ସାଙ୍ଗମାନେ ପୂଜା ପଣ୍ଡାଙ୍କୁ ଯେତେବେଳେ ତାଙ୍କ ବିଷୟରେ ପଚରା ଗଲା ସେ କହିଲେ କି ସେ ଆଗରୁ ଜଣେ ଡ୍ୟାନ୍ସର ଥିଲେ।ସେ ତୁଳସୀ ଗଣନାଟ୍ୟରେ ପ୍ରଥମେ ଅଭିନୟ କରୁଥିଲେ।ସେ କହିଲେ ଏହି କରୋନା ଦ୍ବାରା ସେମାନେ ବହୁତ ଅସୁବିଧାରେ ପଡିଲେ।ସେ କୋଣାର୍କ ଗଣନାଟ୍ୟରେ କମେଡି କରୁଥିଲେ।ସେ କହିଲେ କି ଲୋକମାନେ ବାହାରେ ପଇସା ଦେଇ ନାଚ ଶିଖୁଛନ୍ତି କିନ୍ତୁ ଆମେ ପଇସା ନେଇ ନାଚ ଶିଖୁଚୁ।ପୂଜା ପଣ୍ଡା ବ୍ରାହ୍ମଣ ହେତୁ ତାଙ୍କୁ ନାଚିବା ପାଇଁ ତାଙ୍କ ଘରେ ଛାଡନ୍ତି ନାହିଁ।
ସେ କୁହନ୍ତି କି ତାଙ୍କ ଘରେ କଳାକାର ଲାଇନକୁ କେହି ପସନ୍ଦ କରନ୍ତି ନାହିଁ।ତାଙ୍କର ପାଠ ପଢ଼ିବା ପାଇଁ ମୂଳରୁ ବି ଇଚ୍ଛା ନଥିଲା।ଅଷ୍ଟମ ଶ୍ରେଣୀରୁ ପାଠ ପଢା ଛାଡ଼ିବା କଥା ଭାବିଥିଲେ।ସେ କୁହନ୍ତି କି ବାପା ମାଆଙ୍କ ଭୟରେ ଯୁକ୍ତ ୨ ପର୍ଯ୍ୟନ୍ତ ପାଠ ପଢିଲି।ଏହାପରେ ସେ ଯେବେ ଯାତ୍ରା ଦେଖିଲେ ତାଙ୍କୁ ତାହା ଭଲ ଲାଗିଲା।ସେତେବେଳେ ତାଙ୍କ ଆର୍ଥିକ ପରିସ୍ଥିତି ମଧ୍ୟ ଖରାପ ପଡ଼ିଗଲା।
ବାପା ମାଆଙ୍କ ଦୁର୍ଘଟଣା ହେବା ପରେ ମୋ ଦୁଇ ଭଉଣୀଙ୍କ ଦାୟିତ୍ଵ ମୋ ଉପରେ ରହିଲା।ତାଙ୍କ ବାପା ଛୋଟା ହୋଇ ଯାଇଥିଲେ।କିଛି କାମ କରିପାରୁ ନଥିଲେ।ସେ କହିଲେ କି ତାଙ୍କୁ ପ୍ରଥମ ଦରମା ମିଳିଥିଲା ୫୦ ହଜାର।ତାହା ସେତେବେଳେ ତାଙ୍କ ପାଇଁ ବହୁତ ଥିଲା।ସେ କହିଲେ କି ମୁଁ ୩୦ ହଜାର ଟଙ୍କା ନେଇ ମାଙ୍କୁ ଦେଲି ତ ମା ଖୁସି ହେଲେ।
କିନ୍ତୁ ତାଙ୍କ ବାପା ପ୍ରଥମେ ପ୍ରଥମେ ଏହାକୁ ପସନ୍ଦ କରୁ ନଥିଲେ।ଏହାପରେ ତାଙ୍କ ବାପା ବହୁତ ଖୁସି ହୋଇଥିଲେ।ତେବେ ପୂଜା ପଣ୍ଡାଙ୍କ ଘର ହେଉଛି ବାଲେଶ୍ଵର, ଭୋଗରାଇ।ସେ କହିଲେ କି ମୁଁ ବାହା ହେଇଛି।ସେ କହିଲେ କି ମୁଁ ଭଲ ପାଇ ଘରୁ ପଳେଇ ଆସିଥିଲି।ତାଙ୍କର ଏକ ଝିଅଟିଏ ମଧ୍ୟ ଅଛି।ସେ କହିଲେ କି ଯେହେତୁ ମୁଁ ଭଲ ପାଇ ପଳେଇ ଆସିଥିଲି ତ ମୋ ଶାଶୁ ଶଶୁର ମୋର ଧ୍ୟାନ ରଖିଲେ ନାହିଁ।
ସେ କହିଲେ କି ସମାଜ ସମସ୍ତଙ୍କୁ ସମ୍ମାନ ଦେବା ଉଚିତ।ଆମେ ଯାହା ବି କରୁ ନା କାହିଁକି ଆମ ପେଟ ପାଇଁ କରିଥାଉ।ତେବେ ଯେତେବେଳେ ନିଜ ଲୋକ କିଛି ଖରାପ କହିଥାଏ ତ ଅନ୍ତରକୁ ବାଧିଥାଏ।ସେ କଥା କାହାକୁ କହିହୁଏ ନାହିଁ।ସେ କହିଛନ୍ତି କି ଯେତେବେଳେ ଆମକୁ କିଏ କିଛି କହିଥାଏ ତ ଆମେ ତାକୁ ହସିକି ଉଡ଼େଇ ଦେଉ।
ସେ କହିଲେ କି କୋଭିଡ ମହାମାରୀରେ ସେ ବହୁତ ଅସୁବିଧାର ସମୂଖିନ ହୋଇଛନ୍ତି।ସେ କହିଛନ୍ତି କି ସେ ୱେଟର କାମ ମଧ୍ୟ କରିଛନ୍ତି।କିନ୍ତୁ ଆମଠାରୁ ଆମ ଦାନା ନ ଛଡାଯାଉ।ସେ ଅନୁରୋଧ କରି କହିଛନ୍ତି ଯେ କିଛି ନ ବୁଝି ନ ଶୁଝି କାହା ହାତ ଧରି ଯାଅନା।