ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଭାରତ ଯୋଜନା ସମ୍ପୂର୍ଣ୍ଣ ତଥ୍ୟ – କିପରି ଲାଭ ପାଇବେ ଓ କିପରି ଆବେଦନ କରିବେ ଜାଣିରଖନ୍ତୁ

Spread the love

ସାଙ୍ଗମାନେ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବା ଅୟୁସମାନ ଭାରତ ଯୋଜନା ଯଦି ଆପଣମାନଙ୍କର ଏହି ଲିଷ୍ଟରେ ନାମ ଅଛି ତେବେ ଆପଣମାନେ ପ୍ରତିବର୍ଷ ପାଞ୍ଚ ଲକ୍ଷ ଟଙ୍କା ପାଇପାରିବେ ମେଡ଼ିକାଲ ଚିକିତ୍ସା ପାଇଁ।ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଆପଣଙ୍କ ନାମ ଅଛିକି ନାହିଁ ଚେକ କରିବା ବହୁତ ସହଜ ଅଟେ।ଯଦି ଆପଣ ଏହା ଶିଖି ନାହାନ୍ତି ତେବେ କିପରି ଏହାକୁ ଚେକ କରିବେ ଏବଂ ଯଦି ଆପ ଣଙ୍କର ଏହି ଲିଷ୍ଟରେ ନାମ ଅଛି ତେବେ ଆପଣ କିପରି ଅୟୁସମାନ ଭାରତ କାର୍ଡ ବନାଇପାରିବେ ଆମେ ଏହି ଆର୍ଟିକିଲରେ ଜାଣିବା।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା।

ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବା ଅୟୁସମାନ ଭାରତ ଯୋଜନାରେ ଯେଉଁ ମାନଙ୍କ ନାମ ଅସିଛି ସେମାନଙ୍କ ୨୦୧୧ ଜନଗଣନାରେ ଯେଉଁମାନେ ଗରିବ ଶ୍ରେଣୀରେ ଅଛନ୍ତି ସେମାନଙ୍କୁ ଏହି ଲିଷ୍ଟରେ ଆଡ଼ କରାଯାଇଛି।ଏବେ ଆସନ୍ତୁ ଜାଣିବା ଆପଣ କିପରି ନିଜ ମୋବାଇଲରେ ଜାଣିପାରିବେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବା ଅୟୁସମାନ ଭାରତ ଯୋଜନାରେ ଆପଣଙ୍କ ନାମ ଅଛିକି ନାହିଁ କିପରି ଜାଣିବେ?

ଏଥିପାଇଁ ଆପଣ ନିଜ ମୋବାଇଲରେ ଗୁଗୁଲ କ୍ରମ ଖୋଲି ସେଥିରେ ସର୍ଚ୍ଚ କରନ୍ତୁ ପି ଏମ ଯେ ଏ ୱାଇ।ଏହାପରେ ଆପଣଙ୍କ ସାମ୍ନାରେ ଅନେକ ଗୁଡାଏ ଲିଙ୍କ ଆସିବ।ଏହାପରେ ଆପଣ ପ୍ରଥମ ଲିଙ୍କରେ କ୍ଲିକ କରନ୍ତୁ।ଏହାପରେ ଆପଣ ଲଗ ଇନ କରିବା ପାଇଁ ଏକ ସ୍ଥାନରେ ଆମ ଆଇ ଏଲିଜିବଲ ଲେଖା ଥିବ ସେଥିରେ କ୍ଲିକ କରନ୍ତୁ।ଏହାପରେ ଆପଣ ନିଜ ମୋବାଇଲ ନମ୍ବର ଦେଇ ସେଥିରେ ଯାହା ଓଟିପି ଆସିବ ତାହା ଭରନ୍ତୁ।ଏହାପରେ ରାଜ୍ୟରେ ଆପଣ ଓଡିଶା ସିଲେକ୍ଟ କରନ୍ତୁ।ଏହାପରେ ଆପଣ ନିଜ ନାମ କିମ୍ବା ନମ୍ବର ଦେଇ ସର୍ଚ୍ଚ କରିପାରିବେ ଆପଣଙ୍କ ଲିଷ୍ଟରେ ନାମ ଅଛି କି ନାହିଁ।

ପ୍ରଥମେ ଆପଣ ନିଜ ନାମ ଦେଇ ଦେଖନ୍ତୁ।ଏଥିରେ ପୁରା ନାମ ଦେବେ ନାହିଁ।ଯଦି ଏହାପରେ କିଛି ଆସେନାହିଁ ତେବେ ଆପଣ ନିଜ ବାପାଙ୍କୁ ନାମ ଦେଇ ସର୍ଚ୍ଚ କରନ୍ତୁ।ଏହିପରି ଦେଖିବେ।ଏହାପରେ ଯଦି ଆପଣଙ୍କ ନାମ ଦେବାପରେ ଯଦି କୌଣସି ରେଜଲ୍ଟ ଆସେ ତେବେ ଆପଣ ଏହାପରେ ନିଜ ଫ୍ୟାମିଲି ଚେକ କରି ଦେଖିନେବେ ନାମ ଅଛି କିମ୍ବା ନାହିଁ।ଏହାକୁ ଆପଣ ଡାଉନଲୋଡ଼ କରି ରଖିପାରିବେ।

ଯଦି ଆପଣଙ୍କ ଏହି ଲିଷ୍ଟରେ ନାମ ଅଛି ତେବେ ଆପଣଙ୍କୁ କାର୍ଡ ପାଇଁ ଆପ୍ଲାଇ କରିବାକୁ ପଡିବ।କିନ୍ତୁ ବର୍ତ୍ତମାନ ଓଡିଶାରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁକରାଯାଇନାହି।ଯାହାପାଇଁ ଆପଣ ବର୍ତ୍ତମାନ କାର୍ଡପାଇଁ ଅପ୍ଲାଇ କରିପାରିବେ ନାହିଁ।ଏହା ବର୍ତ୍ତମାନ ଓଡିଶାରେ ଲାଗୁ ନ ହେବାର କାରଣ ହେଉଛି ଓଡିଶାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁହୋଇଛି।ଯେଉଁ କାରଣ ପାଇଁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁକରାଯାଇନାହିଁ।ଏବଂ ଆପଣମାନେ ପ୍ରଧାନମନ୍ତ୍ରୀ ଜନ ଅରୋଗ୍ୟ ଯୋଜନାରେ ଯେଉଁସବୁ ସୁବିଧା ପାଇବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମଧ୍ୟ ସେହି ସବୁ ସୁବିଧା ପାଇପାରିବେ।

Leave a Reply

Your email address will not be published. Required fields are marked *