ଚନ୍ଦନ ଙ୍କ ଠାରୁ ଅଲଗା ହେବା ପରେ ପ୍ରଥମଥର କ୍ୟାମେରା ଆଗରେ ନିଜ ମନର ଦୁଃଖ କହିଲେ ଲିସା – କହିଲେ ସେ ବାହା ହେଇ ପିଲା ଛୁଆ ହେଇ ସାରିଲେଣି କିନ୍ତୁ…

Spread the love

ବନ୍ଧୁମାନେ ଆପଣ ସବୁ ଓଡ଼ିଆ ଧାରାବାହିକ ଜଗତର ଲୋକପ୍ରିୟ ଅଭିନେତ୍ରୀ ଛନ୍ଦିତା ପାଢ଼ୀଙ୍କୁ ତ ଭଲ ଭାବରେ ଚିଁହି ଥିବେ।ଏବେ ସେ ନିଜର ନକରାତ୍ମକ ଭୂମିକାରେ ଚମତ୍କାର ଅଭିନୟ କରିଛନ୍ତି।ତେବେ କୁହାଯାଏ କି ଗୋଟେ ନକରାତ୍ମକ ଭୂମିକା କରୁଥିବା ଲୋକର ସଫଳତା ସେତେବେଳେ ଦେଖା ଯାଏ ଯେତେବେଳେ ସାଧାରଣ ଲୋକମାନେ ସେ ଭୂମିକାଟିକୁ ଘୃଣା କରିଥାନ୍ତି।ତେବେ ଏହି ଭଳି ଭାବରେ ଛନ୍ଦିତା ଅନେକ ଧାରାବାହିକରେ କାମ କରି ସାରିଛନ୍ତି।ଏବେ ନିକଟରେ ଛନ୍ଦିତା ନିଜ ସମର୍ଥକମାନଙ୍କ ଦ୍ବାରା ପଚରା ଯାଇଥିବା ପ୍ରଶ୍ନ ସବୁର ଉତ୍ତର ଦେଉଥିଲେ।ତେବେ ସେଠାରେ କଣ ସବୁ ପ୍ରଶ୍ନ ପଚରା ଯାଇଥିଲା ଓ ସେ କଣ ସବୁ ଉତ୍ତର ଦେଇଥିଲେ ସେ ବିଷୟରେ ସମ୍ପୂର୍ଣ୍ଣ ଜାଣିବା ପାଇଁ ଆପଣ ଏହି ଆର୍ଟିକଲଟିକୁ ଭଲ ଭାବରେ ଶେଷ ଯାଏଁ ପଢନ୍ତୁ।

ତେବେ ଜଣେ ସମର୍ଥକ ପଚାରିଥିଲେ କି ଆପଣ ଚନ୍ଦନ ଭାଇଙ୍କୁ କେବେ ବିବାହ କରୁଛ, ତେବେ ଏହାର ଉତ୍ତରରେ ସେ ମଜାରେ କହିଥିଲେ କି ସେ ପରା ବାହା ହେଇ ତାଙ୍କର ପିଲା ଛୁଆ ହେଲାଣି।କାହିଁକି ତାଙ୍କରି ପଛରେ ଲାଗିଛ।ତେବେ ସେ ପୁଣି ଥରେ କହିଥିଲେ କି ଧାରାବାହିକରେ ତାଙ୍କ ଭୂମିକାରେ ସେ ସେମିତି ଅନ୍ୟ ସ୍ଵାମୀ ଉପରେ ନଜର ପକାଇଥାନ୍ତି।ଅସଲ ଜୀବନରେ ସେ ଏମିତି କରନ୍ତିନି।

ତେବେ ଏହାପରେ ଜଣେ ସମର୍ଥକ ପଚାରିଥିଲେ କି ଆପଣ ନିଜ ନୂଆ ଧାରାବାହିକକୁ ନେଇ କେତେ ଉତ୍ସାହିତ ଅଛନ୍ତି।ତେବେ ସେ କହିଥିଲେ କି ସେ ବହୁତ ହିଁ ଉତ୍ସାହିତ ଅଛନ୍ତି।କାରଣ ଏଥର ସେ କିଛି ନୂଆ ଭୂମିକାରେ ଅଭିନୟ କରୁଛନ୍ତି।ତେବେ ସେ କହିଛନ୍ତି କି ସେ ଏବେ ଏତେ ବ୍ୟସ୍ତ ଅଛନ୍ତି କି ତାଙ୍କର ବାହା ହେବା ପାଇଁ ଟିକେ ବି ସମୟ ନାହିଁ।

ତେବେ ଜଣେ ସମର୍ଥକ କହିଥିଲେ କି ଦିଦି ଚନ୍ଦନ ଭାଇ ଆଉ ଆପଣଙ୍କର ଯୋଡି ମସ୍ତ ଥିଲା।ତେବେ ସେଥି ଛନ୍ଦିତା କହିଛନ୍ତି କି ଥିଲା ନୁହଁ ଏବେ ବି ଆଗକୁ ସେ ନୂଆ ଧାରାବାହିକଟି ମଙ୍ଗୁଳା କନ୍ୟରେ ତାଙ୍କ ଯୋଡିକୁ ଦେଖିବାକୁ ମିଳିବ।ତେବେ ସେ ନିଜ ପାଖେ ଥିବା ଅଭିନେତ୍ରୀଙ୍କର ମଧ୍ୟ ପରିଚୟ ଦେଇଥିଲେ।ତେବେ ସେ ନିଜ ସମର୍ଥକମାନଙ୍କୁ ପାଇଁ କହିଛନ୍ତି କି ନିଶ୍ଚିତ ଭାବେ ସେମାନେ ତାଙ୍କର ଏହି ନୂଆ ଭୂମିକାକୁ ପସନ୍ଦ କରିବେ।

ତେବେ ସେ ଏହା ମଧ୍ୟ କହିଛନ୍ତି କି ତାଙ୍କ ସମର୍ଥକମାନଙ୍କର ଅପେକ୍ଷାକୁ ସେ କେବେ ହେଲେ ବୃଥା ଯିବାକୁ ଦେବେନି।ଏହା ସହ ସେ କହିଛନ୍ତି କି ଏହି ଧାରାବାହିକଟି ଏକ ସିଦ୍ଧାର୍ଥ ଟିଭି ନାମକ ନୂଆ ଚ୍ୟାନେଲରେ ଦେବ।ତେଣୁ ଏହାକୁ ଦେଖିବା ପାଇଁ ନିଜ କେବୁଲ ବା ଷ୍ଟାର ଅପରେଟରକୁ କହି ସେ ଚ୍ୟାନେଲଟିକୁ ନିଜ ଟିଭିରେ ଆଣି ଦିଅନ୍ତୁ।ତେବେ ଏହା ସହ ଅନେକ ଅଲଗା ଧାରାବାହିକ ଓ ବହୁତ ଯାତ୍ରା ମଧ୍ଯ ଆପଣ ଏହି ଚ୍ୟାନେଲରେ ଦେଖି ପାରିବେ।ତେବେ ଏହା ସହ ନମିତା ଅଗ୍ରୱାଲଙ୍କର ସବୁ ଭଜନ ମଧ୍ୟ୍ୟ ଏଠି ଶୁଣି ପାରିବେ।ତେବେ ସେ ନିଜର ସମର୍ଥକମାନଙ୍କୁ ତାଙ୍କୁ ଏହିଭଳି ଭଲ ପାଇବା ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *