ସବୁ ଅଣ୍ଟା ବିନ୍ଧା ପାଇଁ କଣ ସର୍ଜରି ଆବଶ୍ୟକ ରହିଛି,ଅଣ୍ଟା ବିନ୍ଧା (LowerBack) ର କାରଣ କ’ଣ,ଏହାର ଚିକିତ୍ସା କେମିତି ହୁଏ,ଡାକ୍ତର ସିମାଞ୍ଚଳ ମହାପାତ୍ର ଏ ବିଷୟରେ କ’ଣ କହୁଛନ୍ତି

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ଆମ ସମାଜରେ ଅନେକ ଲୋକଙ୍କର ଦେଖିବେ ଅଣ୍ଟା ବିନ୍ଧା ସମସ୍ୟା ଥାଏ।ଯାହାର ଏହି ସମସ୍ୟା ଥାଏ ସେମାନଙ୍କ ଗୋଟିଏ ପ୍ରଶ୍ନ ଥାଏ ଯେ କଣ ଆମର ସର୍ଜରି ହେବ କି?

ତେବେ ଆପଣଙ୍କୁ ଜାଣିବା ଉଚିତ ଯେ ସବୁ ଅଣ୍ଟା ବିନ୍ଧା ରୋଗୀଙ୍କୁ ସର୍ଜରି ହୁଏ ନାହିଁ।ଏହି ଭ୍ରାନ୍ତ ଧାରଣା ପାଇଁ ଅନେକ ଲୋକ ହଇରାଣ ହୁଅନ୍ତି ଏବଂ ନିଜର କଷ୍ଟକୁ ସହି ଘରେ ରୁହନ୍ତି।୮୦ ପ୍ରତିଶତ ଅଣ୍ଟା ବିନ୍ଧା ଔଷଧ ଏବଂ ଘରୋଇ ଉପଚାରରେହିଁ ଭଲ ହୋଇଯାଇଥାଏ।ଅଣ୍ଟା ବିନ୍ଧା ମୁଖ୍ୟତଃ ବୟସ୍କ ବ୍ୟକ୍ତିଙ୍କର ଅଧିକ ହୋଇଥାଏ

ଏବଂ ଯେଉଁ ମାନଙ୍କ ବସିବା ଢଙ୍ଗ ଖରାପ ଥାଏ ଓ ଅଧିକ ସମୟ ଧରି ସେହିଭଳି ବସୁଥାନ୍ତି ସେମାନଙ୍କର ହୋଇଥାଏ।ସମସ୍ତିଙ୍କର ସର୍ଜରି ଦରକାର ହୁଏ ନାହିଁ କେବଳ ଦଶରୁ ୨ ପ୍ରତିଶତ ଲୋକଙ୍କର ସର୍ଜରି ଦରକାର ହୋଇଥାଏ।ଆମ ଅଣ୍ଟା ଅନେକ ପଦାର୍ଥକୁ ନେଇ ଗଠିତ ହୋଇଥାଏ ଯଦି ସେଥିରେ କିଛି ଭୁଲ ହୋଇଥାଏ

ତେବେ ଆମର ଅଣ୍ଟା ବ୍ୟଥା ହୁଏ।ଯଦି ଆମେ ହଠାତ ନଇଁକରି ଏକ ଓଜନିଆ ଜିନିଷ ଟେକିଥାଉ ତେବେ ଆମ ଅଣ୍ଟା ଧରିଥାଏ।ସେଥିରେ ଅଳ୍ପ ମାଂସପେଶୀ ଛିଣ୍ଡିଥାଏ ଓ କିଛି ଦିନ ଭିତରେ ଭଲ ହୋଇଯାଏ।ଅଣ୍ଟାକୁ ରେଷ୍ଟ ଦେଲେ କିମ୍ବା କିଛି ଛୋଟ ମେଡ଼ିସିନ ଦେଲେ ତାହା କମିଯାଏ।ଯଦି ଅଣ୍ଟା ପାଇଁ ଆପଣଙ୍କୁ କୌଣସି ଡାକ୍ତର କହିଥାନ୍ତି ଅପରେସନ ଦରକାର

ତାହା ଆଗରୁ ଆପଣଙ୍କୁ ଅନ୍ୟ କାହାକୁ ନିହାତି ଦେଖାଇବା ଦରକାର କାରଣ ଅଣ୍ଟା ବ୍ୟଥା ଏକ ଛୋଟ ଜିନିଷ ନୁହଁ କିମ୍ବା ଏକ ସିଭିଅର ଜିନିଷ ନୁହଁ।ଏହାକୁ ପ୍ରାଞ୍ଜଳ ଭାବରେ ବୁଝି ତାର ଚିକିତ୍ସା ଡିସାଇଡ଼ କରିବା ଡାକ୍ତରର ଏକ୍ସପିରିଏନ୍ସ ଉପରେ ନିର୍ଭର କରିଥାଏ।୮୦ ପ୍ରତିଶତ ଲୋକ ଔଷଧରେ ଓ ଚିକିତ୍ସାରେ ଭଲ ହୋଇଯାନ୍ତି।

ବାକି ୨୦ ପ୍ରତିଶତ ଲୋକ ଯେତେବେଳେ ଚିକିତ୍ସା ଫେଲ୍ୟୁଅର ହୁଏ ସେତେବେଳେ ସର୍ଜରି ଦରକାର ହୋଇପାରେ।କିମ୍ବା ଦରକାର ନହୋଇ ପାରେ।ଆମେ ସବୁବେଳେ ଏହା ଜାଣିବା ଦରକାର ଯେ ଯେଉଁ ଡାକ୍ତର ଯାହା କହୁଛି ତାହା ଆମକୁ ଭଲ ଭାବରେ ବର୍ଣ୍ଣନା କରିବ ଏବଂ ଆମେ ତାହାକୁ ଭଲ ଭାବରେ ବୁଝିବା।

ଯଦି ଗୋଟିଏ ରୋଗୀର ଔଷଧ ଖାଇବା ଦ୍ୱାରା ଏହା ଭଲ ହୋଇଯାଇଥାଏ ଏବଂ ଆମେ ତାହାକୁ ଅପରେସନ କରିଥାଏ ତାହା ମଧ୍ୟ ଉଚିତ ନୁହଁ।ତାର ଔଷଧର ଆଡିକସନ ହୋଇଯାଇଥାଏ ଏବଂ ସେ ପୁନର୍ବାର ଔଷଧ ଖାଇଥାଏ।ଏଥିପାଇଁ ଆମେ ସଠିକ ଚିକିତ୍ସା ଏବଂ ମେଡ଼ିସିନ ମାଧ୍ୟମରେ ପ୍ରଥମେ ଏହି ରୋଗକୁ ଭଲ କରିବାକୁ ଚେଷ୍ଟା କରିବା।

Leave a Reply

Your email address will not be published. Required fields are marked *