପରେ ସବ୍ୟସାଚୀ ତାଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢାଇଥିଲେ।ତେବେ ଆଗକୁ ସବୁକିଛି ଠିକ ହୋଇଯିବ ବୋଲି ସବ୍ୟସାଚୀ ତାଙ୍କୁ ଶାନ୍ତ୍ବନା ଦେଇଥିଲେ।ତେବେ ସବ୍ୟ ଏପରି କିଛି ଲେଖିଥିଲେ ରିଙ୍କି, ମୋ କ୍ୟାରିଅର ଆରମ୍ଭ ସମୟରେ ଗୋଟେ ଆଲବମ୍ ଗୀତ ରେ ମୋର ହିରୋଇନ୍ ଥିଲେ। ବର୍ତ୍ତମାନ ଯାତ୍ରା ଜଗତର ପାର୍ଶ୍ଵ ଅଭିନେତ୍ରୀ ଭାବେ କାମ କରୁଛନ୍ତି। ସମସ୍ତଙ୍କ ପରି ତାଙ୍କ ଜୀବନ ମଧ୍ୟ ଲକ୍ ଡାଉନ୍ ପରେ ବଦଳି ଯାଇଛି।ଏହାପରେ ସେ ତାଙ୍କୁ ସାହାଯ୍ୟ ର ହାତ ବଢ଼େଇ ଥିଲେ

ତେବେ ବର୍ତମାନ ସମୟ ରେ ରିଙ୍କି ତରଙ୍ଗ ରେ ଏକ ସିରିଏଲ ରେ କାମ କରୁଛନ୍ତି ଓ ତାଙ୍କ ବର୍ତମାନ ଅବସ୍ଥା ସୁଧୁରି ଯାଇଛି ଓ ସେ ନୂଆ କାମ ପାଇବା ପରେ ଖୁବ ଖୁସି ହେଇଛନ୍ତି ତେବେ ସୋସିଆଲ ମିଡ଼ିଆ ଓ ମିଡ଼ିଆ ର ଏଭଳି ତାଙ୍କୁ ସହଯୋଗ ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ

 

Leave a Reply

Your email address will not be published. Required fields are marked *