ବୋହୁ ଦେଖାଇଲେ ଏକ ଅନୋଖା ମିଶାଲ୍, କୋରନା ସଂକ୍ରମିତ ଶଶୁରଙ୍କୁ ପିଠିରେ ବସାଇକରି ପହଞ୍ଚିଲେ ମେଡିକାଲ୍, ସବୁ ଦେଖିକରି କରୁଥିଲେ ପ୍ରଶଂସା

Spread the love

କୋରନା ମହାମାରୀର ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି, ପୁରା ଦୁନିଆଁରେ ମହାମାରୀର ବହୁତ ଲୋକଙ୍କ ସ୍ୱାସ୍ଥ୍ୟ  ଅବସ୍ଥା ଖରାପ ହେବା ସହ ଅକାଳରେ ମୃତ୍ୟୁ ବରଣ ବି କରୁଛନ୍ତି, ଯେବେ ଆରମ୍ଭର ସମୟରେ କୋରନା ଭାଇରସ୍ ଦେଶରେ ଆସିଥିଲା ତେବେ ଭାଇରସ୍ କାରଣରୁ ଦେଶରେ ଲକ୍ ଡାଉନ୍ ଘୋଷଣା କରାଯାଇଥିଲା । ଯାହାକୁ ନେଇ ଲୋକଙ୍କ ଚାକିରି ଛାଡ ହୋଇଯାଇଥିଲା,  ଦୁଇ ସମୟର ଖାଦ୍ୟ ଖାଇବା ପାଇଁ ଲୋକଙ୍କୁ ଚଳିବାରେ ବହୁତ ଅସୁବିଧା ହେଉଥିଲା,  କିନ୍ତୁ ପରେ ଲକଡାଉନ୍ ଖୋଲିଲା, ଏବେ ଧୀରେ ଧୀରେ ଲୋକଙ୍କ ଜୀବନ ସାମାନ୍ୟ ହେବାରେ ଲାଗିଛି, କୋରନାର ଦ୍ୱିତୀୟ ଲହରି ପ୍ରଥମ ଲହରି ଅପେକ୍ଷା ବେଶୀ ଖତରନାକ୍ ହୋଇଥିଲା ।କୋରନାର ଦ୍ୱିତୀୟ ଲହରି କାରଣରୁ ସବୁଦିନ କୋରନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗୁଛି, ଏତିକି ନୁହେଁ ବରଂ ଲୋକେଏହି ଭାଇରସ୍ କାରଣରୁ ନିଜ ଜୀବନ ହାରୁଛନ୍ତି , ଏବେ ଲୋକଙ୍କ ମନରେ କୋରନାର ତୃତୀୟ ଲହରିପାଈଁ ଭୟ ସୃଷ୍ଟି ହୋଇଛି, ଏହି ମୁସକିଲ୍ ହାଲାତ୍ ରେ ଲୋକଙ୍କ ଜୀବନ ପୁରା ଭାବେ ଅସ୍ତବ୍ୟସ୍ତ ହୋଇସାରିଛି, କିନ୍ତୁ ଏହି ମଧ୍ୟରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହାକୁ ଜାଣିଲେ ଯିଏ ହେଲେ ବି ସିଏ ପ୍ରଶଂସା କରୁଛନ୍ତି । ବହୁତ ଲୋକ ଅଛନ୍ତି ଯିଏକି ଏହି ଅସୁବିଧାର ସମୟରେ ମିଶାଲ୍ ପେଶ୍ କରିଛନ୍ତି, ଆଜି ଆମେ ଆପଣଙ୍କୁ ଏମିତି ଏକ ବୋହୁଙ୍କ ବିଷୟରେ କହିବାକୁ ଯାଊହୁ

ଯାହାଙ୍କ ବିଷୟରେ ଜାଣିଲେ ଆପଣ ନିଜକୁ ଆଶ୍ଚର୍ଯ୍ୟଚକିତ ମନେ କରିବେ , ହଁ ଆଜ୍ଞା ଯେବେ ବୋହୁ ନିଜ କୋରନା ସଂକ୍ରମିତ ଶଶୁରନୁ ପିଠିରେ ବସାଇ ମେଡିକାଲ୍ ରେ ପହଞ୍ଚିଲା ତେଏ ସେଠାକାର ଲୋକ ଦେଖିକରି ଆଶ୍ଚର୍ଯ୍ୟ ହୋଇଗଲେ, ଏହାର ଫଟୋ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେବାରେ ଲାଗିଛି, ଯାହା ଆପଣ ଏହି ଫଟୋରେ ଦେଖିପାରୁଥିବେ,  ଆମେ ଆପଣଙ୍କୁ ଯେଉଁ ବୋହୁଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆସାମର ନଗାଁବର ବାସିନ୍ଦା ଅଟନ୍ତି ଯାହାଙ୍କ ନାଁ ନିହାରିକା ଦାସ୍ ଅଟେ, ଯିଏକି ସମାଜ ପାଇଁ ଏକ ଅନୋଖା ମିଶାଲ୍ ପେଶ୍ କରିଛନ୍ତି, ସେ ଏବେ ପୁଅର ଫର୍ଜ ନିଭାଉଥିବା ଏକ ଆଦର୍ଶ ବୋହୁ ହୋଇଗଲେ,  ବହୁତଥର ଦେଖାଯାଇଛି କି ଯଦି ଘର ପରିବାର କେଉଁ ବୟସ୍କ ଲୋକଙ୍କୁ କୋରନା ଭାଇରସ୍ ହୋଇଯାଏ ତେବେ ଘର ଲୋକେ ଦୁରେଇ ଯାଆନ୍ତି , ଓ ତାଙ୍କୁ ଏକ ଅଲଗା ରୁମ୍ ରେ ସିଫ୍ଟ କରିଦିଅନ୍ତି, ଯାହାଦ୍ୱାରା ଘରର୍ ବାକି ସଦସ୍ୟଙ୍କୁ ଏଇ ସଂକ୍ରମଣ ନହେଉ, କିନ୍ତୁ ନିହାରିକା ଦାସ୍ ଏମିତି କିଛି କରିଲେ ନାହିଁ , ସେ ନିଜ କୋରନା ସଂକ୍ରମିତ ଶଶୁରଙ୍କୁ ପିଠିରେ ବସାଇ ସ୍ୱାସ୍ଥ୍ୟ କେନ୍ଦ୍ର ପହଞ୍ଚିଗଲେ , ମିଳିଥିବା ସୁଚନା ଅନୁସାରେ ଆସାମର ନଗାଁବ ରେ ରହୁଥିବା ନିହାରିକା ଦାସ୍ ୧ କିମି ଦୁର ପାଦରେ ଚାଲି, ନିଜ କୋରନା ସଂକ୍ରମିତ ଶଶୁରଙ୍କୁ ନେଇ ମେଡିକାଲ୍ ପହଞ୍ଚିଯାଇଥିଲେ,  ତାଙ୍କ ଶଶୁର ଥୁଳେଶ୍ୱର ଦାସ୍ ରାହା କ୍ଷେତ୍ରର ଭାଟି ଗାଁର୍ ସୁପାରୀ ବିକ୍ରେତା ଅଟନ୍ତି, ସେମିତି ନିହାରିକାଙ୍କ ସ୍ୱାମୀ ସିଲିଗୁଡିରେ କାର୍ଯ୍ୟରତ ଅଛନ୍ତି ,

ଏମିତି କୁହାଯାଉଛି କି ଯେବେ ନିହାରିକାଙ୍କ ଶଶୁରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଜୁନ୍ ରେ ଖରାପ ହେଲା ତେବେ କୋରନା ଲକ୍ଷଣ ତାଙ୍କ ମଧ୍ୟରେ ଦେଖାଗଲା  ତେବେ ସେ ୨ କିମି ଦୁର ରାସ୍ତା ତୟ କରି ସ୍ୱାସ୍ଥ୍ୟ କେନ୍ଦ୍ର ଯାଇଥିଲେ, ତାଙ୍କ ବୋହୁ ନିହାରିକା ରିକ୍ସାର ବ୍ୟବସ୍ଥା କରିଥିଲେ ,କିନ୍ତୁ ଅଟୋ ରିକ୍ସା ଘର ପର୍ଯ୍ୟନ୍ତ ଆସିପାରିଲା ନାହିଁ ।

ଘର ଭିତରେ ଆଉ କେହି ସଦସ୍ୟ ନଥିଲେ, ଏମିତି ସ୍ଥିତିରେ ବୋହୁ ନିଜ ଶଶୁରଙ୍କୁ ପିଠିରେ ବସାଇ ଅଟୋ ଷ୍ଟାଣ୍ତ ପର୍ଯ୍ୟନ୍ତ ନେଇଗଲେ ଓ ତାପରେ ଯେବେ ସେ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଅଟୋରୁ ନିଜ ଶଶୁରଙ୍କୁ ବାହାର କଲା, ତେବେ ପିଠିରେ ବସାଇ ସେ ମେଡିକାଲ୍ ପହଞ୍ଚିଲେ,  କହିଦେବୁ କି ନିହାରିକାଙ୍କ ୬ ବର୍ଷର ପୁଅ ଅଛି, ଯିଏ ଏହି ସମୟରେ ନିଜ ମାକୁ ସାହାଯ୍ୟ କରିଥିଲେ

ଯେବେ ନିହାରିକା ନିଜ ଶଶୁରଙ୍କୁ ନେଇ ମେଡିକାଲ୍ ପହଞ୍ଚିଲେ ତେବେ ଡାକ୍ତର ତାଙ୍କ ଶଶୁରଙ୍କୁ ଦେଖିକରି କହିଲେ କି ତାଙ୍କ ସ୍ଥିତି ବହୁତ ଅଧିକା ଗଂମ୍ଭୀର୍ ଅଛି, ଏହି କାରଣରୁ ତାଙ୍କୁ ୨୧ କିମି ଦୁର ସ୍ଥିତ କୋଭିଡ୍ ମେଡିକାଲ୍ ରେ ଯିବାକୁ ହେବ, କିନ୍ତୁ ସେଠାରେ ଆମ୍ବୁଲାନ୍ସ କିମ୍ବା ଷ୍ଟ୍ରେଚର୍ ବ୍ୟବସ୍ଥା ନଥିଲା, ଏମିତି ସ୍ଥିତିରେ ପୁଣି ନିହାରିକା ତାଙ୍କ ଶଶୁରଙ୍କୁ ପିଠିରେ ଆଉଥରେ ଲଦି ଗାଡିଯାଏଁ ନେଇଗଲେ,  ନିହାରିକା ନିଜ ଶଶୁରଙ୍କୁ ବଞ୍ଚାଇବାକୁ ବହୁତ ଚେଷ୍ଟା କଲେ କିନ୍ତୁ ତାଙ୍କ ଜୀବନ ବଞ୍ଚାଇପାରିଲେ ନାହିଁ , ଏହି ସମୟରେ ନିହାରିକା ବି କୋରନା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଯାଇଛନ୍ତି ।

Leave a Reply

Your email address will not be published. Required fields are marked *