ଝିଅ ଆମର ନୂଆ ବୋହୂ ନୂଆ ସିରିଏଲ ର ମୁଖ୍ୟ Hero କିଏ ହେବ ?ଏହି ଅଭିନେତା ହେବେ ସିରିଏଲ ର ମୁଖ୍ୟ ନାୟକ – ଦେଖନ୍ତୁ କିଏ ହେଇପାରନ୍ତି

Spread the love

ଆମେ ପ୍ରତିଦିନ ଓଡ଼ିଆ ଧାରାବାହିକ ନୂଆ ବୋହୂ ଚଳଚ୍ଚିତ୍ର ନିଶ୍ଚିତ ଭାବରେ ଦେଖିଥିବା।ଏହି ଚଳଚ୍ଚିତ୍ରରେ ଅଭିନୟ କରୁଥିବା ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ ଶାତ୍ୱିକ ଓ ରାଧିକା ଏହି ଚକଚିତ୍ରରୁ ବିଦାୟ ନେଇ ସାରିଛନ୍ତି।କିଛି ଦିନ ହେବ ଏହି ମହାମାରୀ କାରଣରୁ ଏହି ଚଳଚ୍ଚିତ୍ରର ଲୋକପ୍ରିୟତା କିଛି ମାତ୍ରାରେ କମି ଯାଇଥିଲା।ଯାହା ଫଳରେ ଏହି ଚଳଚ୍ଚିତ୍ରକୁ କିଛି ଆକର୍ଷଣୀୟ କରିବା ପାଇଁ ଏହି ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା ଓ ଅଭିନେତ୍ରୀଙ୍କ ମୃତ୍ୟୁ କରି ଦିଆ ଯାଇଥିଲା।

ଏହାପରେ ଏହି ଚଳଚ୍ଚିତ୍ରକୁ ବର୍ତ୍ତମାନ ଏକ ନୂଆ ନାମରେ ଜନତାଙ୍କ ସମ୍ମୁଖରେ ରଖା ଯାଇଛି।ଏହା ସହିତ ଏହି ଚଳଚ୍ଚିତ୍ରରେ ଅନେକ ନୂତନ ଅଭିନେତା ଓ ଅଭିନେତ୍ରୀ ମାନେ ଯୋଗ ଦେଇଛନ୍ତି।ଯାହା ଫଳରେ ଏହି ଚଳଚ୍ଚିତ୍ର ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଏକ ନୂତନ ରୂପରେ ଜନତାଙ୍କ ସମ୍ମୁଖକୁ ଆସିବାକୁ ଯାଉଛି।ତେବେ ଏହି ଚଳଚ୍ଚିତ୍ରରେ ଲାବ୍ରିନ ଖାନ ଶାତ୍ୱିକ ଓ ରାଧିକାଙ୍କ ଝିଅ ଭାବରେ ଅଭିନୟ କରିବାକୁ ଯାଉଛନ୍ତି।ତେବେ ସମସ୍ତେ ଆଶା କରିଛନ୍ତି ଏହି ଅଭିନେତ୍ରୀ ଦର୍ଶକଙ୍କୁ ଆକର୍ଷିତ କରି ପାରିବେ।

ତେବେ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତା ଭୂମିକାରେ କିଏ ଅଭିନୟ କରିବ ସେଥିପାଇଁ ବର୍ତ୍ତମାନ କିଛି ଅଭିନେତାଙ୍କ ନାମ ସାମ୍ନାକୁ ଆସିବାରେ ଲାଗିଛି।ତେବେ ସେହି ଅଭିନେତାଙ୍କ ମଧ୍ୟରୁ ବର୍ତ୍ତମାନ ୫ ଜଣ ଅଭିନେତାଙ୍କ ନାମ ଅଧିକ ଚର୍ଚ୍ଚାରେ ରହିଛି।ତେବେ ସେହି ସମସ୍ତ ଅଭିନେତାଙ୍କ ବିଷୟରେ ଆମେ ବର୍ତ୍ତମାନ ଆଲୋଚନା କରିବା।

ମହାପ୍ରସାଦ କର:- ଏହି ଅଭିନେତା ଜଣଙ୍କ ପୂର୍ବରୁ ରାନୀ ଓ ସାବିତ୍ରୀ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି।ଏହା ସହିତ ସେ ଜଣେ ବହୁତ ଭଲ ଅଭିନେତା ମଧ୍ୟ।

ସନ୍ଦୀପ ମିଶ୍ର:- ଏହି ଅଭିନେତା ଜଣଙ୍କ ପୂର୍ବରୁ ଆମ ଘର ଲକ୍ଷ୍ମୀ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି।ତାଙ୍କର ଅଭିନୟ ଅନେକ ଦର୍ଶକ ମାନଙ୍କୁ ପସନ୍ଦ ଆସିଥିଲା।ଏହା ସହିତ ଏହି ଅଭିନେତା ଜଣଙ୍କ ନିଜର ଅଭିନୟ ମାଧ୍ୟମରେ ନିଜର ଅନେକ ପ୍ରତିଷ୍ଠା ସୃଷ୍ଟି କରି ପାରିଛନ୍ତି।

ଶ୍ରିଯିତ ମିଶ୍ର:- ଏହି ଅଭିନେତା ଜଣଙ୍କ ନିଜର ଅଭିନୟ ଦ୍ୱାରା ଅନେକ ଦର୍ଶକ ମାନଙ୍କ ମନରେ ନିଜ ପାଇଁ ଏକ ସ୍ବତନ୍ତ୍ର ଜାଗା ତିଆରି କରି ପାରିଛନ୍ତି।ତେବେ ସେ ପୂର୍ବରୁ ତରଙ୍ଗ ଟିଭିରେ ପ୍ରସାରିତ ସିଂହଦ୍ଵାର ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି।

ସୌରଭ କୁମାର:- ଏହି ଅଭିନେତା ଜଣଙ୍କ ବର୍ତ୍ତମାନ ମାୟା ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି।ତେବେ ଏହି ଅଭିନେତା ଜଣଙ୍କ ତାଙ୍କର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।ଏହା ସହିତ ତାଙ୍କର ଅଭିନୟ ଦେଖିବା ପାଇଁ ମଧ୍ୟ ଅନେକ ଲୋକ ପସନ୍ଦ କରିଥାନ୍ତି।

ଅଭିଷେକ ପଣ୍ଡା:- ଏହି ଅଭିନେତା ଜଣଙ୍କ ବର୍ତ୍ତମାନ ଅନେକ ଆଲବମରେ ନିଜର ଅଭିନୟ ଜାରି ରଖିଛନ୍ତି।ତେବେ ସେ ବର୍ତ୍ତମାନ ଓଡ଼ିଆ ଅଭିନୟ ଜଗତରେ ଜଣେ ଉଦୟମାନ ତାରକା।ତେବେ ତାଙ୍କର ଏହି ଚଳଚ୍ଚିତ୍ରରେ ଅଭିନୟ କରିବାର ଅଧିକ ସୁଯୋଗ ରହିଛି।

Leave a Reply

Your email address will not be published. Required fields are marked *