ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲିଷ୍ଟ ୨୦୨୧ – ଓଡ଼ିଶାର ୮ ଲକ୍ଷରୁ ଉର୍ଦ୍ଧ୍ବ ଲାଭାର୍ଥୀଙ୍କୁ ମିଳିବ ପକା ଘର – ଦେଖନ୍ତୁ କେଉଁମାନେ ପାଇବେ

Spread the love

ସାଙ୍ଗମାନେ ୨୦୨୧-୨୨ ମସିହାର ଆର୍ଥିକ ବର୍ଷର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ନୂଆ ଲିଷ୍ଟ ଆସିଯାଇଛି।ଆପଣ ମାନେ ନିଜ ସ୍ମାର୍ଟ ଫୋନ ଦ୍ୱାରା ଏହି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ନୂଆ ଲିଷ୍ଟଟି କିପରି ଚେକ କରିପାରିବେ?ଏହି ଲିଷ୍ଟରେ ଆପଣମାନଙ୍କ ନାମ ଅଛି ନା ନାହିଁ? ତାହା ଆମେ ଏହି ଆର୍ଟିକିଲରେ ସମ୍ପୂର୍ଣ୍ଣ ତଥ୍ୟ ଜଣାଇବୁ।ଜଦି ଆପଣ ଏହା ଜାଣିବାକୁ ଚାହୁଁଛନ୍ତି ତେବେ ଏହି ଆର୍ଟିକିଲକୁ ଧ୍ୟାନର ସହିତ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ତଥ୍ୟ।

ସାଙ୍ଗମାନେ ସରକାର ଏବେ ଏବେ ଘୋଷଣା କରିସାରିଛନ୍ତି ଯେ ଓଡ଼ିଶାର ୮ ଲକ୍ଷରୁ ଉର୍ଦ୍ଧ୍ବ ଲାଭାର୍ଥୀଙ୍କୁ ମିଳିବ ପକା ଘର।ଯାହାଦ୍ୱାରାକି ଆଉ ଅଳ୍ପ କିଛି ଦିନ ମଧ୍ୟରେ ଆପଣ ମାନଙ୍କୁ ଘରଟି ମିଳିଯିବ।ଯଦି ସାଙ୍ଗମାନେ ଆପଣ ଏହି ପକା ଘର ପାଇବା ପାଇଁ ୧୦୦ ପ୍ରତିଶତ ଯୋଗ୍ୟ ହିତାଧିକାରୀ ଏବଂ ବାରମ୍ବାର ଅପ୍ଲାଇ କରିବା ପରେ ମଧ୍ୟ ଆପଣ ମାନଙ୍କୁ ପକା ଘର ମିଳୁନାହିଁ ତେବେ ଏହା ହେଉଛି ଆପଣ ମାନଙ୍କ ଗ୍ରାମରେ ଥିବା ସରପଞ୍ଚଙ୍କ କଳା କାରନାମା।ହୁଏତ ସେ ଟଙ୍କା ଲୋଭରେ ଆପଣଙ୍କ ନାମରେ ଆସିଥିବା ଘରକୁ ଆଉ କାହା ନାମରେ ଦେଇଦେଇ ଥାଇ ପାରନ୍ତି।ନଚେତ ସେ ନିଜେ ଟଙ୍କାକୁ ଲାଞ୍ଚ ଆକାରରେ ନେଇଥାଇ ପାରନ୍ତି।ତେବେ ଆପଣ ଏହି ପରିସ୍ଥିତିରେ ଆପଣଙ୍କ ଗ୍ରାମର ସରପଞ୍ଚଙ୍କ ନାମରେ ଅଭିଯୋଗ କରି ସେହି କଥା ବୁଝି ପାରିବେ।

ଯଦି ଆପଣମାନେ ଜଣେ ନୂଆ ହିତାଧିକାରୀ ଆପଣ କିପରି ଚେକ କରିପାରିବେ ଆପଣ ମାନଂକ ପକା ଘର ଅସିଛିକି ନାହିଁ ଏହି ତଥ୍ୟ ଆମେ ଆପଣଙ୍କୁ ସମ୍ପୁର୍ଣ୍ଣ ଭାବରେ ଜଣାଇବୁ।ସାଙ୍ଗମାନେ ୨୦୨୧-୨୨ର ଆର୍ଥିକ ବର୍ଷପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ପ୍ରାୟତଃ ୮ ଲକ୍ଷରୁ ଉର୍ଦ୍ଧ୍ବ ଲାଭର୍ଥୀଙ୍କୁ ମିଳିବ ପକା ଘର।ଏହା ମଧ୍ୟରେ ଯେଉଁ ନୂଆ ହିତାଧିକାରୀ ଅଛନ୍ତି ସେମାନଙ୍କୁ ଏହି ବର୍ଷରେ ହିଁ ନୂଆ ପକା ଘର ମିଳିବାକୁ ଯାଉଛି।

ସ୍ରୋୟଂ ପ୍ରଧାନମନ୍ତ୍ରୀ ଏବେ କିଛି ଦିନ ହେଲା ଓଡ଼ିଶା ବାସିଙ୍କ ପାଇଁ ଆବାସ ଯୋଜନା କରିଛନ୍ତି।ଯେଉଁଥିରେ ସେ କହିଛନ୍ତି ୨୦୨୧-୨୨ ଆର୍ଥିକ ବର୍ଷପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନା ଅଧୀନରେ ଓଡିଶାର ୮ଲକ୍ଷ ୧୭ ହଜାର ୫୧୩ ଜଣଙ୍କୁ ମିଲବ ପକା ଘର।ଏମାନଙ୍କୁ ମିଶାଇ ପୁରା ଦେଶରେ ୬୧.୮୪ ଲକ୍ଷ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକ ମାନଙ୍କୁ ପକା ଘର ସ୍ୱପ୍ନ ପୂରଣ ହେବ।ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ଵିଟ ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି।ଏହି ଟ୍ୱିଟରେ ସେ ଓଡ଼ିଶାର ୮ ଲକ୍ଷ ଲାଭାର୍ଥୀଙ୍କ କଥା ମଧ୍ୟ ବର୍ଣ୍ଣନା କରିଛନ୍ତି।

ତେବେ ସାଙ୍ଗମାନେ ଏପର୍ଯ୍ୟନ୍ତ ୨୦୨୧-୨୨ର ନୂଆ ଲିଷ୍ଟ ଯାହାକି ପିଏମ ଆବାସ ଯୋଜନାର ଅଫିସିଆଲ ୱେବସାଇଟରେ ଅପଡେଟ ହୋଇନାହିଁ।ଆଉ କିଛି ଦିନ ମଧ୍ୟରେ ତାହା ଅପଡେଟ ହୋଇଯିବ।ସେତେବେଳେ ଆପଣମାନେ ସେହି ୱେବସାଇଟକୁ ଯାଇ ଦେଖିପାରିବେ।

Leave a Reply

Your email address will not be published. Required fields are marked *