ହିନ୍ଦୁ ଧର୍ମରେ ମହିଳା ମାନଙ୍କୁ ଶ୍ମଶାନ ଘାଟକୁ ଯିବା ପାଇଁ କାହିଁକି ମନା କରାଯାଇଛି -୯୯ ପ୍ରତିଶତ ଲୋକ ସଠିକ ଉତ୍ତର ଜାଣି ନଥିବେ

Spread the love

ହିନ୍ଦୁ ଧର୍ମ ଅନୁସାରେ ଯେତେବେଳେ ପରିବାରର କୌଣସି ଲୋକଙ୍କର ମୃତ୍ୟୁ ହୋଇଥାଏ ସେତେବେଳେ ସେହି ପରିବାରର ମହିଳା ମାନେ ଶ୍ମଶାନକୁ ଯିବା ନିଷେଧ ଅଟେ।ଏହା ବର୍ଣ୍ଣନା ଗରୁଡ଼ ପୁରାଣରେ କରାଯାଇଛି।ଏହି ପୁରାଣ ଅନୁସାରେ ମୃତ ବ୍ୟକ୍ତିଙ୍କର ପରିବାରର କୌଣସି ମହିଳା ତାଙ୍କ ସହିତ ଶ୍ମଶାନକୁ ଯିବା ସମ୍ପୂର୍ଣ୍ଣ ରୂପେ ନିଷେଧ ଅଟେ।ତେବେ ଏପରି କାହିଁକି ହୋଇଥାଏ ଆମେ ବର୍ତ୍ତମାନ ସେହି ସମ୍ପର୍କରେ ଆଲୋଚନା କରିବା।ଏହି ପୁରାଣରେ ଏହାର ବିସ୍ତୃତ ବର୍ଣ୍ଣନା କରାଯାଇଛି।

ଆଜିକାଲି କିନ୍ତୁ କିଛି ମହିଳା ମାନେ ଏହି ସମସ୍ତ ନିୟମକୁ ନ ମାନି ଆଜିକାଲି ଶ୍ମଶାନକୁ ଯିବାର ଲାଗିଲାଣି କିନ୍ତୁ ଏହାର ହିନ୍ଦୁ ଶାସ୍ତ୍ରରେ ସମ୍ପୂର୍ଣ୍ଣ ରୂପରେ ବାରଣ କରା ଯାଇଛି।ତେବେ ମହିଳା ମାନଙ୍କୁ ଦୁର୍ବଳ ଦୃଦୟର ବୋଲି ବିଶ୍ୱାସ କରାଯାଇଥାଏ।ସେଥିପାଇଁ ଯେତେବେଳେ କୌଣସି ମୃତ ଶରୀରକୁ ଅଗ୍ନି ଦିଆ ଯାଇଥାଏ ଯଦି ସେତେବେଳେ କୌଣସି ବ୍ୟକ୍ତି କାନ୍ଦି ଥାଆନ୍ତି ତେବେ ସେହି ମୃତ ବ୍ୟକ୍ତିର ଆତ୍ମାକୁ କେବେ ମଧ୍ୟ ଶାନ୍ତି ମିଳି ନଥାଏ ସେଥିଲାଗି ମହିଳା ମାନଙ୍କୁ ଶ୍ମଶାନ ଯିବାକୁ ବାରଣ କରାଯାଇଛି।

ତେବେ ଅନେକ ସମୟରେ ମହିଳାମାନେ ଶବ ଜଳୁଥିବା ସମୟରେ କାନ୍ଦି ପକାଇଥାନ୍ତି ସେଥିପାଇଁ ସେମାନଙ୍କୁ ଶ୍ମଶାନକୁ ଯିବା ପାଇଁ ବାରଣ କରାଯାଇଛି।ଏହା ସହିତ ଏକ ପରମ୍ପରା ରହିଛି କି ଶବ ଜାଳିବା ସମୟରେ ମୃତ ବ୍ୟକ୍ତିର ମୁଣ୍ଡକୁ ଠେଙ୍ଗା ସାହାଯ୍ୟରେ ମରା ଯାଇଥାଏ।ଫଳରେ ଏହା ଦେଖିବା ପରେ ଛୋଟ ପିଲା ଓ ମହିଳା ମାନଙ୍କ ମାନସିକ ସ୍ଥିତି ପ୍ରଭାବିତ ହୋଇପାରେ

ସେଥିପାଇଁ ମହିଳା ଓ ଛୋଟ ପିଲାଙ୍କୁ ଶ୍ମଶାନକୁ ଯିବା ପାଇଁ ବାରଣ କରାଯାଇଥାଏ।ଏହା ସହିତ ସେମାନଙ୍କୁ ସେହି ସ୍ଥାନରେ ନ ରହିବା ପାଇଁ କୁହାଯାଇଥାଏ।ତେବେ ଏହା ସହିତ ଘରୁ ଶବକୁ ନେଇ ଯିବା ପରେ ଘରକୁ ଶୁଧିକରଣ କରିବା ନିହାତି ଆବଶ୍ୟକ।ସେଥିପାଇଁ ଏହାକୁ ସମ୍ପୂର୍ଣ୍ଣ ବିଧିବିଧାନର ସହିତ କରିବା ପାଇଁ ମହିଳା ମାନଙ୍କୁ ଘରେ ରହିବା ନିହାତି ଆବଶ୍ୟକ।

ଏହା ସହିତ ଯେତେବେଳେ ପୁରୁଷମାନେ ସବ ଦାହ କରି ଘରକୁ ଫେରିବେ ସେମାନଙ୍କୁ ଗାଧୋଇ ଦେବାର ଦାୟିତ୍ଵ ମହିଳା ମାନଙ୍କୁ ଦିଆଯାଇଛି।କାରଣ ଯେତେବେଳେ ପୁରୁଷ ମାନେ ଶବଦାହ କରି ଘରକୁ ଫେରି ଥାଆନ୍ତି।ସେତେବେଳେ ସେମାନଙ୍କ ଶରୀରରେ ବିଭିନ୍ନ ପ୍ରକାରର ଭୁତାଣୁ ରହିବାର ଆଶଙ୍କା ରହିଥାଏ।ସେଥିପାଇଁ ସେମାନଙ୍କ ଶରୀରର କୋମଳ ଭାଗରେ ବିଭିନ୍ନ ପ୍ରକାରର ରୋଗ ହେବାର ସମ୍ଭାବନା ମଧ୍ୟ ରହିଥାଏ।

ସେଥିପାଇଁ ପୁରୁଷ ମାନଙ୍କୁ ଗାଧୋଇ ଦେବାର ଦାୟିତ୍ଵ ମହିଳା ମାନଙ୍କ ଉପରେ ରହିଥାଏ।ଏହା କୁହାଯାଇଥାଏ କି ଶ୍ମଶାନରେ ନକାରାତ୍ମକ ଶକ୍ତିର ବାସ ହୋଇଥାଏ।ଯାହା ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନଙ୍କ ଆଡ଼କୁ ଅଧିକ ଆକର୍ଷିତ ହୋଇଥାଏ।ବିଶେଷ କରି କୁଆଁରୀ ଝିଅ ମାନଙ୍କ ଆଡ଼କୁ ଏହା ଅଧିକ ଆକର୍ଷିତ ହୋଇଥାଏ।ସେଥିପାଇଁ ମହିଳା ମାନଙ୍କୁ ଶ୍ମଶାନ ଯିବାକୁ ବାରଣ କରାଯାଇଥାଏ।ଭୂତ ପ୍ରେତ ମାନେ ମହିଳା ମାନଙ୍କ ଉପରେ ଅଧିକ ପ୍ରଭାବ ପକାଇଥାନ୍ତି।

Leave a Reply

Your email address will not be published. Required fields are marked *