ସାତ ବର୍ଷ ପରେ ବୁଢ଼ୀ ମାଆକୁ ଦେଖି ଏଭଳି ଭାବେ ଚିହ୍ନିପାରିଲା ପୁଅ – ଆଉ ତାପରେ ଯାହାହେଲା ଜାଣିଲେ ଆପଣଙ୍କ ଆଖିରେ ଲୁହ ଗଡି ଆସିବ..

Spread the love

ରାସ୍ତାରେ ଭିକ ମାଗୁଥିବା ଏକ ପୁଅକୁ ତା ବୁଢ଼ୀ ମାଆ ଚିହ୍ନି ପାରିଥିଲା।ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଇଥିଲେ।ଏହି ଘଟଣାର ଆରମ୍ଭ ହେଉଛି ୨୦୧୦ ମସିହାରେ।ମଧ୍ୟପ୍ରଦେଶର ଦେଭାସ ସହରରେ ଜଣେ ମହିଳା ଗର୍ଭବତୀ ଥିଲେ, ଯାହାଙ୍କ ନାମ ହେଉଛି କମଳା।ତେବେ ମହିଳା ଜଣକ ଭଗବାନ ଶିବଙ୍କର ବହୁତ ବଡ଼ ଭକ୍ତ ଥିଲେ।ବିବାହର ୫ ବର୍ଷ ପରେ ଶିବ ସମ୍ଭୁଙ୍କ କୃପାରୁ ସେ ଗର୍ଭବତୀ ହେଇଥିଲେ।ତେବେ ସେଥିପାଇଁ ସେ ଓ ପରିବାର ଲୋକ ବହୁତ ଖୁସି ଥିଲେ।ତେବେ ଦେଖୁ ଦେଖୁ ୯ ମାସ ବିତିଗଲା।ତେବେ ଡାକ୍ତରଖାନାରେ ସେ ଏକ ପୁତ୍ରକୁ ଜନ୍ମ କରିଥିଲେ।

ତେବେ ଜନ୍ମ ହେବା ପରେ ସେ ନିଜ ଛୁଆକୁ ନିଜ ସ୍ବାମୀଙ୍କୁ ଦେଖାଇଲେ।ତାଙ୍କ ସ୍ଵାମୀ ଛୁଆକୁ ଝୁଲାରେ ଝୁଲାଇ ଦେଇ ବାହାରକୁ ମିଠା ଆଣିବାକୁ ଗଲେ ଓ ଏହି ସମୟରେ କମାଳଙ୍କର ଟିକେ ଆଖି ଲାଗି ଯାଇଥିଲା।ତେବେ ତାଙ୍କ ସ୍ଵାମୀ ଆସିବା ପରେ ଖାଲି ଝୁଲା ଦେଖି ଚିନ୍ତିତ ହେଇ ଯାଇଥିଲେ।ତେବେ ସେ କମଳାଙ୍କୁ ନିଦରୁ ଉଠେଇ ପଚାରିବାରୁ କମଳା ମଧ୍ୟ ଚିନ୍ତିତ ହେଇ ଯାଇଥିଲେ।ତେବେ ଡାକ୍ତରଖାନାର କେହି ବି ଛୁଆକୁ ଦେଖିନଥିଲେ।କମଳା ଓ ତାଙ୍କ ସ୍ଵାମୀ ଡାକ୍ତରଖାନା ସାରା ଖୋଜିଥିଲେ କିନ୍ତୁ କିଛି ଲାଭ ମିଳି ନଥିଲା।

ତେବେ ସେମାନେ ଥାନାରେ ଛୁଆ ଚୋରି ହେବାର ରିପୋର୍ଟ ଦେଇଥିଲେ।ତେବେ ସେ ସମୟରେ ଦେଭାସ ସହରରେ ଏକ ଛୁଆ ଚୋରି କରିବା ଗ୍ୟାଙ୍ଗ ପିଲାଙ୍କୁ ଚୋରି କରି ଅନ୍ୟ ସହରରେ ଭିକ ମାଗିବା କାମ କରୁଥିଲା।ପୋଲିସର ସନ୍ଦେହ ସେହି ଗ୍ୟାଙ୍ଗ ଆଡକୁ ଯାଇଥିଲା।ତେବେ କମଳାଙ୍କ ଘରର ବାକି ସମସ୍ତେ ନିଜକୁ ସମ୍ଭାଳି ଦେଇଥିଲେ।କିନ୍ତୁ କମଳା ଏହି ଦୁଃଖରୁ ଓହରି ପାରୁ ନଥିଲେ।ତେବେ କିଛି ବର୍ଷ ପରେ ମହାଦେବଙ୍କ କୃପାରୁ କମଳାଙ୍କର ଏକ କନ୍ୟା ସନ୍ତାନ ହେଇଥିଲା।ତାହା ପରେ ସେ ଭୁଲି ତ ନଥିଲେ କିନ୍ତୁ ସେ ପୂର୍ବ କଥା ତାଙ୍କୁ ଏତେ କଷ୍ଟ ଦେବା କମି ଯାଇଥିଲା।

ତେବେ କମଳା ମହାଦେବଙ୍କର ବହୁତ ବଡ଼ ଭକ୍ତ ଥିଲେ ଓ ସେଥିପାଇଁ ସେ ନିଜ ଝିଅର ନାମ ଗୌରୀ ରଖିଥିଲେ।ଗୌରୀଙ୍କୁ ପିଲା ବେଳେ ୫ ବର୍ଷ ବୟସରେ ଉଜ୍ଜୈନରେ ଥିବା ଶିବ ମନ୍ଦିରର ସ୍ବପ୍ନ ଦେଖିଥିଲେ।ତେବେ ସେ ଘର ଲୋକଙ୍କୁ ଏହି କଥା କହିବାରୁ ଘର ଲୋକମାନେ ଛୋଟ ପିଲାଙ୍କ କଥାକୁ ଶୁଣୁ ନଥିଲେ।ତେବେ ଦିନେ ଗୌରୀ ନିଜ ମାଙ୍କୁ କହିଥିଲେ କି ମହାଦେବ ଆସି ତାଙ୍କୁ ସ୍ଵପ୍ନରେ କହିଛନ୍ତି କି ତାଙ୍କ ଭାଇ ସେ ମନ୍ଦିରରେ ଅଛି।ତେବେ ଏହି କଥା ଶୁଣି କମଳା ଓ ତାଙ୍କ ସ୍ଵାମୀ ଉଜ୍ଜୈନ ଯିବାକୁ ବାହାରିଲେ।

ତେବେ ଉଜ୍ଜୈନ ପହଞ୍ଚିବା ପରେ ତାଙ୍କୁ ଏକ ଟ୍ରାଫିକ ପାଖରେ ଏକ ପିଲା ଆସି ତାଙ୍କ ଗାଡ଼ିକୁ ସଫା କରି କିଛି ପଇସା ମାଗିଥିଲା।ତେବେ ସେ ପିଲାକୁ ଦେଖି କମଳା ଆଶ୍ଚର୍ଯ୍ୟ ହେଇ ଯାଇଥିଲେ।ଇଏ କଣ ତା ବେକରେ ପୁରା ସେଇ ଚିହ୍ନ ଥିଲା ଯାହା ତାଙ୍କ ପୁଅ ବେକରେ ଥିଲା।ତେବେ ମହାଦେବଙ୍କ କୃପାରୁ କମଳା ଏତେ ବର୍ଷ ପରେ ନିଜ ଛୁଆକୁ ପାଇ ଅତ୍ୟନ୍ତ ବିଭୋର ହେଇ ଯାଇଥିଲେ।

Leave a Reply

Your email address will not be published. Required fields are marked *