କେବେ ସରିବ ଏ କରୋନା ର ଖେଳ – ଏହି ୧୪ ବର୍ଷ ର ପିଲା କରିଦେଲେ ଡେଟ ଫିକ୍ସ – ଦେଖନ୍ତୁ କେଉଁ ତାରିଖ ରୁ ଦୂରେଇବ କରୋନା..

Spread the love

ବର୍ତ୍ତମାନ ଏହି କରୋନା ମହାମାରୀରେ ସମଗ୍ର ବିଶ୍ବ ପୀଡ଼ିତ ଅଛି।ଅନେକ ଦେଶ ଏହିଥିରୁ ମୁକ୍ତି ପାଇବା ପାଇଁ ସେମାନଙ୍କର ଯଥା ସାମର୍ଥ୍ୟ ଉଦ୍ୟମ ଚଳାଇଛନ୍ତି।ତେବେ ଆମ ଭାରତ ମଧ୍ୟ ଏଥିରେ ପଛରେ ନାହିଁ।ଆମ ଦେଶରେ ସରକାରଙ୍କର ବିଭିନ୍ନ ପ୍ରକାରର ଯୋଜନା ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଉଛି।ଏହା ସହିତ ଏହି କରୋନା ମହାମାରୀକୁ ରୋକିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରାଯାଉଛି।ତେବେ ସେହି ସମୟ ମଧ୍ୟରେ ସମସ୍ତଙ୍କୁ ସମସ୍ତ ନିୟମ ମାନି ଚଳିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଏହି ସମୟରେ ବର୍ତ୍ତମାନ ଏକ ବଡ଼ ଖବର ଆସିଛି।ଯେଉଁଥିରେ ଏକ ୧୪ ବର୍ଷର ବାଳକ କିଛି ଆଶ୍ଚର୍ଯ୍ୟର ତଥ୍ୟ ଦେଇଛି।ତେବେ ସେ ଦାବି କରିଛନ୍ତି ତାଙ୍କର ଧାର୍ଯ୍ୟ କରାଯାଇଥିବା ସମୟ ମଧ୍ୟରେ ସମଗ୍ର ବିଶ୍ଵରୁ କରୋନା ମହାମାରୀର ଅନ୍ତ ଘଟିବ।ଏହା ସହିତ ସେ କହିଛନ୍ତି ଏହି ସମୟ ମଧ୍ୟରେ ସମଗ୍ର ବିଶ୍ଵ ଏହି ମହାମାରୀର କବଳରୁ ମୁକ୍ତ ହୋଇ ପୂର୍ବ ପରି ନିଜର ସ୍ବାଭାବିକ ଜୀବନ ଅତିବାହିତ କରିବାକୁ ଲାଗିବ।

ତେବେ ସେ ଏପରି କରିବାର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ଜଣା ପଡ଼ିନାହିଁ।ତେବେ ସେହି ବାଳକଙ୍କ ଏହି ଭବିଷ୍ୟ ବାଣୀ ଲୋକଙ୍କ ମଧ୍ୟରେ କିଛି ମାତ୍ରାରେ ସାହାସ ଉତ୍ପନ୍ନ କରିଛି।ସମସ୍ତଙ୍କୁ ବର୍ତ୍ତମାନ ଏହି କରୋନା ମହାମାରୀର ଅନ୍ଧାର ମଧ୍ୟରେ ବର୍ତ୍ତମାନ ଏକ ଆଶାର ଆଲୋକ ଦେଖା ଯାଉଛି।ସେଥିପାଇଁ ବର୍ତ୍ତମାନ ଅନେକ ଲୋକ ତାଙ୍କର କଥାକୁ ସତ୍ୟ ମାନି ସାରିଛନ୍ତି ଏହା ସହିତ ସମସ୍ତ ଲୋକ ଭଗବାନଙ୍କ ନିକଟରେ ନିବେଦନ କରିଛନ୍ତି କି ତାଙ୍କର ଭବିଷ୍ୟବାଣୀ ସତ୍ୟ ହୋଇଯାଉ।

ତେବେ ସେ ୨୦୧୮ ମସିହାରେ ଭବିଷ୍ୟବାଣୀ କରିଥିଲେ କି ଏକ ମହାମାରୀ ସମଗ୍ର ବିଶ୍ବକୁ କବଳିତ କରିବାକୁ ଯାଉଛି।ତାଙ୍କର ସେହି ଭବିଷ୍ୟବାଣୀ ସତ୍ୟ ହୋଇ ସାରିଛି।ଏହା ପରେ ତାଙ୍କର ପୁନଶ୍ଚ ଏକ ଭବିଷ୍ୟବାଣୀ ଯାହାକି ସେହି ମହାମାରୀର ମୁକ୍ତି ସମୟ ଦର୍ଶାଉଛି ସେଥିପାଇଁ ତାଙ୍କର ଏହି ଭବିଷ୍ୟବାଣୀ ଉପରେ ବର୍ତ୍ତମାନ ଅନେକ ଲୋକ ଭରସା କରିଛନ୍ତି ଓ ଏହି ଭବିଷ୍ୟବାଣୀକୁ ସତ୍ୟ ବୋଲି ବିଚାରି ସାରିଛନ୍ତି।

ତେବେ ସେ କିଛିଦିନ ତଳେ ଭବିଷ୍ୟବାଣୀ କରିଥିଲେ କି ଏପ୍ରିଲ ୨୦୨୦ ରେ ଏହି ଭୂତାଣୁର ଅନ୍ତ ହୋଇଯିବ ମାତ୍ର ଏହା ଭୁଲ ପ୍ରମାଣିତ ହୋଇଥିଲା।ସେଥିପାଇଁ ସେ ପୁନଶ୍ଚ ଏକ ଭବିଷ୍ୟବାଣୀ କରିଛନ୍ତି।ତାଙ୍କର ଭବିଷ୍ୟବାଣୀ ଅନୁସାରେ ଏହି ବର୍ଷ ସେପ୍ଟେମ୍ବର ୫ ତାରିଖ ମଧ୍ୟରେ ସମଗ୍ର ବିଶ୍ବରୁ ଭୁତାଣୁର ଅନ୍ତ ହୋଇଯିବ।ଏହା ସହିତ ସମସ୍ତ ଲୋକ ନିଜର ପୂର୍ବଭଳି ଜୀବନ ଯାପନ କରିବା ଆରମ୍ଭ କରିବେ।

ତେବେ ଏହା କେତେଦୂର ସତ୍ୟ ବର୍ତ୍ତମାନ ଏହାର ଚର୍ଚ୍ଚା ସବୁଆଡେ ଚାଲିଛି।ତେବେ ତାଙ୍କର ପୃଥିବୀକୁ ଭୁତାଣୁ ଆସିବାର ଭବିଷ୍ୟବାଣୀ ସତ୍ୟ ହୋଇଥିଲା।ତେବେ ବର୍ତ୍ତମାନ ଅନେକ ଲୋକ ବିଶ୍ୱାସ କରୁଛନ୍ତି କି ଭୁତାଣୁର ଅନ୍ତ ହେବାର ଏହି ଭବିଷ୍ୟବାଣୀ ମଧ୍ୟ ସତ୍ୟ ହେବ।ଫଳରେ ଏହି ସମଗ୍ର ବିଶ୍ଵ ଭୁତାଣୁର କବଳରୁ ମୁକ୍ତି ପାଇ ପାରିବ।

Leave a Reply

Your email address will not be published. Required fields are marked *