ମୁଖ୍ୟମନ୍ତ୍ରୀ ଙ୍କ ଓଡିଶା ପାଇଁ ସବୁଠୁ ବଡ ଯୋଜନା – ସୁମଙ୍ଗଳ ଯୋଜନା ଘୋଷଣା କଲେ – ବିବାହ କଲେ ସମସ୍ତଙ୍କୁ ମିଳିବ ୨.୫ ଲକ୍ଷ ଟଙ୍କା – ଦେଖନ୍ତୁ କିପରି ଆବେଦନ କରିବେ

Spread the love

ଆମ ସମାଜରେ ସାଧାରଣତଃ ଜାତି ଗତ ଭେଦଭାବ ଅଧିକ ମାତ୍ରାରେ ଦେଖାଯାଇଥାଏ।ଫଳରେ ଆମ ସମାଜରେ ଉଚ୍ଚନିଚ୍ଚ ଭାବନା ଆଜି ମଧ୍ୟ ରହିଛି।ଆମେ ଏକବିଂଶ ଶତାବ୍ଦୀରେ ପହଞ୍ଚି ସାରିଥିଲେ ମଧ୍ୟ ଆଜି ବି ସମାଜରେ ଛୁଆଁ ଅଛୁଆଁ ଭେଦଭାବ ଦେଖିବାକୁ ମିଳୁଛି।ଅନେକ ଜାତିର ଲୋକ ମାନଙ୍କୁ ଆଜି ମଧ୍ୟ ନିଚ୍ଚ ଜାତି ବୋଲି ବିଚାର କରାଯାଉଛି।ସେମାନଙ୍କୁ ଉପଯୁକ୍ତ ବ୍ୟବହାର ମଧ୍ୟ ସାଧାରଣ ଲୋକ ମାନେ ଦେଖାଉ ନାହାଁନ୍ତି।ତେବେ ଏହି ସବୁ ଭେଦଭାବକୁ ଦୂର କରିବା ପାଇଁ ସରକାର ଏକ ଯୋଜନା ଆରମ୍ଭ କରିଛନ୍ତି।

ଏହି ଯୋଜନା ଅନୁସାରେ ଯଦି ସମାଜରେ ପ୍ରଚଳିତ ନିୟମ ଅନୁସାରେ କୌଣସି ଉଚ୍ଚ ଜାତିର ଲୋକ ତାର ଜାତି ଠାରୁ ନୀଚ୍ଚ ଜାତିରେ ବିବାହ କରିଥାଏ ତେବେ ସେହି ବ୍ୟକ୍ତି ବା ମହିଳାଙ୍କୁ ସରକାରଙ୍କ ତରଫରୁ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ମିଳିବ।ତେବେ ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ସମାଜରେ ଚାଲିଥିବା ଏହି ସବୁ କୁ ପ୍ରଥାର ଉଛେଦ କରିବା।ସମାଜରେ ଆଜି ମଧ୍ୟ ଏଭଳି ଭାବନା ଥିବା ଏକ ନିନ୍ଦନୀୟ ଘଟଣା।ତେବେ ସରକାର ନିଜର ଏହି ପ୍ରୟାସ ମାଧ୍ୟମରେ ସମାଜରେ ଚାଲିଥିବା ଏହିଭଳି କୁସଂସ୍କାରକୁ ଉଚ୍ଛେଦ କରିବା ପାଇଁ ପ୍ରୟାସ କରୁଛନ୍ତି।

ତେବେ ସରକାରଙ୍କର ଏହି ଯୋଜନା କେତେ ମାତ୍ରାରେ ସଫଳ ହେଉଛି ତାହା କେବଳ ସମୟ ବିଚାର କରିବ।ଏହା ସହିତ ଆମ ସମାଜରେ ଆମ ଲୋକମାନେ ଯଦି ସଚେତନ ହୋଇ ପାରନ୍ତେ ତେବେ ସରକାରଙ୍କୁ ଏହି ସବୁ ଯୋଜନା ପ୍ରଣୟନ କରିବାର ଆବଶ୍ୟକତା ପଡ଼ି ନଥାନ୍ତା।ଏହି ଯୋଜନାରେ ଆବେଦନ କରିବା ପାଇଁ ପ୍ରଥମେ ଆପଣଙ୍କୁ ଆପଣଙ୍କ ଠାରୁ ତଳ ଜାତିରେ ବିବାହ କରିବାକୁ ପଡ଼ିବ।ଏହା ସହିତ ଆପଣ ବିବାହ କରିବା ପରେ ଏହି ଯୋଜନାରେ ଆବେଦନ କରି ପାରିବେ।

ତେବେ ଏହି ଯୋଜନାରେ ଆବେଦନ କରିବା ପାଇଁ ଆପଣଙ୍କୁ ଆବଶ୍ୟକ କାଗଜ ପତ୍ର ଗୁଡ଼ିକ ହେଉଛି ଆପଣଙ୍କର କୌଣସି ଏକ ପରିଚୟ ପତ୍ର,ଆପଣଙ୍କ ବିବାହର ପ୍ରମାଣ ପତ୍ର,ଆପଣଙ୍କର ଏକ ଫଟୋ,ଆପଣଙ୍କ ବିବାହ ସମୟର ଫଟୋ।ଆପଣ ଏହାକୁ ଆବେଦନ କରିବା ପାଇଁ ପ୍ରଥମେ ଗୁଗଲରେ ସୁମଙ୍ଗଳ ଯୋଜନା ସର୍ଚ୍ଚ କରନ୍ତୁ।ଏହାପରେ ଆପଣ ଏଥିପାଇଁ ଆବଶ୍ୟକ ହେଉଥିବା ସମସ୍ତ କାଗଜ ପତ୍ରର ନକଲ ଆପଣଙ୍କୁ ଅନଲାଇନ ମାଧ୍ୟମରେ ପୂରଣ କରିବାକୁ ପଡ଼ିବ।ଏହା ସହିତ ଏଥିପାଇଁ ଆବଶ୍ୟକ ହେଉଥିବା ଆବେଦନ ପତ୍ର ଆପଣଙ୍କୁ ପୂରଣ କରିବାକୁ ପଡ଼ିବ।

ଆବେଦନ ପତ୍ର ପୂରଣ କରିବା ପରେ ଆପଣ ନିଜର ଏହି ଆବେଦନ ପତ୍ରକୁ ସରକାରଙ୍କ ନିକଟକୁ ପଠାଇ ପାରିବେ।ଏହାପରେ ଏହା ସମ୍ପର୍କିତ କର୍ମଚାରି ଆପଣ ଦେଇଥିବା କାଗଜ ପତ୍ରର ଉପଯୁକ୍ତ ଯାଞ୍ଚ କଲାପରେ ଆପଣ ଏହି ଯୋଜନାରେ ଅଂଶ ଗ୍ରହଣ କରି ପାରିବେ ନା ନାହିଁ ତାହା ଘୋଷଣା କରିବେ।ଏହା ସହିତ ଆପଣଙ୍କୁ ଏହି ଯୋଜନା ସହ ଜଡ଼ିତ ଅର୍ଥ ରାଶି ପ୍ରଦାନ କରାଯିବ।ତେବେ ଆମେ ଯଦି ନିଜେ ସଚେତନ ହେବା ସହିତ ସମାଜରେ ସମସ୍ତଙ୍କୁ ସମାନ ନଜରରେ ଦେଖିବା ତେବେ ସରକାରଙ୍କୁ ଏହି ଭଳି ଯୋଜନା ସମ୍ପକରେ ଚିନ୍ତା କରିବାକୁ ପଡ଼ିବ ନାହିଁ।

Leave a Reply

Your email address will not be published. Required fields are marked *