ବର୍ତମାନ ସମୟରେ ଏପରି ଅଛନ୍ତି ବବି ମିଶ୍ର – ନିଜ ଗାଁ ରେ ଏହି କାମ କରୁଛନ୍ତି..

Spread the love

ଆଜି ଆମେ ଆପଣ ମାନଙ୍କ ପାଖରେ ଏକ ବଡ଼ ଖବର ନେଇକରି ଆସିଛୁ।ଆମେ ଆପଣଙ୍କ ପାଖରେ ଅଭିନେତା ବବି ମିଶ୍ରଙ୍କର ଏକ ଭିଡିଓ ଦେଖାଇବାକୁ ଯାଉଛୁ ଯାହା କି ତାଙ୍କ କାନ୍ଦୁଥିବାର ଦୃଶ୍ୟ ସଭିଙ୍କ ସାମ୍ନାରେ ବୟାନ କରୁଛି।ସେ ନିଜ ଗ୍ରାମ ଭିତରୁ ଥାଇ ତାଙ୍କର ନିଜ ଫୋନ ଦ୍ୱାରା ଏକ ଭିଡିଓ ଶୁଟ କରିଛନ୍ତି।ସେହି ଭିଡିଓ ଟି ତାଙ୍କ ଗାଁ ର କରାଳ ଦୃଶ୍ୟ ବର୍ଣ୍ଣନା କରୁଛି ଯେଉଁ ଗାଁ କି ତାଙ୍କର ବାତ୍ୟା ପରେ ପୁରା ପୁରି ଜଳମଗ୍ନ ହେଇ ରହି ଯାଇଛି।ତାଙ୍କ ଗ୍ରାମର ଚାରି ଆଡ଼େ ଖାଲି ବନ୍ୟାଜଳ ଲାଗି ରହିଛି ଆଉ ସେ ଏକ ଭୂମି ଉପରେ ଠିଆ ହେଇ ତାଙ୍କର ଭିଡିଓ ଶୁଟ କରୁଛନ୍ତି ଆଉ ତାହା ଭିତରେ ସେ କିଛି କଥା ବର୍ଣ୍ଣନା କରିଛନ୍ତି ଯାହା କି ଆମକୁ ଶୁଣିବା ଦରକାର।ତ ଆସନ୍ତୁ ଜାଣିବା ସେ ନିଜର ଏହି ବ୍ୟକ୍ତିଗତ ଭିଡିଓରେ କଣ କହୁଛନ୍ତି ଆଉ ତାଙ୍କର ଦୃଶ୍ୟ ବାବଦରେ ଜାଣିବା।

ଭିଡିଓ ଭିତରେ ସେ ଏକ ଘାସ ଭୂମି ଉପରେ ଠିଆ ହେଇଥିବାର ନଜର ଆସୁଛନ୍ତି ଆଉ ହାତରେ ନିଜର ଫୋନ ଧରିଛନ୍ତି ଆଉ ତାଙ୍କ ଚାରି ଆଡ଼େ ପାଣି ହିଁ ପାଣି ଜମି ଯାଇଛି।ତା ପରେ ସେ ନିଜର ଫୋନ ଧରି ଆମକୁ କିଛି କହୁଛନ୍ତି।ସେ କହିଲେ

” ଆପଣ ମାନେ ଦେଖି ପାରୁଥିବେ କି ମୁଁ ଆମ ଗାଁର ଏକ ଖାଲି ଜାଗାରେ ଠିଆ ହେଇଛି ଆଉ ମୋ ଚାରି ପାଖ ଜଳମଗ୍ନ ହେଇ ଯାଇଛି।ବାତ୍ୟା ପରର ଦୃଶ୍ୟ ଅଟେ ଏହା ଆଉ ଆମ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହେଇ ଯାଇଛି। ମୋ ଚାରି ପଟରେ ଜଳ ହିଁ ଜଳ ଦେଖା ଯାଉଛି ଆଉ ମୋ ଠାରୁ ବହୁତ ଦୂରରେ କିଛି ଗ୍ରାମ ଦେଖାଯାଉଛି ଯାହା କି ଆମ ପାଖରେ ପହଞ୍ଚିବା ପାଇଁ ଅସୁବିଧା ଜନକ ଅଟେ।

ଏହା ବାତ୍ୟା ପରେ ନୁହଁ ବରଂ ବର୍ଷା ପରେ ଏପରି କରି ସାରିଛି।ଆମ ଗାଁ ରେ ବାତ୍ୟାରେ ପବନର ନୁହଁ ବରଂ ବର୍ଷାର ପ୍ରକୋପ ଅଧିକ ଥିଲା ଯାହା କି ଆମ ଗାଁକୁ ଜଳମଗ୍ନ କରି ଦେଇଛି।ତ ଆମ ଗାଁକୁ ବାହାରୁ ସାହାଯ୍ୟ ମିଳିବା ବହୁତ କଷ୍ଟକର ଅଟେ ଆଉ ମୁଁ ନିଜର ପ୍ରାଣପଣେ ଚେଷ୍ଟା କରୁଛି କି ଆମ ଗାଁକୁ କି ପ୍ରକାର ସାହାଯ୍ୟ ମିଳିପାରିବ।”

Leave a Reply

Your email address will not be published. Required fields are marked *