କେଉଁ ଫୁଲ ପୂଜା କରିବାବେଳେ ବ୍ୟବହାର ହୁଏ ନାହିଁ – ଏହି ଫୁଲକୁ କଦାପି ବ୍ୟବହାର କରନ୍ତୁ ନାହିଁ ନଚେତ ଆପଣ..

Spread the love

ପ୍ରକୃତିର ଅତି ସୁନ୍ଦର ସୃଷ୍ଟି ହେଉଛି ପୁଷ୍ପ। ପ୍ରକୃତିର ଏହି ସବୁଠୁ ମନୋରମ ସୃଷ୍ଟି ସର୍ବଦା ନିଜର ସୁନ୍ଦରତା ଓ ମହକ ଦ୍ଵାରା ସମସ୍ତଙ୍କ ମନ ବିମୁଗ୍ଧ କରେ।ଦେବୀ ଓ ଦେବତା ମାନଙ୍କ ପୂଜା ରେ ପୁଷ୍ପର ଆବଶ୍ୟକତା ରହିଥାଏ।ବିଭିନ୍ନ ଦେବା ଦେବୀଙ୍କର ଭିନ୍ନ ଭିନ୍ନ ପୁଷ୍ପ ପସନ୍ଦ ହୋଇଥାଏ ତେଣୁ ନିର୍ଦ୍ଦିଷ୍ଟ ଦେବାଦେବୀ ଙ୍କୁ ନିର୍ଦ୍ଦିଷ୍ଟ ପୁଷ୍ପ ଚଢ଼ା ଯାଇଥାଏ।ମାତ୍ର ପୂଜା ରେ କିଛି ପ୍ରକାର ର ପୁଷ୍ପ ବ୍ୟବହାର କରିବା ଦ୍ବାରା ଆମ ପୂଜା ରେ ପୂର୍ଣ୍ଣତା ଆସି ନଥାଏ।ତେବେ ଆସନ୍ତୁ ସେହି ପ୍ରକାରର ପୁଷ୍ପଗୁଡ଼ିକ ବିଷୟରେ ଅଧିକ କିଛି ଜାଣିବା।

ସାଧାରଣତଃ ପୋକ ଖାଇଥିବା, କଟା ବା ଫଟା ଦାଗ ଥିବା, କଢ଼, ଉତ୍କଟ ଗନ୍ଧଯୁକ୍ତ ପୁଷ୍ପ, ଅନ୍ୟ ଦେବତାଙ୍କ ତଥା ପଦସ୍ପର୍ଶ ରେ ଆସିଥିବା ଫୁଲ, ଭୂମି ଉପରେ ପଡ଼ି ଥିବା ଫୁଲ, ଚୋରି କରି ଆଣିଥିବା ଫୁଲ ଦେବୀ ଦେବତାଙ୍କ ଉପରେ ଚଢ଼ାଇବା ଅନୁଚିତ ଅଟେ।ଏହା କରିବା ଦ୍ଵାରା ଅନେଗୁଡ଼ିଏ ଅଶୁଭ ଫଳ ପ୍ରାପ୍ତ ହୋଇଥାଏ।କମଳ ଫୁଲ ଦୀର୍ଘ ୧୧ ଦିନ ଯାଏ ବାସୀ ହୁଏ ନାହିଁ। କୁମୁଦ ଫୁଲ ୫ ଦିନ ଯାଏ ବାସୀ ହୁଏ ନାହିଁ।ତୁଳସୀ ପତ୍ର, ବେଲ ପତ୍ର, ଅଗସ୍ତ ଫୁଲ ଏସବୁ କେବେ ବାସୀ ହୁଏ ନାହିଁ।ବେଲ ପତ୍ର, ଅଁଳା ଏବଂ ତୁଳସୀର ଛିଣ୍ଡା ପତ୍ର ମଧ୍ଯ ଆପଣ ଚଢ଼ାଇ ପାରିବେ। ଶାସ୍ତ୍ରରେ ଥିବା ନିୟମ ଅନୁସାରେ ମଧ୍ୟାହ୍ନ ସ୍ନାନ ପରେ ଫୁଲ ତୋଳିବା ନିଷେଧ ଅଟେ।ଏହା କରିବା ଦ୍ବାରା ନିଜର ତଥା ନିଜ ପରିବାରର ଅନେଗୁଡ଼ିଏ ସମସ୍ୟା ସୃଷ୍ଟି ହୋଇଥାଏ।

ଭଗବାନ ଶଙ୍କରଙ୍କୁ ପୂର୍ଣ୍ଣ କଦଳୀ, ଭଗବାନ ବିଷ୍ଣୁଙ୍କୁ ଦୁଦୁରା ପୁଷ୍ପଏବଂ ଦେବୀଙ୍କୁ ଅରଖ ପୁଷ୍ପ , ମନ୍ଦାର ପୁଷ୍ପ, ସୂର୍ଯ୍ୟଙ୍କୁ ଟଗର ପୁଷ୍ପ ଅର୍ପଣ କରାଯାଏ ନାହିଁ।ମାତ୍ର ତନ୍ତ୍ର ପଦ୍ଧତିରେ ଏହା ଚଢ଼ାଇ ପାରିବେ।କୌଣସି ପତ୍ର ବା ପୁଷ୍ପ କୌଣସି ଦେବତାଙ୍କୁ ଓଲଟା କରି ଚଢ଼ାଇବା ଉଚିତ ନୁହେଁ।ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ କୁମୁଦ, କନିଅର, ମଲ୍ଲି,ଚମ୍ପା, ପଳାଶ ପତ୍ର, ପଳାଶ ଫୁଲ, ଦୁବ, ଭ୍ରଂଗାର ଏବଂ ବଣମାଳ ଆଦି ଅତି ଅଧିକ ପ୍ରିୟ ଅଟେ।

କମଳ ପୁଷ୍ପରେ ଲକ୍ଷ୍ମୀଙ୍କ ନିବାସ ଥିବା ହେତୁ ଅନ୍ୟ ଫୁଲ ଅପେକ୍ଷା ଏହା ମାତା ଲକ୍ଷ୍ମୀଙ୍କୁ ହଜାରେ ଗୁଣ ପ୍ରିୟ ଏବଂ କମଳ ପୁଷ୍ପ ଠାରୁ ତୁଳସୀ ପ୍ରଭୁ ନାରାୟଣଙ୍କୁ ହଜାରେ ଗୁଣ ଅଧିକ ପ୍ରିୟ ଅଟେ।ଯଦି କେବେ କେବେ ଆପଣଙ୍କୁ କୌଣସି ଫୁଲ ନ ମିଳେ,ତେବେ ତୁଳସୀ ଗଛର ଶାଖା, ମୂଳ ବା ପତ୍ର ଦ୍ଵାରା ମଧ୍ଯ ଆପଣ ପୂଜା କରିପାରିବେ।ଭଗବାନ ଶିବଙ୍କୁ କେତକୀ ଫୁଲ,ପ୍ରଭୁ ଗଣେଶଙ୍କୁ ତୁଳସୀ ଏବଂ ମାତା ଦୁର୍ଗାଙ୍କୁ ଦୁର୍ବଳା ଚଢ଼ାଇବ ଉଚିତ ନୁହେଁ।କରବୀର ଏବଂ ଜବା ପୁଷ୍ପ ମାତା ଦୁର୍ଗାଙ୍କ ଅତି ପ୍ରିୟ ଅଟେ।

ଏହି ତଥ୍ୟ ସବୁକୁ ବିଚାରରେ ରଖି ବିଧି ବିଧାନ ପୂର୍ବକ ମନ୍ତ୍ର ପାଠ କରି ଦେବଦେବୀଙ୍କୁ ପୁଷ୍ପ ଚଢ଼ଇବା ଦ୍ବାରା ଆପଣ ମାନଙ୍କର ମନରେ ଥିବା ସମସ୍ତ ଆଶା ଓ କାମନା ପୂର୍ଣ୍ଣ ହେବା ସହ ପୂଜା ରେ ମଧ୍ଯ ସମ୍ପୂର୍ଣତା ଆସି ପାରିବ।

Leave a Reply

Your email address will not be published. Required fields are marked *