ଅଭିନେତା ରାଜେଶଙ୍କ ପରିବାର ପାଇଁ ଖୁସି ଖବର – ପୁଅ ଜନ୍ମ ହେଲେ ରାଜେଶ ଙ୍କ ଘରେ – ଦେଖନ୍ତୁ କଣ କହିଲେ ସେ

Spread the love

ତେବେ ଆମେ ଅଭିନେତା ରଜେଶଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଆସୁଛନ୍ତି।ଏହା ସହିତ ସେ ବର୍ତ୍ତମାନ ଓଡ଼ିଆ ଚଳଚ୍ଚିତ୍ରର ଜଗତର ଜଣେ ଆଗଧାଡିର ଅଭିନେତା।ଏହା ସହିତ ସେ ବର୍ତ୍ତମାନ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଅନେକ ଦର୍ଶକଙ୍କ ସମ୍ମୁଖରେ ନିଜକୁ ପରିଚିତ କରାଇ ସାରିଲେଣି।ତାଙ୍କର ଅଭିନୟରେ ଅନେକ ଦର୍ଶକ ମଧ୍ୟ ଆକର୍ଷିତ ହୋଇ ତାଙ୍କୁ ନିଜର ପ୍ରିୟ ଅଭିନେତା ଭାବରେ ମଧ୍ୟ ଗ୍ରହଣ କରି ସାରିଲେଣି।

ଏହା ସହିତ ସେ ସବୁ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି।ସେ ଦେଖିବାକୁ ଯେପରି ସୁନ୍ଦର ସେ ସେହି ଭଳି ମଧ୍ୟ ସୁନ୍ଦର ଅଭିନୟ କରିଥାନ୍ତି।ତେବେ ତାଙ୍କର ଅଭିନୟ ଜୀବନ ମଧ୍ୟରେ ସେ ନିଜକୁ ସାରା ଓଡ଼ିଶାରେ ଅନେକ ଭଲ ଭାବରେ ପରିଚିତ କରି ସାରିଲେଣି।ତେବେ ସେ ଜଣେ ବହୁତ ଭଲ ଅଭିନେତା।ତେବେ କିଛି ଦିନ ତଳେ ତାଙ୍କର ନିଜର ବାନ୍ଧବୀ ଶ୍ରଦ୍ଧାଙ୍କ ସହିତ ମତାନ୍ତର ହୋଇ ଥିଲା।

ଆମେ ସମସ୍ତେ ଜାଣୁ ସେମାନେ ପରସ୍ପରକୁ ବହୁତ ଅଧିକ ଭଲ ପାଉଥିଲେ।କିନ୍ତୁ ସେମାନଙ୍କର ମଧ୍ୟରେ କିଛି କାରଣରୁ ଝଗଡା ହେବା ଫଳରେ ସେମାନେ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ।ଏହା ସହିତ ସେ ଅନେକ ଦୁଃଖିତ ମଧ୍ୟ ରହୁଥିଲେ।ତେବେ ତାଙ୍କର ଏହି ଦୁଃଖକୁ କିଛି ମାତ୍ରାରେ କମାଇ ପାରିଛି ତାଙ୍କ ଘରକୁ ଆସିଥିବା ଏକ କୁନି ବାଳକ।ତେବେ ସୂଚନା ଅନୁସାରେ ଦାଦା ହୋଇଛନ୍ତି ଅଭିନେତା ରାଜେଶ।

ସେ ତାଙ୍କର ବଡ଼ ଭାଇ ରକେଶଙ୍କର ସନ୍ତାନ ଜାତ ହୋଇଛି।ଫଳରେ ତାଙ୍କର ପରିବାର ଲୋକଙ୍କ ସହିତ ରାଜେଶ ମଧ୍ୟ ବହୁତ ଅଧିକ ଖୁସି ଥିବା ଜଣା ପଡ଼ିଛି।ଏହା ସହିତ ସେ ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ସୂଚନା ଦେଇ କହିଛନ୍ତି କି ଆମ ଘରର ସବୁଠାରୁ କୁନି ସଦସ୍ୟକୁ ଏହି ଦୁନିଆକୁ ସ୍ବାଗତ।ଏହା ସହିତ ସେ କହିଛନ୍ତି କି ସେ ଆଉ ତାଙ୍କ ଘରର ସବୁଠାରୁ ସାନ ସଦସ୍ୟ ହୋଇ ରହି ନାହାନ୍ତି।

ବର୍ତ୍ତମାନ ଏହି ଯାହା ତାଙ୍କର ଭାଇଙ୍କ ପୁଅ ନେଇ ଯାଇଥିବା କଥା ସେ କହିଛନ୍ତି।ତେବେ ତାଙ୍କର ଭାଇ ଓ ଭାଉଜଙ୍କ ବିବାହ ୨୦୧୯ ମସିହାରେ ସମ୍ପର୍ଣ୍ଣ ହୋଇ ଯାଇଥିଲା।ତେବେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ଫଳରେ ତାଙ୍କର ପରିବାରର ପ୍ରତ୍ୟେକ ଲୋକ ବର୍ତ୍ତମାନ ବହୁତ ଖୁସି ଥିବା ଜଣା ପଡିଛି।

ତେବେ ସେ ଯେପରି ଭାବରେ ତାଙ୍କର ଅଭିନୟ ମାଧ୍ୟମରେ ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ମନରେ ନିଜ ପାଇଁ ଏକ ସ୍ବତନ୍ତ୍ର ଜାଗା ସୃଷ୍ଟି କରି ପାରିଛନ୍ତି ସେହି ପରି ଭାବରେ ଓଡ଼ିଶାର ଲୋକମାନେ ଭଗବାନ ଜଗନ୍ନାଥଙ୍କ ସେହି କୁନି ଶିଶୁର ଉଜ୍ବଳ ଭବିଷ୍ୟତ କାମନା କରିବା ପାଇଁ ସେ ନିବେଦନ କରିଛନ୍ତି।

ଏହା ସହିତ ସେ କହିଛନ୍ତି ଯଦି ସେହି ପୁଅ ଅଭିନୟ କ୍ଷେତ୍ରରେ ନିଜର ଭବିଷ୍ୟତ ଗଢ଼ିବା ପାଇଁ ଇଚ୍ଛା ପ୍ରକାଶ କରେ ତେବେ ସେ ତାଙ୍କୁ ପୂର୍ଣ୍ଣ ସମର୍ଥନ କରିବେ।ସେହି ପୁଅଟି ବର୍ତ୍ତମାନ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ଖୁସିର କାରଣ ହୋଇଛି।

Leave a Reply

Your email address will not be published. Required fields are marked *