ଓଡ଼ିଆ ଅଭିନେତ୍ରୀ ଜ୍ୟୋତି ମିଶ୍ରଙ୍କ ଜୀବନୀ – ଏବେ କିଭଳି ଜୀବନ କାଟୁଛନ୍ତି ଜାଣିରଖନ୍ତୁ..

Spread the love

ନମସ୍କାର ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ ଅଭିନେତ୍ରୀ ଜ୍ୟୋତି ମିଶ୍ରଙ୍କ ଜୀବନୀ ବିଷୟରେ ଜାଣିବା।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।ତାଙ୍କର ନାମ ହେଉଛି ଜ୍ୟୋତି ମିଶ୍ର।ସେ ୨୨ ଫେବୃଆରୀରେ ଜନ୍ମ ଗ୍ରହଣ କରିଥିଲେ।ସେ ଏବେ ଭୁବନେଶ୍ବରରେ ରହୁଛନ୍ତି।

ଅଭିନେତ୍ରୀ ଜ୍ୟୋତି ମିଶ୍ର ଏବେ ବିବାହିତା ଅଛନ୍ତି ଏବଂ ତାଙ୍କର ଏକ ପୁଅ ମଧ୍ୟ ଅଛି।ସେ ତାଙ୍କ ପୁଅ ସହିତ ଅନେକ ମସ୍ତି କରିବାର ଦେଖାଯାଇଛନ୍ତି ଏବଂ ସେହି ଫୋଟ ସବୁ ଇଣ୍ଟରନେଟ ଏବଂ ସୋସିଆଲ ମିଡିଆରେ ରହିଅଛି।ଜ୍ୟୋତି ମିଶ୍ର ବକ୍ସି ଜଗବନ୍ଧୁ ମହାବିଦ୍ୟାଳୟରେ ପଢୁଥିଲେ।ଏବେ ଆସନ୍ତୁ ଜାଣିବା ତାଙ୍କର ଫିଲ୍ମ ଜୀବନ ବିଷୟରେ।

ଅଭିନେତ୍ରୀ ଜ୍ୟୋତି ମିଶ୍ରଙ୍କ ଫିଲ୍ମ ଜୀବନ ୧୯୯୮ ମସିହାରେ ଆରମ୍ଭ ହୋଇଥିଲା।ସେ ପ୍ରଥମେ ଓଡ଼ିଆ ଆଲବମ ହିରୋଇନ ଭାବରେ କାର୍ୟ୍ଯ କରିଥିଲେ।ଏବଂ ତାଙ୍କର ଆଲବମର ଅନେକ ଝଲକ ସୋସିଆଲ ମିଡିଆରେ ରହିଅଛି।ଏବଂ ଦର୍ଶକମାନେ ଏବେ ମଧ୍ୟ ତାହା ଦେଖି ଆନନ୍ଦିତ ହୁଅନ୍ତି।ଏବେ ଆସନ୍ତୁ ଜାଣିବା ତାଙ୍କର ଓଡ଼ିଆ ଫିଲ୍ମ ଜଗତର ପ୍ରବେଶ ବିଷୟରେ।

ସେ ୧୯୯୮ ମସିହାରେ ଶୋଭାଗ୍ୟବତୀ କଥା ଚିତ୍ରରୁ ନିଜର ଅଭିନେତ୍ରୀ ଜୀବନ ଆରମ୍ଭ କରିଥିଲେ।ତାଙ୍କର ୧୯୯୯ରେ ଆସିଥିବା ତୋ ଆଖି ମୋ ଆଇନା ଗୀତ ଅନେକ ଲୋକପ୍ରିୟ ହୋଇଥିଲା।ଏବଂ୨୦୦୬ ମସିହାରେ ଆସିଥିବା ତୁ ଏକା ଆମ ସାହା ଭରସା ମଧ୍ୟ ଅନେକ ଲୋକପ୍ରିୟତା ହାସଲ କରିଥିଲା।ସେ ସିଦ୍ଧାନ୍ତଙ୍କ ସହ ମିଶି ଏକ ବଙ୍ଗାଳି ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ।ଜ୍ୟୋତି ମିଶ୍ର ୧୫ରୁ ଉର୍ଦ୍ଧ୍ଵ ଓଡ଼ିଆ ଫିଲ୍ମରେ ଅଭିନୟ କରିଛନ୍ତି।

ତୁ ଏକା ଆମ ସାହା ଭରସା, ଏଇଠି ସ୍ୱର୍ଗ ଏଇଠି ନର୍କ, ମାତୃଶକ୍ତି, ସିନ୍ଦୁର ନୁହେଁ ଖେଳଘର, ଧର୍ମ ସହିଲେ ହେଲା, ମା ମଙ୍ଗଳା, ମନ ରହିଗଲା ତୁମରି ଠାରେ, ବୋଉ, ତୋ ଆଖି ମୋ ଆଇନା ଏବଂ ସହର ଜଳୁଛି ତାଙ୍କର ଅନେକ ଲୋକପ୍ରିୟ ଫିଲ୍ମ ଅଟେ।କେବଳ ଏତିକି ନୁହେଁ ଜ୍ୟୋତି ମିଶ୍ର ଓଡ଼ିଆ, ବଙ୍ଗାଳି, ତେଲୁଗୁ ଓ ଛତିଶଗଡି ଫିଲ୍ମରେ ଅଭିନୟ କରିଛନ୍ତି।ତେବେ ଏହା ଥିଲା ଓଡ଼ିଆ ଅଭିନେତ୍ରୀ ଜ୍ୟୋତି ମିଶ୍ରଙ୍କ ଜୀବନୀ।

Leave a Reply

Your email address will not be published. Required fields are marked *