ମାଳିକା ଵିଚାର – ମାଳିକା କୁ ବିଶ୍ୱାସ ନ କରୁଥିବା ଲୋକଙ୍କ ପାଇଁ ଏହି ଚେତାବନୀ ମିଳିଲା – ଜାଣିରଖନ୍ତୁ କଣ ହେବ ଭବିଷ୍ୟତ

Spread the love

ମହାପୁରୁଷ ଅଚ୍ୟୁାନନ୍ଦ ନିଜର ମାଳିକାରେ ଯେଉଁ ସବୁ ଭବିଷ୍ୟବାଣୀ କରିଯାଇଛନ୍ତି ତାହା ସବୁ ଧୀରେ ଧୀରେ ସତ ହେବାରେ ଲାଗିଛି।କିଏ ଜାଣିଲା ଏପରି କିଛି ସମୟ ଆସିବ ଯେତେବେଳେ ସେ ରଚନା କରିଥିବା ସମସ୍ତ ଘଟଣା ସତ୍ୟ ହୋଇଯିବ ଓ ଏହି ସଂସାର ସମାପ୍ତ ହୋଇଯିବ।ଆମେ ସମସ୍ତେ କେବଳ ଏହି ମାଳିକା ଉପରେ ବିଶ୍ୱାସ କରୁନାହୁଁ ବର୍ତ୍ତମାନ ଏହି ମାଳିକାର ସମସ୍ତ କଥା ସତ୍ୟ ମଧ୍ୟ ହେବାରେ ଲାଗିଛି।ଏହାର ଅର୍ଥ ଏହି ମାଳିକା ଅବ୍ୟର୍ଥ ନୁହେଁ ଏହାର ସମସ୍ତ କଥା କେବେ ନ କେବେ ସତ୍ୟ ହେବ।

ଏହି ମାଳିକାରେ କୁହାଯାଇଛି ସମସ୍ତ କୁପୁତ୍ର ମାନେ ଜନ୍ମ ନେବେ ଓ ସେମାନେ କୁସଂଗରେ ପଡ଼ି ନଷ୍ଟ ହେବେ। ଅର୍ଥାତ ସେ ଏହି ସମୟରେ ଅନେକ ପୁତ୍ର ଜନ୍ମ ହେବେ ଯେଉଁମାନେ ନିଜର କର୍ମକୁ ଠିକ ଭାବରେ କରିବେ ନାହିଁ।ନିଜର ପୁତ୍ର ହେବାର ଧର୍ମକୁ ସଠିକ ଭାବରେ ପାଳନ କରିବେ ନାହିଁ।ଏହା ସହିତ ସେମାନେ ସର୍ବଦା ଖରାପ କାର୍ଯ୍ୟରେ ଲିପ୍ତ ରହିବେ।ସେମାନେ କେବେ ମଧ୍ୟ ଭଲ ବ୍ୟକ୍ତିଙ୍କ ସହ ବନ୍ଧୁତା କରିବେ ନାହିଁ।ସେମାନେ ସର୍ବଦା ନିଜର ସ୍ବାର୍ଥ ଦେଖି କାର୍ଯ୍ୟ କରିବେ।ନିଜର ପିତା ଓ ମାତାଙ୍କୁ ଉପଯୁକ୍ତ ସମ୍ମାନ ଦେବେ ନାହିଁ।

ଭଗବାନ ଅଚ୍ୟୁତ ଲେଖିଛନ୍ତି କି ଲୋକମାନେ ନିଜକୁ ନର୍କରୁ ଉଦ୍ଧାର କରିବା ପାଇଁ ପୁତ୍ର ସନ୍ତାନ ଇଚ୍ଛା କରନ୍ତି।କିନ୍ତୁ ଏଭଳି ସମୟ ଆସିବ କେବଳ କୁପୂତ୍ର ମାନେ ଜନ୍ମ ନେବେ ଓ ସେମାନେ ନିଜର ଅନେକ ପ୍ରକାରର କୁକର୍ମ ଦ୍ଵାରା ନିଜର ପିତା ଓ ମାତାଙ୍କୁ ଅନେକ ପ୍ରକାରର ଅସୁବିଧାରେ ପକାଇବେ।ଏହା ସହିତ ସେମାନେ ନିଜର ତଥା ନିଜର ପରିବାରର କଲ୍ୟାଣ ପାଇଁ କେବେ ମଧ୍ୟ ତତ୍ପର ହେବେ ନାହିଁ।ଏହି ପୁତ୍ରମାନେ କେବଳ ନିଜର ସ୍ବାର୍ଥ ପାଇଁ କାର୍ଯ୍ୟ କରିବେ।

ଯେଉଁ ବ୍ୟକ୍ତି ମାନେ ନିଜର ପୁତ୍ର ସନ୍ତାନ ପ୍ରାପ୍ତି ନିମନ୍ତେ କନ୍ୟା ଭ୍ରୁଣ ହତ୍ୟା କରିବେ ସେହି ବ୍ୟକ୍ତିମାନେ କେବଳ କୂପୁତ୍ର ମାନଙ୍କୁ ଜନ୍ମ ଦେବେ।ଯାହା ଫଳରେ ଏହି ସଂସାରରେ କେବଳ ଘୋର ପାପ ଓ ଅନ୍ୟାୟ ଖେଳିଯିବ।ଏହି ପୁତ୍ର ସନ୍ତାନ ମାନେ କେବଳ ନିଜର ଓ ସଂସାରର ଅନିଶ୍ଟ କରିବା ବ୍ୟତୀତ ଏମାନେ ଅନ୍ୟ କିଛି କାର୍ଯ୍ୟ କରିବେ ନାହିଁ।ଏହା ସହିତ ସମସ୍ତ ମୂର୍ଖମାନେ ଏହି ସଂସାରରେ କହି ବୁଲିବେ ଯେ ମାଳିକା ହେଉଛି ମିଥ୍ୟା।ସେମାନେ ମାଳିକାକୁ ସମ୍ମାନ ଦେବେ ନାହିଁ।ଏହାକୁ ତୁଚ୍ଛ ମନେ କରିବେ।

ଏହା ସହ ଯେତେ ଦାମ୍ଭିକ ମାନେ ରହିଛନ୍ତି ସେମାନେ ଭଗବାନଙ୍କୁ ସମ୍ମାନ କରିବେ ନାହିଁ ଫଳରେ ସେମାନଙ୍କୁ ମାତା କାଳୀ ନାଶ କରିବେ।ତେଣୁ ଆମେ ସମସ୍ତେ ଭଗବାନଙ୍କ ନିକଟରେ ନିଜକୁ ଅର୍ପିତ କରିବା ସହିତ କିଭଳି ଭାବରେ ସମଗ୍ର ସଂସାରକୁ ଏହି କୁସମୟରୁ ବାହାରକୁ ଆଣିବା ସେଥିପାଇଁ ଭଗବାନଙ୍କ ନିକଟରେ ନିଜକୁ ଅର୍ପଣ କରିବା ସହିତ ନିଜର ତଥା ଅନ୍ୟ ମାନଙ୍କ କର୍ମରେ ସୁଧାର ଆଣିବାକୁ ଚେଷ୍ଟା କରିବା ଆବଶ୍ୟକ।ଏହା ସହିତ ଆମେ ଭଗବାନଙ୍କ ନିକଟରେ ଏହି ସଂସାରର ଉଦ୍ଧାର ନିମନ୍ତେ ଗୁହାରି କରିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *