କଣ ଆପଣ ଦେଖୁଛନ୍ତି ଏହି fabulous ସ୍ୱପ୍ନ,ଜାଣନ୍ତୁ କିପରି ଜାଣିବେ ଏହା ଆପଣଙ୍କ ପାଇଁ ଶୁଭ ବୋଲି,ପଢ଼ନ୍ତୁ ସମ୍ପୂର୍ଣ୍ଣ ବିବରଣୀ….

Spread the love

ରାତିରେ ସମସ୍ତେ କିଛି ନା କିଛି ସ୍ୱପ୍ନ ଦେଖି ଥାଆନ୍ତି। ଅତି ଛୋଟ ଘଟଣା ଠାରୁ ଆରମ୍ଭ କରି କିଛି ବଡ଼ ଘଟଣା ପର୍ଯ୍ୟନ୍ତ ପ୍ରତ୍ୟେକ ମଣିଷ କିଛି ନା କିଛି ସ୍ୱପ୍ନ ଦେଖିଥାଏ। କିଛି ସ୍ୱପ୍ନର କିଛି ମୂଲ୍ୟ ନ ଥାଇ ମଧ୍ୟ ତାହା ଆମ ଦୈନନ୍ଦିନ ଜୀବନରେ ଅଧିକ ପ୍ରଭାଵ ପକାଇଥାଏ। ତେବେ ଆସନ୍ତୁ ଜାଣିବା କେମିତିକା ସ୍ୱପ୍ନ ହୋଇପାରେ ଆପଣଙ୍କ ପାଇଁ ଆନନ୍ଦଦାୟକ।

ପୁରାଣ ସ୍ୱପ୍ନ ଅନୁସାରେ ଭଲ ସ୍ୱପ୍ନ ଦେଖିବା ନିଜ ପାଇଁ ଭଲ ହୋଇଥାଏ। ମାତ୍ର ଆପଣ ଏହି ଭଲ ସ୍ୱପ୍ନ ଦେଖିବା ପରେ ନିଦ ଭାଙ୍ଗିଗଲେ ସଙ୍ଗେ ସଙ୍ଗେ ଶୁଅନ୍ତୁ ନାହିଁ। ଭଗବାନଙ୍କୁ ନିଜର ସେ ସ୍ୱପ୍ନ ପାଇଁ ଧନ୍ୟବାଦ ଜଣାନ୍ତୁ। ଏହି ସ୍ୱପ୍ନ ସମ୍ପର୍କରେ କାହାକୁ ଜଣାନ୍ତୁ ନାହିଁ। ତେବେ ଯାଇ ଏହା ସତ୍ୟରେ ପରିଣତ ହେବ।

୧୨ ଟା ରୁ ୨ ଟା ଭିତରେ ଦେଖୁଥିବା ଖରାପ ସ୍ୱପ୍ନ ପାଇଁ ଭଗବାନ ଶିବଙ୍କ ଧ୍ୟାନ କରନ୍ତୁ। ବାରମ୍ବାର ଏପରି ଦେଖିଲେ ଭଗବାନ ଶିବ ଏବଂ ଭଗବାନ ହନୁମାନଙ୍କ ଧ୍ୟାନ କରନ୍ତୁ। ପ୍ରାତଃ ସମୟରେ ଶିବ ମନ୍ଦିର ଯାଇ ଦର୍ଶନ କରନ୍ତୁ। ହନୁମାନ ଚାଳିସା ଜପ କରନ୍ତୁ। ଏହି ସ୍ୱପ୍ନ ଅର୍ଥହିନ ଅଟେ ଏବଂ ଶାରୀରିକ ଜୀବନକୁ ପ୍ରଭାବିତ କରିଥାଏ।

ରାତି ୨ ଟା ପରେ ଦେଖୁଥିବା ସ୍ୱପ୍ନ ଭଲ ହୋଇ ନ ଥାଏ। ଯେଉଁ ଗୁଡିକ ଭଲ ହୋଇଥାଏ, ତାହାର ଫଳ ଦୁଇ ବର୍ଷ ମଧ୍ୟରେ ଜାଣି ହୁଏ। ରାତି ୩ ଟା ପରେ ଦେଖୁଥିବା ସ୍ୱପ୍ନ ଆଗାମୀ ୬ ମାସ ମଧ୍ୟରେ ପୂର୍ଣ୍ଣ ହୁଏ ଏବଂ ରାତି ୪ ଟା ପରେ ଦେଖୁଥିବା ସ୍ୱପ୍ନ ୩ ମାସ ପରେ ସଫଳ ହୁଏ। ଦିନରେ ଦେଖୁଥିବା ସ୍ୱପ୍ନର କୌଣସି ଫଳ ନ ଥାଏ।

ଛୋଟ ଛୁଆଙ୍କୁ କୋଳରେ ଧରିଥିବା ସ୍ୱପ୍ନ ଆପଣଙ୍କ ପାଇଁ ଶୁଭ ସଂକେତ ଦେଇଥାଏ। ଠାକୁରଙ୍କୁ ଏଥିପାଇଁ ପ୍ରାର୍ଥନା କରିବା ଆବଶ୍ୟକ। ପାରା ସ୍ୱପ୍ନ ଆପଣଙ୍କ ଶରୀରର ରୋଗ ଭଲ ହୋଇ ଯିବାର ଉତ୍ତର ଦେଇଥାଏ। ସ୍ୱପ୍ନରେ ନିଜ ଭାଇ କଥା ମନେ ପଡିଲେ ନୂତନ ବନ୍ଧୁ ମିଳୁବାର ଆଶା ଦେଇଥାଏ। ସ୍ୱପ୍ନରେ ଠାକୁରମାନଙ୍କୁ ଦେଖିଲେ ନିଜ ଜୀବନର ଉତ୍ତମ କଥା ବାର୍ତ୍ତା ସମ୍ପର୍କରେ ସମସ୍ୟା ଏବଂ ଏହାର ସମାଧାନ ସମ୍ପର୍କରେ ଜାଣି ହୁଏ।

Leave a Reply

Your email address will not be published. Required fields are marked *