Highcourt ଯିବେ ସୁମିତ,ରାୟ ରେ ନାହାନ୍ତି ସେ ଖୁସି,ତପସ୍ୱିନୀ କେବେ ଘରେ ନ ରୁହନ୍ତୁ,ମାତ୍ର କିଛି ମିନିଟ ରେ ତପସ୍ୱିନୀ ଙ୍କ ଖୁସି ଚାଲିଗଲା..ଦେଖନ୍ତୁ Video

Spread the love

ସ୍ବାମୀ ସୁମିତଙ୍କ ଘରେ ଏବେ ତପସ୍ୱିନୀ ରହିବେ। ସ୍ଵାମୀଙ୍କ ଘରେ ଏକାଠୀ ରହିବ ପାଇଁ ଗଞ୍ଜାମ ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶ ଆସିଛି। ସୁମିତଙ୍କ ବ୍ରହ୍ମ ନଗର ଘରେ ରହିବେ ତପସ୍ୱିନୀ ଦାସ।ଆଉ ପ୍ରତି ମାସରେ ସୁମିତ ଭରଣ ପୋଷଣ ପାଇଁ ତପସ୍ୱିନୀଙ୍କୁ ୧୭୦୦୦ ଟଙ୍କା ଦେବେ ଖର୍ଚ୍ଚ ପାଇଁ ବୋଲି ତପସ୍ୱିନୀଙ୍କ ଓକିଲ ସୂଚନା ଦେଇଛନ୍ତି।ଉଭୟ ପରିବାର ମଧ୍ୟରେ କୌଣସି ମନମାଲିନ୍ୟ ନ ରଖିବା ପାଇଁ କୋର୍ଟ ପରାମର୍ଶ ଦେଇଛି।

ଏପଟେ ଜିଲ୍ଲା ଜଜଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁମିତଙ୍କ ଓକିଲ ହାଇ କୋର୍ଟ ଯିବେ ବୋଲି କହିଛନ୍ତି।ଆଗକୁ ପତି ପତ୍ନୀ ବିବାଦ କି ମୋଡ ନେବ ତା ଉପରେ ନଜର।ତପସ୍ୱିନୀ କହିଛନ୍ତି କି ଏହି ବିଜୟ ସବୁ ନାରୀ ଜାତିର ବିଜୟ।ଅସହାୟ ନାରୀର ବିଜୟ।ଏଥିରେ ସମସ୍ତଙ୍କ ଆଶୀର୍ବାଦ ପାଇଁ ସତ କଣ ସାମ୍ନାକୁ ଆସିଛି।

ମୁଁ ଆଶା ରଖିଛି କି ମୋ ଶାଶୁ ଘର ଲୋକ ମତେ ଡାକିବେ ଓ ସବୁ କଥା ବୁଝି ମତେ ରଖିବେ।ମୁଁ ଚାହୁଁଛି ସୁମିତ ଆସନ୍ତୁ ସବୁ ଠିକ ହଉ।ସେ ଘର ଯେଉଁ ଭାଙ୍ଗି ଯାଇଛି ତାକୁ ତିଆରି କରାଯାଉ।ବାପା ମା ଯେଉଁ ମୂରବୀ ଅଛନ୍ତି ତାଙ୍କୁ ବୁଝା ସୁଝା କଲେ ସବୁ ଠିକ ହୋଇଯିବ।ଆଜି ଗୋଟିଏ ନ୍ୟାୟ ମିଳିଛି।

ଆଜିକୁ ୨ ମାସ ହେବ ସେ ଏଠାର ପଡ଼ି ରହିଛି ଶୀତ କାକରରେ।ମାନ୍ୟବର କୋର୍ଟ ଆଜି ଯେଉଁ ରାୟ ଦେଇଛନ୍ତି ତାକୁ ନେଇ ସାରା ଓଡ଼ିଶାବାସୀ ଧନ୍ୟବାଦ ଜଣାଇଛନ୍ତି।ପୂର୍ବରୁ ପ୍ରଶାସନ ଜରିଆରେ ଏହା ଦାଖଲ କରାଯାଇଥିଲା।ଏବେ ଯେଉଁ ଜିଲ୍ଲା କୋର୍ଟରେ ଅର୍ଡର ଆସିଲା ସେ ଅର୍ଡର ଅନୁସାରେ ବର୍ତ୍ତମାନ ତପସ୍ୱିନୀ ତାର ଶଶୁର ଘରେ ରହିବାର ଅର୍ଡର ହେଲା

।କିନ୍ତୁ ସୁମିତ ଅର୍ଡର ପାଇବା ପରେ ଗେଷ୍ଟ ହାଉସରୁ କୁଆଡେ ପଳେଇ ଗଲା।ତାଙ୍କ ଓକିଲ କି ଘର ଲୋକ କିଛି କହିନାହାନ୍ତି ଏ ବିଷୟରେ।ଆମେ ପୂର୍ବରୁ କହୁଥିଲେ କି ଭାଙ୍ଗି ଯାଇଥିବା ସଂସାରକୁ ଯୋଡିବା ପାଇଁ ଭାଙ୍ଗି ଯାଇଥିବା ମନକୁ ଯୋଡିବା ପାଇଁ ଗୋଟିଏ ପ୍ରୟାସ ହୋଇଛି।ଯାହାକି ମାନ୍ୟବର କୋର୍ଟ ଆଦେଶ ଦେଇଛନ୍ତି।

ଦ୍ୱିତୀୟ କଥା ତାହା କାର୍ଯ୍ୟକାରୀ ହେବା ପରେ ସୁମିତ ଓ ତପସ୍ୱିନୀଙ୍କ ମନ ମିଶୁଛି କି ନାହିଁ।ପ୍ରକୃତରେ ସୁମିତ ଓ ତପସ୍ୱିନୀଙ୍କ ହୃଦୟ ମିସୁଛି କି ନାହିଁ।ତାଙ୍କ ଶାଶୁ ଶଶୁର ତାଙ୍କ ବୋହୂକୁ ଗ୍ରହଣ କରୁଛନ୍ତି କି ନାହିଁ।ଏ ଆଦେଶକୁ କିଭଳି ପାଳନ କରାଯିବ ତା ଉପରେ ନଜର ରହିବ।ଏହା ସହ ସୁମିତଙ୍କ ଓକିଲ କହିଛନ୍ତି କି ଡ଼ାକ୍ତର ସୁମିତ ଆଜି କୋର୍ଟର ଅର୍ଡରରେ ସମ୍ପୁର୍ଣ୍ଣ ରାଜି ଅଛନ୍ତି।ଏହା ସହ ସେ ଉପର କୋର୍ଟରେ ମଧ୍ୟ ଆବେଦନ କରିବେ।ଏହା ଆସନ୍ତା କାଲି ହାଇ କୋର୍ଟରେ ଫାଇଲ ହେବ।ଯାହା ହେବ ଆସନ୍ତା କାଲି ଜଣା ପଡିବ।

Leave a Reply

Your email address will not be published. Required fields are marked *