କେବେ ସୁମିତଙ୍କ Hrudaya ରେ ମିଳିବ ଜାଗା?ଆଇନ ଦେଲା ଅଧିକାର କିନ୍ତୁ ସୁମିତଙ୍କ ହାର୍ଟରେ ଜାଗା ପାଉନାହାଁନ୍ତି କାହିଁକି…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା ସୁମିତ ଏବଂ ତପସ୍ୱିନୀଙ୍କ ବିଷୟରେ କିଛି ବିଶେଷ ତଥ୍ୟ।ତେବେ ଏହି ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ତ ଏହି କେସ ବିଷୟରେ ଜାଣିଥିବେ।ଏହା ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ବର୍ତ୍ତମାନ ଯେଉଁ ଖବର ମିଳିଛି ସେହି ଅନୁସାରେ ଏତେ ଦିନର ତପସ୍ୟା ପରେ ଶ୍ୱଶୁର ଘରକୁ ଗଲେ ତପସ୍ୱିନୀ।ଶ୍ୱଶୁର ଘରେ ସିନା ସ୍ଥାନ ପାଇଗଲେ ଡିମ୍ପଲ କିନ୍ତୁ ସୁମିତଙ୍କ ହୃଦୟରେ ଏପର୍ଯ୍ୟନ୍ତ ମଧ୍ୟ ସ୍ଥାନ ପାଇପାରିନାହାନ୍ତି ତପସ୍ୱିନୀ।ସେ କାଲି ମଧ୍ୟ ଏକା ଥିଲେ ଆଉ ଆଜି ମଧ୍ୟ ଏକା।ଜିଦ କରି ସିନା ଡିମ୍ପଲ ଶ୍ୱଶୁର ଘର ଭିତରକୁ ପଶିଗଲେ।

କିନ୍ତୁ ସୁମିତଙ୍କ ହୃଦୟରେ ଜାଗା ପାଇବା ଏତେ ସମ୍ଭବ ନୁହେଁ।ଆଜି ବି ତପସ୍ୱିନୀଙ୍କୁ ଦେଖିବାକୁ ଚାହୁଁନାହାନ୍ତିକି?ତାଙ୍କ ସାମ୍ନାକୁ ଆସୁ ନାହାନ୍ତି ଡାକ୍ତର ସୁମିତ।ଦେହ ଖରାପର ବାହାନା କରି କେଉଁଆଡ଼େ ଗାୟାବ ହୋଇଯାଇଛନ୍ତି ସେ।ଆଶା କରାଯାଉଥିଲା ତପସ୍ୱିନୀଙ୍କ ଗୃହ ପ୍ରବେଶ ପରେ ଏହି ସବୁ ବଡ ବିବାଦର ଅନ୍ତ ଘଟିବ।

କିନ୍ତୁ ସୁମିତ ସୁଧୁରିବା ପରି ମନେ ହେଉ ନାହାନ୍ତି।ଅନ୍ୟ ପଟେ ପୁଅ ପରେ ପରେ ବାପା ପ୍ରମୋଦ ମଧ୍ୟ କରଛଡା ଦେଲେଣି।ଆପଣମାନେ ତ ଜାଣିଥିବେ ପୂର୍ବରୁ ତପସ୍ୱିନୀ ଶ୍ୱଶୁର ଘର ନାଁରେ କେସ କରି ଥାନାରେ ଅଭିଯୋଗ ଆଣିଥିଲେ।ଏବେ ପୁଣିଥରେ ପୁରୁଣା କଥା ଦୋହରିବା ଆଶଙ୍କା କରି ଘର ଛାଡ଼ିଛନ୍ତି ସୁମିତଙ୍କ ବାପା।

ଶରୀରର କ୍ଷତ ସିନା କିଛି ଦିନରେ ପୁର୍ଣ ହୋଇଯାଏ କିନ୍ତୁ ମନରେ ହୋଇଥିବା କ୍ଷତ କେବେହେଲେ ଏତେ ଜଲଦି ପୂର୍ଣ୍ଣ ହୋଇ ନଥାଏ।ହୁଏତ ତପସ୍ୱିନୀ କରିଥିବା ଅତୀତର କାମ ପାଇଁ ଅଭିମାନ କରିଛନ୍ତି ପ୍ରମୋଦ।ତପସ୍ୱିନୀ କରିଥିବା ଅତୀତର ଭୁଲକୁ କ୍ଷମା କରିପାରି ନାହାନ୍ତି ଶ୍ୱଶୁର ପ୍ରମୋଦ ସାହୁ।ଫଳରେ ପୁରା ଘର ଏବେ ପୁରୁଷ ଶୂନ୍ୟ।

ଏବେ ପ୍ରଶ୍ନ ଉଠିଛିଯେ କାହାକୁ ବୁଝାଇବେ ଏବଂ କାହାକୁ ନେଇ ଘର ସଂସାର କରିବେ ତପସ୍ୱିନୀ।ପୁଣିଥରେ କଣ ତପସ୍ୱିନୀ ଫେରିପାଇବେ ସେହି ପୁରୁଣା ପ୍ରେମ?ନା ସୁମିତଙ୍କୁ ପାଇବା ପାଇଁ ତପସ୍ୱିନୀ ପାର୍ବତୀଙ୍କ ପରି କିଛି ଭିନ୍ନ ପ୍ରଥା ଆପଣେଉଛନ୍ତି ତାହା ଦେଖିବାକୁ ବାକି ରହିଲା।ବର୍ତ୍ତମାନ ସମୟରେ ଏହା ସବୁଠାରୁ ବଡ଼ ପ୍ରଶ୍ନ ହୋଇଛି।ତେବେ ଆଗକୁ ଜଣାପଡିବ ତପସ୍ୱିନୀ ସୁମିତଙ୍କୁ ଫେରିପାଇବେ କିମ୍ବା ନାହିଁ।

Leave a Reply

Your email address will not be published. Required fields are marked *